ଜେଆଇପିଟିଏଲ୍‌ ଫାଟକ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ

କଣିହାଁ,୭ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଡେରେଙ୍ଗସ୍ଥିତ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାଓ୍ବାର ଲିମିଟେଡ୍‌ (ଜେଆଇଟିପିଏଲ୍‌) ଫାଟକ ସମ୍ମୁଖରେ ସୋମବାର ଜନୈକ ବ୍ୟକ୍ତିଙ୍କ ମୃତଦେହ ରଖି ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ଆନ୍ଦୋଳନ ଚାଲିଛି। ସୂଚନାରୁ ଜଣାଯାଏ, ଗତ ୩୦ ତାରିଖ ରାତିରେ ପ୍ରକଳ୍ପ ଭିତରେ କୋଇଲା ଅନଲୋଡ୍‌ କରୁଥିବା ସମୟରେ ଏକ ଅନ୍ୟ ଏକ ଟ୍ରକ୍‌ ଚାଳକଙ୍କ ସହ ଦୁର୍ଘଟଣା ହୋଇଥିଲା। ଏଥିରେ କାକୁଡ଼ିଆ ଗ୍ରାମର ବେଣୁଧର ମହାପାତ୍ର ଗୁରୁତର ହୋଇ କଟକର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଫଳରେ ପରିବାର ଲୋକ ଓ ସହଯୋଗୀ ମୃତଦେହକୁ ଆଣି ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। ଘଟଣାସ୍ଥଳରେ କଣିହାଁ ପୋଲିସ ପହଁଞ୍ଚି ବୁଝାଶୁଝା ଜାରି ରଖିଛି।