Categories: ଜାତୀୟ

ହତ୍ୟାର ଭୟ ଦେଖାଇ ବିରୋଧ କରୁଥିବା ଲୋକଙ୍କୁ ଚୁପ୍‌ କରାଯାଇ ପାରିବ ନାହିଁ…

ନୂଆଦିଲ୍ଲୀ,୭।୧୦: ହତ୍ୟାର ଭୟ ଦେଖାଇ କିମ୍ବା ହତ୍ୟା କରି ବିରୋଧ କରୁଥିବା ଲୋକଙ୍କୁ ଚୁପ୍‌ କରାଯାଇ ପାରିବ ନାହିଁ। ଲକ୍ଷ୍ମୀପୁର ହିଂସା ଘଟଣାରେ ଭାଜପା ଏମ୍‌ପି ବରୁଣ ଗାନ୍ଧୀ ଟୁଇଟ୍‌ କରି ଏଭଳି କହିଛନ୍ତି। ଏହା ସହିତ ସେ ହିଂସାର ନୂଆ ଭିଡ଼ିଓ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଅପଲୋଡ୍‌ କରିଛନ୍ତି।

ନିରୀହ ଚାଷୀଙ୍କ ରକ୍ତ ବୁହାଇଥିବା ଲୋକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଆବଶ୍ୟକତା ରହିଥିବା ସେ କହିଛନ୍ତି। ଚାଷୀଙ୍କ ମନରେ ଆକ୍ରୋଶ ଭାବାନ ଆସିବା ପୂର୍ବରୁ ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯିବା ଉପରେ ବରୁଣ ଗୁରୁତ୍ୱାରୋପ କରିଛନ୍ତି।

Share