ପ୍ରୋଟୋକଲ୍‌ ଓ ସୁରକ୍ଷା ବ୍ୟବସ୍ଥା

ପ୍ରୋଟୋକଲ୍‌ ନିୟମଭିତ୍ତିକ ଗୋଟେ ପ୍ରକାରର ଆଚାରସଂହିତା ବା ସୁରକ୍ଷା-ସମ୍ପର୍କିତ ସତର୍କତା। ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପ୍ରମୁଖଙ୍କ ସୁରକ୍ଷା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନଙ୍କ ଯାତାୟାତ ପୂର୍ବରୁ ପ୍ରୋଟୋକଲ୍‌ ଅନୁଯାୟୀ କାର୍ଯ୍ୟ ସମ୍ପନ୍ନ ହୁଏ ଓ ସେ ସମ୍ପର୍କିତ ଦସ୍ତାବିଜକୁ ବିଶେଷ ଭାବେ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। କୌଣସି ସ୍ଥାନକୁ ପରିଦର୍ଶନରେ ଯିବା ପୂର୍ବରୁ ସୁରକ୍ଷାଭିତ୍ତିକ ଚିଠାମାନ ପ୍ରସ୍ତୁତ କରି ବ୍ୟବସ୍ଥାନୁସାରେ କାର୍ଯ୍ୟ ନିର୍ବାହ ପାଇଁ ଗୃହବିଭାଗରୁ ନିର୍ଦ୍ଦେଶ ରହିଥାଏ।
କେଉଁମାନେ ସେମାନଙ୍କ ସହିତ ଯିବେ ଓ ରହିବେ, କେଉଁ ପ୍ରକାରର ଜିନିଷମାନ ସେମାନଙ୍କ ସହ ଯିବ ସେସବୁର ତାଲିକା ସହିତ କେଉଁଠାରେ କେତେ ସମୟ ରହଣି, କି ପ୍ରକାରର ଖାଦ୍ୟପେୟ ଗ୍ରହଣ, କେଉଁମାନଙ୍କ ସହିତ ସାକ୍ଷାତ ଆଲୋଚନା ସବୁଗୁଡ଼ିକର ଟିକିନିଖି ବିବରଣୀ ନିର୍ଦ୍ଦିଷ୍ଟ ବିଭାଗର ଅଫିସରମାନେ ପୂର୍ବରୁ ସ୍ଥିର କରିସାରିଥାନ୍ତି। ଗନ୍ତବ୍ୟ ସ୍ଥଳୀରୁ ଆରମ୍ଭ କରି ନିର୍ଦ୍ଦିଷ୍ଟ କାର୍ଯ୍ୟସ୍ଥଳୀ ପର୍ଯ୍ୟନ୍ତ ଚୂଡାନ୍ତ ପର୍ଯ୍ୟାୟର ରୂପରେଖ ଅନୁଯାୟୀ ଆବଶ୍ୟକୀୟ ତାଲିମ୍‌ ପ୍ରଦାନ କରାଯାଇଥାଏ। କେଉଁ ସମୟରେ କେଉଁ ଅଫିସରମାନେ ରହିବେ, କେତେ ଦୂରତାରେ ରହିବେ, କେଉଁମାନେ ବ୍ୟବସ୍ଥାଗୁଡ଼ିକୁ ଯାଞ୍ଚ କରି ଅନୁମତି ଦେବେ ଆଦି ବହୁବିଧିୟ, ବହୁଥାକୀୟ ସୁରକ୍ଷା ବ୍ୟବସ୍ଥାକୁ ଧାରାବାହିକ ଭାବେ ଯଥାଯଥ ପାଳନ କରିବାକୁ ନିର୍ଦ୍ଦେଶ ରହିଥାଏ। ଯିବାଠାରୁ ଆସିବାପର୍ଯ୍ୟନ୍ତ କଡ଼ା ବ୍ୟବସ୍ଥା। ସେ ସମୟରେ ଅତୀତରେ ନିର୍ଦ୍ଦିଷ୍ଟ ରାସ୍ତାରେ ଯିବାବେଳେ ଜନସାଧାରଣଙ୍କୁ ଅଟକ ରଖାଯାଉଥିଲା, ଏବେ ଅତୀତର ଚିତ୍ରପଟରେ ସାମାନ୍ୟ ପରିବର୍ତ୍ତନ ଆସିଛି। ତେବେ ବି କିଛି ପ୍ରକ୍ରିୟା ଏବେ ବି ମନରେ ପ୍ରଶ୍ନ ସୃଷ୍ଟି କରୁଛି।
ତାସକେଣ୍ଟଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ରହସ୍ୟାବୃତ ମୃତ୍ୟୁ ଏଭଳି ସୁରକ୍ଷା ବ୍ୟବସ୍ଥାର କଡ଼ାକଡ଼ି ପାଳନକୁ ସମର୍ଥନ କରେ। ଦେଶର ମୁଖ୍ୟମାନଙ୍କ ସୁରକ୍ଷା ନିମନ୍ତେ ଏସବୁ ବିଧିବିଧାନ ପ୍ରସଂଗ। କିନ୍ତୁ ଏହି ଆଳରେ କିଛି ସମ୍ବେଦନଶୀଳ ଘଟଣା ଘଟିଆସୁଛି, ଯାହା ଭିନ୍ନ ମାନସିକତାର ପରିତୁଷ୍ଟି ନିମନ୍ତେ ନା ଭାରତୀୟ ଆଦର୍ଶର ପରିପନ୍ଥୀ, ତର୍କର ବିଷୟବସ୍ତୁ।
ପଶୁପକ୍ଷୀମାନଙ୍କୁ ହତ୍ୟା କରୁଥିବା ମଣିଷଟି ଦଣ୍ଡିତ ହେବା ଉଚିତ କିନ୍ତୁ କୌଣସି ଅପରାଧରେ ଜଡ଼ିତ ନ ଥିବା ମଣିଷଟିର ସୁରକ୍ଷା ପାଇଁ ଆଇନ ଥାଏ କି, ଏ ଏକ ପ୍ରଶ୍ନ ସେହି ବ୍ୟବସ୍ଥାକୁ ଯାହାପାଇଁ ସ୍ଥାନ କାଳ ପାତ୍ର ଓ ଦଣ୍ଡବିଧାନର ନିୟମ ଆଖିପିଛୁଳାକେ ବଦଳୁଥାଏ। ଯେକୌଣସି ଆର୍ଥିକ କ୍ଷତିପୂରଣ କ’ଣ ନିର୍ଦ୍ଦିଷ୍ଟ ମଣିଷ ବା ସମ୍ପର୍କର ପରିପୂରକ? ଆତଙ୍କବାଦୀ ସପକ୍ଷରେ ଆମ କୋର୍ଟରେ ତର୍କ ହୁଏ, ହତ୍ୟାକାରୀକୁ ଦଣ୍ଡବିଧାନରୁ ରକ୍ଷା କରିବାର କୌଶଳମାନ ରଚାଯାଏ କାରଣ ପ୍ରତ୍ୟେକ ମଣିଷର ବଞ୍ଚିବାର ସମାନ ଅଧିକାର ରହିଛି। ସେଥିପାଇଁ ବ୍ୟବସ୍ଥା ଭିତରେ କିଛି ସମ୍ବେଦନଶୀଳ ଘଟଣା ବାରମ୍ବାର ଘଟିଆସୁଥିଲେ ମଧ୍ୟ କୌଣସି ବିକଳ୍ପ ବିଷୟରେ ଆମ ଅଫିସରମାନେ ଚିନ୍ତା କରିନାହାନ୍ତି, ଆଶ୍ଚର୍ଯ୍ୟର ବିଷୟ!
ଗସ୍ତ ସମୟରେ ଜନସାଧାରଣଙ୍କୁ ଆପାତକାଳୀନ ସେବା ଯୋଗାଇଦେବାକୁ ସଂପୃକ୍ତ ବିଭାଗମାନ ଛକାଛକିରେ ରହନ୍ତି। ଦେଶମୁଖ୍ୟଙ୍କ ଗସ୍ତ ବାହାନାରେ ଅନେକ ବିଭାଗ ହାତବାନ୍ଧି ବସିରହନ୍ତି। ଉତ୍ତର କ’ଣ ନା- ଅଧିକାରୀ ଅମୁକ ମିଟିଂରେ, ସମୁକ ଗସ୍ତସ୍ଥଳୀ ଭିଜିଟ୍‌ରେ। ଗସ୍ତ ସରୁ ଦେଖାଯିବ। ଏସବୁ ସରୁ ସରୁ ସପ୍ତାହେ ଚାଲିଯାଏ। କାହାର ପାଟି ଖୋଲିବାର ଜୁ ନାହିଁ! ସପ୍ତାହବ୍ୟାପୀ ବିଭିନ୍ନ ଅଫିସରଙ୍କ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବାରମ୍ବାର ଗସ୍ତ, ଏକାଧିକବାର ମିଟିଙ୍ଗ, ଆଲୋଚନା, ପର୍ଯ୍ୟାଲୋଚନା ଯୋଗୁ ଜନସାଧାରଣଙ୍କ ସମସ୍ୟାଗୁଡ଼ିକ ଫାଇଲ୍‌ ତଳେ ଗଦା ହୁଏ। ଅନେକ ସମୟରେ ଆମ୍ବୁଲାନ୍ସରେ ଯାଉଥିବା ଡାକ୍ତର, ନର୍ସ, ଫାର୍ମାସିଷ୍ଟଙ୍କ ସଂଖ୍ୟା ସେହିଦିନର ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀଙ୍କ ଉପସ୍ଥାନଠାରୁ ଅଧିକ ଥାଏ। ସେହିପରି ଥାନା ଓ ସେକ୍ରେଟାରିଏଟ୍‌ର ଅବସ୍ଥା।
ସବୁ ବିଧିବିଧାନ ନିୟମକାନୁନ୍‌କୁ କଡ଼ାକଡ଼ି ପାଳୁଥିବା ଅଧିକାରୀମାନେ ଖାଦ୍ୟର ମାନ ଓ ଶୁଦ୍ଧତା ପରଖିବାକୁ ଲୋକଙ୍କୁ ନିୟୋଜିତ କରିଥାନ୍ତି। ଏଭଳି ସମ୍ବେଦନଶୀଳ ଦାୟିତ୍ୱରେ ଥାଆନ୍ତି ଡାକ୍ତର। ଖାଦ୍ୟ ସୁରକ୍ଷା ଯାଞ୍ଚ କରୁଥିବା ଅଧିକାରୀ ଖାଦ୍ୟର ମାନ ପରୀକ୍ଷଣ ପାଇଁ ଲାବରେଟୋରିର ସାହାଯ୍ୟ ନେଉଥିବାବେଳେ ଡାକ୍ତରଙ୍କୁ ସିଧାସଳଖ ସେହିଠାରେ ଖାଦ୍ୟ ଚାଖି ରିପୋର୍ଟ ଦେବାକୁ ବାଧ୍ୟ କରାଯାଏ। ଅବଶ୍ୟ ଏହା ନିରାପତ୍ତାର ବିଷୟ। କିନ୍ତୁ ଅତ୍ୟାଧୁନିକ ଲାବରେଟୋରି ସହାୟତାରେ ଅବିଳମ୍ବେ ଏହି କାର୍ଯ୍ୟଟି ସୁଚାରୁ ରୂପେ ସଂପାଦିତ ହୋଇପାରନ୍ତା।
ଏକ ଖବର ଅନୁଯାୟୀ ନାଗପୁରଠାରେ ସମାନ ଘଟଣାରେ ନିୟୋଜିତ ହୋଇଥିବା ଡାକ୍ତରମାନେ ଏହାକୁ ଉପନିବେଶୀୟ ଚିନ୍ତାଧାରା କହି ଏହା କେତେଦୂର ଯୁକ୍ତିସଂଗତ ବୋଲି ପ୍ରଶ୍ନ କରିଥିଲେ! ଇଂରେଜ ଅମଳରୁ ପ୍ରଚଳିତ ଖାଦ୍ୟରେ ବିଷ ଦେବା ପରି କୁତ୍ସିତ ପ୍ରଥା ଓ ମାନସିକତା ଆଜିଯାଏଁ ଆମଦେଶରେ କାହିଁକି ଚାଲିଆସୁଛି ବୋଲି ଜନୈକ ପ୍ରଫେସର ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ- ଯେଉଁ କାର୍ଯ୍ୟକୁ ଅତ୍ୟାଧୁନିକ ପରୀକ୍ଷଣ ମାଧ୍ୟମରେ ସହଜରେ ସଂପାଦନ କରାଯାଇପାରନ୍ତା ସେଥିପାଇଁ ଖାଦ୍ୟ ନିରୀକ୍ଷକଙ୍କୁ ଛାଡ଼ି ଡାକ୍ତରଙ୍କୁ କାହିଁକି ସାମିଲ୍‌ କରାଯାଇଆସୁଛି ବୋଲି ବ୍ୟବସ୍ଥାକୁ ପ୍ରଶ୍ନ କରିଥିଲେ! ଡାକ୍ତରମାନଙ୍କ ସାମାଜିକ ମୂଲ୍ୟ ବା ଜୀବନ କ’ଣ ପଶୁମାନଙ୍କଠାରୁ ବି ହୀନ? ସତରେ ଯଦି ଡାକ୍ତରଜଣକ ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁମୁଖରେ ପଡନ୍ତି, ତେବେ ଉତ୍ତରଦାୟୀ କିଏ ରହିବେ?
ପ୍ରକାଶ ଥାଉ କି ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୪୨୮ ଓ ୪୨୯ ଅନୁଯାୟୀ କୌଣସି ପଶୁଙ୍କୁ ହତ୍ୟା କରିବା, ବିଷ ଦେବା କିମ୍ବା ସେମାନଙ୍କ ଶାରୀରିକ କ୍ଷତି କରିବା ଆଇନତଃ ଦଣ୍ଡନୀୟ ଅପରାଧ। ଏଥିପାଇଁ ଜରିମାନା, ଜେଲଦଣ୍ଡ କିମ୍ବା ଉଭୟ ହୋଇପାରେ। ଅଥଚ ଇଂରେଜମାନଙ୍କ ସମୟରୁ ପ୍ରୋଟୋକଲ୍‌ ନାଁରେ ସମ୍ବେଦନହୀନ ଘଟଣାର ପୁନରାବୃତ୍ତି ହୋଇଆସୁଛି ଅଥଚ ଏକ ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ରରେ ଅନେକ ପ୍ରତିବାଦ କରିବାର ସାହସ ଜୁଟାଇ ପାରୁନାହାନ୍ତି! ଏହା କ’ଣ ଉପନିବେଶୀୟ ଚିନ୍ତାଧାରା? ନିକଟ ଅତୀତରେ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ଉଦାହରଣ ସୃଷ୍ଟି କରିଥିବା ଆମ ସରକାର ଯଥାର୍ଥ ବିକଳ୍ପ ସହିତ ଏଭଳି ଅଣପାରମ୍ପରିକ ଓ ଅଣଭାରତୀୟ ମାନସିକତାକୁ ଉଚ୍ଛେଦ କରିବାକୁ ଆଶା ରଖିବା।
ମୋ:୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

ହର୍ମୁଜରେ ଅପମାନ ପରେ, ଇରାନ ଆମେରିକାକୁ ଦେଲା ନୂଆ ଅଲ୍ଟିମେଟମ; ବାବ ଅଲ-ମାଣ୍ଡେବ ଉପରେ ମଧ୍ୟ ରହିଛି ବିପଦ

ତେହରାନ,୪।୪: ଇରାନରୁ ଏକ ସଙ୍କେତ ଆସିଛି ଯାହା ସମଗ୍ର ବିଶ୍ୱରେ ଚିନ୍ତାକୁ ବୃଦ୍ଧି କରିଛି। ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri