ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ ମହାଦୁର୍ନୀତିର ପ୍ରତିବାଦ: ଭାଜପା ପକ୍ଷରୁ ବିକ୍ଷୋଭ

ଛତ୍ରପୁର,୮।୮(ଡିଏନଏ ): ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ(ଓଏସ୍‌ଏସ୍‌ସି) ଚାକିରିରେ ବଡ ଧରଣର ଦୁର୍ନୀତି ଘଟଣାରେ ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶା ଭାଜପା ଯୁବ ମୋର୍ଚ୍ଚା ଆହ୍ବାନକ୍ରମେ ଛତ୍ରପୁର
ଭାଜପା ପକ୍ଷରୁ ଛତ୍ରପୁର ଲୋଏର ବସଷ୍ଟାଣ୍ଡଠାରେ ଏହି ମହାଦୁର୍ନୀତିର ପ୍ରତିବାଦ ସହ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର, ପ୍ରଦୀପ କୁମାର ପାଢୀ,ଗଞ୍ଜାମ ଜିଲା ଯୁବ ମୋର୍ଚ୍ଚା ସମ୍ପାଦକ ଡି.ସୁରେଶ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।