ମାନବ ଅଧିକାରର ଆହ୍ବାନ

ମନୁଷ୍ୟ ନିଜ ଅଧିକାର ବ୍ୟତୀତ ସମାଜରେ ବଞ୍ଚିପାରିବ ନାହିଁ। ମନୁଷ୍ୟ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥିବା ବ୍ୟକ୍ତିତ୍ୱର ବିକାଶ ଅଧିକାର ଦ୍ୱାରା ହୋଇଥାଏ। ବିଶିଷ୍ଟ ରାଜନୀତିଜ୍ଞ ଅଧ୍ୟାପକ ଲାସ୍କି କୁହନ୍ତି ”ସାମାଜିକ ଜୀବନର ଯେଉଁ ସର୍ତ୍ତଗୁଡ଼ିକ ବିନା ମନୁଷ୍ୟ ତା’ର ବ୍ୟକ୍ତିତ୍ୱର ସଂପୂର୍ଣ୍ଣ ପରିପ୍ରକାଶ କରିପାରେ ନାହିଁ, ସେହି ସର୍ତ୍ତ ସମୂହକୁ ଅଧିକାର କୁହାଯାଏ“। ପ୍ରତିଦିନ ଆମ ଜୀବନରେ ମାନବ ଅଧିକାରର ପ୍ରାସଙ୍ଗିକତା ରହିଛି। ଆମେ ଚିନ୍ତା କରୁଥିବା ମାନବିକତାର ମୂଲ୍ୟ ସାର୍ବଜନୀନ ସ୍ତରରେ ରହିଛି। ମାନବ ଅଧିକାର ସମାନତା, ନ୍ୟାୟ ଓ ସ୍ବାଧୀନତା ପ୍ରତିଷ୍ଠା କରେ। ଏହା ହିଂସା ଦୂରକରି ଶାନ୍ତି ପ୍ରତିଷ୍ଠା ଦିଗରେ ସଦାସର୍ବଦା ଅଗ୍ରଣୀ ଭୂମିକା ନେଇଥାଏ। ଯେଉଁଠି ଓ ଯେତେବେଳେ ମାନବିକତାର ମୂଲ୍ୟକୁ ଅଣଦେଖା କରାଯାଏ ସେତେବେଳେ ସମସ୍ତେ ବିପଦକୁ ଠେଲି ହୋଇଯା’ନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରେ ମାନବାଧିକାର ଉଲ୍ଲଂଘନକୁ ନେଇ ଭିନ୍ନ ଭିନ୍ନ ସମୟରେ ପ୍ରତିବାଦର ସ୍ବର ଉଠୁଛି। ଏହି ପରିପ୍ରେକ୍ଷୀରେ ମାନବାଧିକାରର ବୈଶ୍ୱିକ ଘୋଷଣା ଆମକୁ ସଶକ୍ତ କରିପାରିଛି। ମାନବାଧିକାର ଲାଗି ସମସ୍ତେ ଠିଆହେବା ପାଇଁ ଜାତିସଂଘ ଆହ୍ବାନ ଦେଇଆସିଛି। ମାନବାଧିକାରକୁ ଗୁରୁତ୍ୱ ଦେଇ ସାମଗ୍ରିକ ବିକାଶ ତଥା ସଚେତନତା ଆଣିବା ଲାଗି ଯୁବପିଢ଼ିଙ୍କ ଉପରେ ଆସ୍ଥା ସ୍ଥାପନ କରିଛି। ‘ୟୁଥ ଷ୍ଟାଣ୍ଡିଂ ଅପ୍‌ ଫର୍‌ ହ୍ୟୁମାନ ରାଇଟ୍‌ସ’ ସମୂହ ଧ୍ୱନି ବି ଦେଇଛି। ଯୁବପିଢ଼ିଙ୍କ ନିଷ୍ପତ୍ତି ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟକ୍ଷରେ ସମାଜର ରାଜନୈତିକ, ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ରରେ ତୃଣମୂଳ ସ୍ତରରେ ସକାରାମତ୍କ ପରିବର୍ତ୍ତନ ଆଣିବାରେ ସକ୍ରିୟ ଭାବେ କାର୍ଯ୍ୟ କରିଥାଏ। ଯୁବ ସମାଜ ମାନବାଧିକାରକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇକୁ ପ୍ରସ୍ତୁତ ହୋଇ ରହିଛନ୍ତି। ସେମାନଙ୍କୁ ଆମେ ଆଗକୁ ଯିବାକୁ ପ୍ରେରଣା ଦେବା ଓ ଆମେ ବି ତାଙ୍କ ସହ ଠିଆ ହେବା ସାମ୍ପ୍ରତିକ ସମୟର ଏକ ବଡ଼ ଆହ୍ବାନ ବୋଲି ଗ୍ରହଣ କରିବା ଆବଶ୍ୟକ। ଯୁବପିଢ଼ି ବାସ୍ତବରେ ଶକ୍ତିଶାଳୀ। ସେମାନଙ୍କ ନେତୃତ୍ୱ ଗ୍ରହଣ କରିବା ଦରକାର। କେବେ ବି ଭାବନି ଯେ ଯୁବଶକ୍ତି ବିଶ୍ୱ ସ୍ତରୀୟ ଆନ୍ଦୋଳନର ନେତୃତ୍ୱ ନେଇପାରିବନି ?
ମାନବ ଅଧିକାରଗୁଡ଼ିକ ସାର୍ବଜନୀନ। ଜାତି, ଧର୍ମ, ଶ୍ରେଣୀ, ବର୍ଣ୍ଣ, ଲିଙ୍ଗ, ଭାଷା, ଗୋଷ୍ଠୀ, ଜାତୀୟତା, ସମ୍ପତ୍ତି, ସାମାଜିକ ସ୍ଥିତି, ରାଜନୀତିକ ସିଦ୍ଧାନ୍ତ ଆଦି ଭିତ୍ତିରେ ପାର୍ଥକ୍ୟ ନିରୂପଣ କରିବା ଏଥିରେ ନ ଥାଏ। ଆଦର୍ଶଗତ ବିରୋଧାଭାସର ଊର୍ଦ୍ଧ୍ୱରେ ଉଦାରବାଦୀ, ସମାଜବାଦୀ, ପାଶ୍ଚାତ୍ୟ, ପୂର୍ବ, ଉନ୍ନତ, ଅନୁନ୍ନତ ବା ଅତି ଉନ୍ନତ, ସଂପ୍ରଦାୟ ମଧ୍ୟରେ ଖ୍ରୀଷ୍ଟିଆନ, ଇସଲାମ, ବୌଦ୍ଧ ଧର୍ମାବଲମ୍ବୀ ସମସ୍ତେ ସାମିଲ। ମାନବ ଅଧିକାରଗୁଡ଼ିକ ନ୍ୟାୟସଙ୍ଗତ, ବିବେକାନୁମୋଦିତ ଓ ନିୟନ୍ତ୍ରଣ ପରିସରଭୁକ୍ତ। ଜାତୀୟ ସୁରକ୍ଷା, ସର୍ବସାଧାରଣଙ୍କ ଶୃଙ୍ଖଳା, ସ୍ବାସ୍ଥ୍ୟଗତ କାରଣ ଓ ଅନ୍ୟମାନଙ୍କ ଅଧିକାର ପ୍ରତି ସୁରକ୍ଷା ପ୍ରଦାନ କରିଥାଏ। ଆମେ ଯେପରି ଦେଖିଛୁ, ଅଧିକାର ହେଉଛି ଦାବି ସମୂହ, ଯାହା କି ଜଣେ ବ୍ୟକ୍ତି ବଞ୍ଚିବା ଓ ଉନ୍ନତି କରିବା ପାଇଁ ନିହାତି ଦରକାର କରେ। ସେହି ଅର୍ଥରେ ଅଧିକାରର ଏକ ଲମ୍ବା ତାଲିକା ରହିଛି। ଏହି ସମସ୍ତ ଅଧିକାର ସମାଜ ଦ୍ୱାରା ସ୍ବୀକୃତ, କିନ୍ତୁ କେତେକ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ଅଧିକାର ରାଷ୍ଟ୍ର ଦ୍ୱାରା ସ୍ବୀକୃତ ଓ ସମ୍ବିଧାନରେ ଲିପିବଦ୍ଧ ହୋଇଛି। ଏହି ଅଧିକାରଗୁଡ଼ିକୁ ମୌଳିକ ଅଧିକାର କୁହାଯାଏ। ଏହି ସବୁ ଅଧିକାର ଦୁଇଟି କାରଣ ପାଇଁ ମୌଳିକ ବୋଲି କୁହାଯାଏ। ପ୍ରଥମତଃ ଏଗୁଡ଼ିକ ସମ୍ବିଧାନରେ ଲିପିବଦ୍ଧ ହୋଇଛି, ଯିଏ କି ସେମାନଙ୍କୁ ଏହି ଅଧିକାରର ପ୍ରତିଶ୍ରୁତି ଦେଉଛି। ଦ୍ୱିତୀୟତଃ ଏଗୁଡ଼ିକ ଆଇନସିଦ୍ଧ ଅର୍ଥାତ୍‌ ନ୍ୟାୟାଳୟ ଦ୍ୱାରା ବାଧ୍ୟତାମୂଳକ। ନ୍ୟାୟ ପାଇବାର ଯୋଗ୍ୟର ଅର୍ଥ ହେଉଛି, ଯଦି କୌଣସି ସ୍ଥଳରେ ଏହାର ବିଚ୍ୟୁତି ଘଟେ, ଜଣେ ବ୍ୟକ୍ତି ତା’ର ସୁରକ୍ଷା ପାଇଁ ନ୍ୟାୟାଳୟର ଆଶ୍ରୟ ନେଇପାରିବ। ଯଦି ସରକାର ଆଇନ ପ୍ରଣୟନ କରି ଏଥିରୁ କୌଣସି ଅଧିକାରକୁ ସଙ୍କୁଚିତ କରିଦିଅନ୍ତି, ଏହା ନ୍ୟାୟାଳୟ ଦ୍ୱାରା ଅଯୋଗ୍ୟ ଘୋଷଣା କରାଯାଏ। ୧୯୪୮ରେ ଜାତିସଂଘର ସାଧାରଣ ସଭାରେ ଡିସେମ୍ବର ୧୦ ତାରିଖକୁ ମାନବ ଅଧିକାର ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରାଯାଇଥିଲା। ୪୮ଟି ଦେଶ ଏକାଠି ହୋଇ ସଂଯୁକ୍ତ ରାଷ୍ଟ୍ରର ସାଧାରଣ ସଭାରେ ଏହି ଦିନକୁ ପାଳନ କରିଥିଲେ। ସେହିପରି ୧୯୯୩ରେ ମାନବ ଅଧିକାର ସଂଜ୍ଞା ସହ ମାନବ ଅଧିକାର ସୁରକ୍ଷା ଆଇନ ଭାରତ ସଂସଦରେ ପ୍ରଣୀତ ହୋଇଥିଲା। ସେହି ବର୍ଷ ଜାତୀୟ ସ୍ତରରେ ମାନବ ଅଧିକାର ଆୟୋଗ ଗଠନ କରାଯାଇଥିଲା।
ବର୍ତ୍ତମାନ ସମୟରେ ଶିକ୍ଷାଗତ ଅଧିକାର, ସୂଚନା ଅଧିକାର ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାର ଅଧିକାର ଆଦି ପ୍ରକାଶ କରୁଥିବା ଶବ୍ଦଗୁଡ଼ିକ ବାରମ୍ବାର ବ୍ୟବହାର କରାଯାଉଥିବା ଦେଖାଯାଉଛି। ଦୁନିଆରେ ସବୁ ଲୋକଙ୍କର ସମାନ ଅଧିକାର ରହିଥାଏ। ଜାତି, ଧର୍ମ, ବର୍ଣ୍ଣ ଓ ନିର୍ବିିଶେଷରେ ସମସ୍ତେ ସମାନ। କୌଣସି କ୍ଷେତ୍ରରେ ଭେଦଭାବ କରାଯାଇପାରିବ ନାହିଁ, ଏଥିପାଇଁ ଅଧିକାରର ନିର୍ମାଣ କରାଯାଇଛି। ଯେକୌଣସି ପରିସ୍ଥିତିରେ ମଧ୍ୟ କାହା ଅଧିକାରରୁ ଛଡ଼ାଇ ନିଆଯାଇପାରିବ ନାହିଁ। ଏହାସହ କୌଣସି ସରକାର କିମ୍ବା ସଂସ୍ଥା କାହା ସହ ଭେଦଭାବ କରିପାରିବେ ନାହିଁ। ମାନବ ଅଧିକାରର ଅର୍ଥ ହେଉଛି ସମସ୍ତଙ୍କୁ ସବୁ ଅଧିକାର ଦେବା, ଯାହା ବ୍ୟକ୍ତିର ଜୀବନ, ସ୍ବତନ୍ତ୍ରତା, ସମ୍ମାନ ଓ ପ୍ରତିଷ୍ଠା ସହ ଜଡ଼ିତ। ଏହି ସମସ୍ତ ଅଧିକାର ଭାରତୀୟ ସମ୍ବିଧାନର ତୃତୀୟ ଭାଗରେ ମୌଳିକ ଅଧିକାର ନାଁରେ ରହିଛି ଏବଂ ଏହି ଅଧିକାରର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ କୋର୍ଟ ଦ୍ୱାରା ଦଣ୍ଡ ଦିଆଯାଇଥାଏ।
୧୬୮୯ରେ ‘ବିଲ୍‌ ଅଫ୍‌ ରାଇଟସ’ ନାମରେ ବ୍ରିଟିଶ ସମ୍ବିଧାନରେ ନାଗରିକଙ୍କ ମୌଳିକ ଅଧିକାରକୁ ସାମିଲ କରାଯାଇଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ୧୭୯୧ ମସିହା ଡିସେମ୍ବର ୧୫ରେ ଦଶମ ସମ୍ବିଧାନ ସଂଶୋଧନରେ ଆମେରିକାବାସୀଙ୍କ ମୌଳିକ ଅଧିକାରକୁ ‘ବିଲ୍‌ ଅଫ୍‌ ରାଇଟ୍‌ସ’ରେ ଘୋଷଣା କରାଯାଇଥିଲା। ଚାଇନା ସମ୍ବିଧାନର ୧୯୮୨ରେ ଦ୍ୱିତୀୟ ପରିଚ୍ଛେଦରେ ମୌଳିକ ଅଧିକାରକୁ ନାଗରିକଙ୍କ ସୁରକ୍ଷା ନିମନ୍ତେ ସଂଯୋଗ କରାଯାଇଥିଲା। ସେହିଭଳି ସୁଇଜରଲାଣ୍ଡ ସମ୍ବିଧାନର ଧାରା ୪୧ ଦ୍ୱିତୀୟ ପରିଚ୍ଛେଦରେ ନିଜ ଅଧିବାସୀଙ୍କ ପାଇଁ ‘ସୁଇସ୍‌ ବିଲ୍‌ ଅଫ୍‌ ରାଇଟସ’ ନାମରେ ସର୍ବସାଧାରଣଙ୍କ ଲାଗି ସାର୍ବଜନୀନ କରାଯାଇଛି। ଏଠି ମାନବ ଅଧିକାର ନାଁରେ ମାନବିକତାର ହତ୍ୟା ହେବାରେ ଲାଗିଛି। ପୁରାଣ ବର୍ଣ୍ଣିତ ରାମାୟଣ ଓ ମହାଭାରତ କଳଙ୍କିତ ଚରିତ୍ରଠାରୁ ଆରମ୍ଭ କରି ରାଜା ମହାରାଜା କିମ୍ବା ମୋଗଲ ସମ୍ରାଟଙ୍କ ନିର୍ଯାତନାର ସମସ୍ତ ରେଖାକୁ ଟପି ଯାଇଥିଲେ। ଏବେ ମଧ୍ୟ ଜଗତୀକରଣ ଯୁଗରେ ଭାରତର ନାରୀ ନିର୍ଯାତନା, ଶିଶୁ ନିର୍ଯାତନା, ସାମାଜିକ ନିର୍ଯାତନା ଓ ଅଣରାଷ୍ଟ୍ର ବ୍ୟକ୍ତି ଦ୍ୱାରା ନିର୍ଯାତନା ସମୟାନୁକ୍ରମେ ବଢ଼ିବାରେ ଲାଗିଛି। ସମାଜରେ ଚତୁର ବଡ଼ପଣ୍ଡାମାନେ ମାନବ ଅଧିକାରର ଗୁରୁତ୍ୱ ସମ୍ପର୍କରେ ଗଳା ଫଟାଇ ଚିତ୍କାର କରୁଥିଲା ବେଳେ ପାଖ ଚା’ ଦୋକାନରେ ୧୪ ବର୍ଷରୁ କମ୍‌ ବୟସର ଶିଶୁକୁ କୁହନ୍ତି ‘ଏ ଛୋଟୁ ଟିକେ ଚା ଆଣେ ତ’; ନାରୀମାନଙ୍କ ଭୂମିକାକୁ ପ୍ରଶଂସା କରୁଥିଲା ବେଳେ ବିଳମ୍ବିତ ରାତିରେ ମଦ୍ୟପାନ କରି ମହିଳାମାନଙ୍କୁ ଅସଦାଚରଣ କରିବାକୁ ପଛାଇ ନ ଥା’ନ୍ତି। ମୋ ସ୍ବପ୍ନର ଭାରତ ସମ୍ପର୍କରେ ଭାଷଣ ଦେଉଥିବା ବ୍ୟକ୍ତିର ବୃଦ୍ଧ ମାତାପିତା ଜରାଶ୍ରମରେ।
ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ
ସିନ୍ଧେଦେବୀ ସ୍ନାତକ ମହାବିଦ୍ୟାଳୟ
ନନ୍ଦପୁର, କୋରାପୁଟ
ମୋ: ୯୪୩୭୯୫୫୫୬୮


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

CJPକୁ ନେଇ ବଡ଼ ବୟାନ ଦେଲେ ଚିରାଗ ପାସୱାନ, କହିଲେ କେହି ଅଟକାଇ ପାରିବେ ନାହିଁ…

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

୨ ଅଧିନାୟକଙ୍କ ସାଇଲେଣ୍ଟ ୱାର୍‌: କ୍ରିକେଟ ମହଲରେ ଚର୍ଚ୍ଚା ଜୋରଦାର

ନୂଆଦିଲ୍ଲୀ,୧୦।୧୦: କ୍ରିକେଟ ପଡ଼ିଆରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସାଧାରଣତଃ ବାକ୍‌ଯୁଦ୍ଧ କିମ୍ବା ସ୍ଲେଜିଂ ଦେଖିବାକୁ ମିଳେନାହିଁ। କିନ୍ତୁ ଚଳିତ ଗସ୍ତକୁ ନେଇ ଦୁଇ ଦଳର ଅଧିନାୟକଙ୍କ…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?