ରେଳରୋକୋ କଲେ ଆନ୍ଦୋଳନକାରୀ

ବାଲେଶ୍ୱର ଅଫିସ ୨୮।୩: କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ବର ରେଳଷ୍ଟଶନରେ ଏଆଇୟୁଟିୟୁସି ପକ୍ଷରୁ ସରକାରଙ୍କ ବିରୋଧରେ ପ୍ରତିବାଦ କରି ଆନ୍ଦୋଳନ କରିଥିଲେ। ଏଆଇୟୁଟିୟୁସି କର୍ମକର୍ତ୍ତା ଷ୍ଟେଶନରେ ଦୀର୍ଘ ସମୟ ଧରି ବିଭିନ୍ନ ଟ୍ରେନକୁ ଅଟକାଇ ଥିଲେ। ବିଶେଷ କରି ଚେନ୍ନାଇ-ହାଓ୍ବଡା ଏକ୍ସପ୍ରେସ, ଭଦ୍ରକ-ହାଓ୍ବଡ଼ା ପେସେଞ୍ଜର ଟ୍ରେନ, ଏବଂ ବାଙ୍ଗିରୀପୋଷି-ଭୁବନେଶ୍ବର ଏକ୍ସପ୍ରେସ ଟ୍ରେନକୁ ଆନ୍ଦୋଳନକାରୀମାନେ ଅଟକାଇ ଥିଲେ। ଏପରିକି ଆନ୍ଦୋଳନକାରୀମାନେ ବାଲେଶ୍ୱର ସହରରେ ପିକେଟିଂ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ।