ନେତାନ୍ୟାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଜୋରଦାର

ଜେରୁଜେଲମ୍‌, ୧୬।୧୧: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଇସ୍ତଫା ଦାବିରେ ସାପ୍ତାହିକ ବିକ୍ଷୋଭ ଜାରି ରହିଛି। ଶନିବାର ରାତିରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବାହାରେ ହଜାର ହଜାର ବିକ୍ଷୋଭକାରୀ ଏକତ୍ର ହୋଇଥିଲେ। ପାଖାପାଖି ୫ ମାସ ହେଲା ଏହି ବିକ୍ଷୋଭ ଚାଲିଛି। କରୋନା ମହାମାରୀ ମୁକାବିଲାରେ ନେତାନ୍ୟାହୁ ବିଫଳ ହୋଇଥିବାବେଳେ ତାଙ୍କ ନାମରେ ଦୁର୍ନୀତି ମାମଲାର ବିଚାର ଚାଲିଛି। ଏଭଳି ନେତା ଦେଶର ନେତୃତ୍ୱ ନେବା ଲାଗି ଉପଯୁକ୍ତ ନୁହନ୍ତି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି। ମହାମାରୀ ଇସ୍ରାଏଲ୍‌ ଅର୍ଥନୀତିକୁ ଗୁରୁତର କ୍ଷତି ପହଞ୍ଚାଇଛି। ବହୁ ଯୁବତୀ ଯୁବକ ନିଯୁକ୍ତି ହରାଇଛନ୍ତି। ବିକ୍ଷୋଭରେ ଅଧିକାଂଶ ଛାତ୍ର ଓ ଯୁବବର୍ଗ ସାମିଲ ହୋଇଛନ୍ତି। ତେଲ୍‌ ଆଭିଭ୍‌ରେ ଥିବା ନେତାନ୍ୟାହୁଙ୍କ ଭାକେଶନ ହୋମ ବାହାରେ ମଧ୍ୟ ବିକ୍ଷୋଭ ହେଉଛି।

Share