Posted inଖେଳ

ସ୍ତ୍ରୀଙ୍କ ପାଇଁ ଗର୍ବିତ ଓ ଚିନ୍ତିତ ଗୌରମାଙ୍ଗି

ନୂଆଦିଲ୍ଲୀ, ୭ା୭ (ପି.ଟି.)-ଭାରତର ଜଣାଶୁଣା ଫୁଟ୍‌ବଲର ଗୌରମାଙ୍ଗି ସିଂ ତାଙ୍କ ସ୍ତ୍ରୀ କମାଣ୍ଡର ପୁଷ୍ପାଞ୍ଜଳି ପୋତ୍‌ସାଙ୍ଗବାମ୍‌ଙ୍କ ପାଇଁ ଯେତେ ଗର୍ବିତ ସମ ପରିମାଣରେ ଚିନ୍ତିତ ମଧ୍ୟ। ପୁଷ୍ପାଞ୍ଜଳି ବୋଇଂ ୭୮୭ ଡ୍ରିମ୍‌ଲାଇନର ବିମାନର ପାଇଲଟ ଅଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ବିଶ୍ୱର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଭାରତୀୟମାନଙ୍କୁ ବିମାନଯୋଗେ ନିଜ ଦେଶକୁ ଆଣିବା ଲାଗି କାର୍ଯ୍ୟରେ ସେ ନିୟୋଜିତ ଅଛନ୍ତି। ଫଳରେ ନୂଆଦିଲ୍ଲୀରେ ଅବସ୍ଥାନ କରୁଥିବା ଏହି ପାଇଲଟ ୪ମାସ ହେବ ତାଙ୍କ ସ୍ବାମୀଙ୍କଠାରୁ ଦୂରରେ ରହିଛନ୍ତି। ଏୟାରଇଣ୍ଡିଆର ଜଣେ କମାଣ୍ଡର ଭାବେ ମଣିପୁରର ଏହି ମହିଳା ସରକାରଙ୍କ ବନ୍ଦେ ଭାରତ ମିଶନରେ ସାମିଲ ହୋଇଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟରେ ସେ ଲାଗିଛନ୍ତି। ଲକ୍‌ଡାଉନ୍‌ ବେଳେ ଜୈବିକ ଚାଷରେ ନିଜକୁ ନିୟୋଜିତ କରି ନିକଟରେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଭାରତର ପୂର୍ବତନ ସେଣ୍ଟ୍ରାଲ ଡିଫେଣ୍ଡର ଗୌରମାଙ୍ଗି। ସେ କହିଛନ୍ତି, ବର୍ତ୍ତମାନ ଭଳି ଅଭୂତପୂର୍ବ ପରିସ୍ଥିତିରେ ଯେତେବେଳେ ନିଜ ପରିବାରର ଜଣେ ସଦସ୍ୟ ଦେଶ ପାଇଁ କିଛି କରିବାକୁ ଚେଷ୍ଟା କରେ ନିଜକୁୁ ଭଲ ଲାଗେ। ଏହା ସହଜ କାର୍ଯ୍ୟନୁହେଁ। ଏଥିରେ ମାନସିକ ଚାପର ବଶବର୍ତ୍ତୀ ହେବାକୁ ମଧ୍ୟ ପଡ଼ିଥାଏ। ପୁଷ୍ପାଞ୍ଜଳି ଦେଶର ସର୍ବ ବୃହତ୍‌ କ୍ୟାରିୟରରେ ଜଣେ ଫାଷ୍ଟ ଅଫିସର ଭାବେ ଯୋଗ ଦେଇ ୧୧ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି। ସେ କେବଳ ଇଣ୍ଟରନ୍ୟାଶନାଲ ସେକ୍ଟରରେ କାର୍ଯ୍ୟ କରିଥାନ୍ତି। ଭାରତୀୟ ନାଗରିକଙ୍କୁ ଆଣିବା ଲାଗି ଗତ ସପ୍ତାହରେ ସେ ଦକ୍ଷିଣ ଆଫ୍ରିକାର ଲାଗୋସରେ ଥିଲେ। ଗୋଟିଏ ଥର ଉଡାଣରେ ୩ଥର କୋଭିଡ୍‌-୧୯ ଟେଷ୍ଟ ଦେବାକୁ ହୋଇଥାଏ। ଲକ୍ଷ୍ୟସ୍ଥଳ ଉଦ୍ଦେଶ୍ୟରେ ପ୍ରସ୍ଥାନ ବେଳେ, ମୂଳସ୍ଥାନରେ ପହଞ୍ଚତ୍ବା ପରେ ଏବଂ ୫ ଦିନ ପରେ ଆଉଥରେ କରୋନା ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବିମାନର ସମସ୍ତ କର୍ମଚାରୀଙ୍କର ସବୁବେଳେ ଭାଇରସ୍‌ ସଂକ୍ରମଣର ଆଶଙ୍କା ରହିଥାଏ। କହିବାକୁ ଗଲେ ସେମାନେ କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଲଢେଇରେ ଡାକ୍ତର ଏବଂ ନର୍ସଙ୍କ ଭଳି ଜଣେ ଜଣେ ଫ୍ରଣ୍ଟଲାଇନ୍‌ ଯୋଦ୍ଧା। ବହୁ ଦିନ ପ୍ରତୀକ୍ଷା ପରେ ଗୌରମାଙ୍ଗି ଶେଷରେ ତାଙ୍କ ସ୍ତ୍ରୀଙ୍କୁ ଦେଖା କରିବା ଲାଗି ନୂଆଦିଲ୍ଲୀ ଯିବା ଲାଗି ସ୍ଥିର କରିଛନ୍ତି। ୩୪ ବର୍ଷୀୟ ଗୌରମାଙ୍ଗି ଜଣେ ପ୍ରତିଭାସମ୍ପନ୍ନ ଭାରତୀୟ ଫୁଟ୍‌ବଲର ଭାବେ ଜଣାଶୁଣା। ସେ ତାଙ୍କ କ୍ୟାରିୟରରେ ନ୍ୟାଶନାଲ ଫୁଟ୍‌ବଲ ଲିଗ୍‌, ଫେଡେରେଶନ କପ୍‌ ଓ ଆଇ-ଲିଗ୍‌ ଟାଇଟଲ ହାସଲ କରିଛନ୍ତି। ୨୦୧୦ରେ ସେ ଏଆଇଏଫ୍‌ଏଫ୍‌ ପ୍ଲେୟର ଅଫ୍‌ ଦି ଇୟର ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri