ଜାତୀୟ ରାଜପଥ ସଂପ୍ରସାରଣ ବିଳମ୍ବକୁ ନେଇ ଉତ୍ତେଜନା: ଠିକାସଂସ୍ଥାର ଗାଡ଼ି ଅଟକାଇଲେ ଉଠାଦୋକାନୀ

ଦାରିଙ୍ଗବାଡ଼ି,୩୦।୩(ଡି.ଏନ୍‌.ଏ): ରାଇପୁର-ଗୋପାଳପୁରକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥ ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ପଞ୍ଚୁପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଛି । ରାଜପଥ ସଂପ୍ରସାରଣ ବିଳମ୍ବକୁ ନେଇ ମଙ୍ଗଳବାର ସିମନବାଡ଼ିଠାରେ ଠିକାସଂସ୍ଥାର ସମସ୍ତଗାଡ଼ିକୁ ଉଠାଦୋକାନୀ ସମେତ ଅଞ୍ଚଳବାସୀ ଅଟକାଇଛନ୍ତି। ଶୀଘ୍ର ସଂପ୍ରସାରଣ କାର୍ଯ୍ୟ ଶେଷ କଲେ ଅବରୋଧ ହଟିବ ବୋଲି ବିକ୍ଷୋଭକାରୀମାନେ କହିଥିଲେ। ପରେ ଠିକାସଂସ୍ଥାର କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ବୁଧବାର ଏକ ମିଳିତ ବୈଠକ କରି ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଅନ୍ଦୋଳନ ହଟିଛି।