ଖଣି ଖନନ ଯୋଜନା ବିରୋଧରେ ବିଜାଲି ଗ୍ରାମରେ ପ୍ରତିବାଦ ସଭା: ଜିଲା ପ୍ରଶାସନ, ବ୍ଲକ ପ୍ରଶାସନକୁ ଟାର୍ଗେଟ୍‌

ଦାରିଙ୍ଗବାଡ଼ି,୨୬ା୪ (ଅରୁଣ ସାହୁ): ଆମକୁ ଖଣି ନୁହଁ ଜଳ, ଜଙ୍ଗଲ ଓ ପରିବେଶ ଦରକାର, ଆମ ପାଇଁ ଜୀବନ ଓ ଜୀବିକା ମୂଲ୍ୟବାନ। ଏଠି ଖଣି ଖନନ ହେଲେ କେବଳ ବିଜାଲି ନୁହେଁ, ସାରା ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ସମେତ ପଡୋଶୀ ତାଜୁଙ୍ଗୀ, ଗଦାପୁର ଓ ବହୁ ଅଞ୍ଚଳର ଲୋକେ ବିସ୍ଥାପିତ ହେବେ। ଆଦିବାସୀ ଲୋକମାନେ ସେମାନଙ୍କ ଭିଟାମାଟି ଓ ଜୀବନ-ଜୀବିକାରୁ ବିସ୍ଥାପିତ ହେଲେ, ଯେତେ କ୍ଷତିପୂରଣ ସରକାର ଦେଲେ ମଧ୍ୟ ସେମାନେ ବଞ୍ଚି ପାରିବେ ନାହିଁ। ତେଣୁ କୌଣସି ପରିସ୍ଥିତିରେ ଆମେ ଆମ ଗ୍ରାମରେ ଖଣି ଖନନ କରାଇ ଦେବୁନାହିଁ ବୋଲି ଅଞ୍ଚଳବାସୀ ରୋକଠୋକ ଜଣାଇ ଦେଇଛନ୍ତି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ୍‌ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଗ୍ରାମରେ ଶନିବାର ଏନେଇ ଆୟୋଜିତ ପ୍ରତିବାଦ ସଭାରେ ଅଞ୍ଚଳବାସୀ ପ୍ରଶାସନ ସହ ଆଲୋଚନା ବେଳେ ଜଣାଇ ଦେଇଛନ୍ତି।

କିଛିଦିନ ହେଲା ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଗ୍ରାମରେ ବ୍ରହ୍ମପୁରସ୍ଥିତ ଭୂତତ୍ତବିଦ ସର୍ଭେ କାର୍ଯ୍ୟାଳୟ ସମ୍ପୃକ୍ତ ଅଞ୍ଚଳରେ ଗ୍ରାଫାଇଟ ଥିବା ସୂଚନା ମିଳିବା ପରେ ସର୍ଭେ କାମ ଚାଲିିଛି। ମାତ୍ର ଏସମ୍ପର୍କରେ ବିଜାଲି ଗ୍ରାମବାସୀଙ୍କ ସହ କୌଣସି ଆଲୋଚନା କରାଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତାଙ୍କ ଅଞ୍ଚଳରେ ଖଣି ଖନନ ହେଲେ ସେମାନେ ବିସ୍ଥାପିତ ହେବାର ଆଶଙ୍କା ରହିଛି। ଏହାକୁ ନେଇ ଆଲୋଚନା ବୈଠକରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଗ୍ରାମ ମୁଖିଆ ସନା ମଳିକଙ୍କ ସମେତ ୱାର୍ଡ ମେମ୍ବର ସସ୍ମିତା ମଳିକ ଏବଂ ଜଙ୍ଗଲ ଅଧିକାର କମିଟି ସମ୍ପାଦକ ପାତ୍ର ମଳିକ ଏହାର ଘୋର ବିରୋଧ କରିଥିଲେ। ଖଣି ସର୍ଭେ ବନ୍ଦ କରିବା ଓ ଜଳ, ଜଙ୍ଗଲ ଓ ପରିବେଶକୁ ସୁରକ୍ଷା ଦେବା ପାଇଁ ସେମାନେ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, କନ୍ଧମାଳ ଜିଲାର ତାଙ୍କ ଅଞ୍ଚଳରେ ଗ୍ରାଫାଇଟ୍‌ ଖନନ କରୁଥିଲେ ମଧ୍ୟ ଏହାର ପ୍ରାରମ୍ଭିକ ସର୍ଭେ ପୂର୍ବରୁ ଗ୍ରାମସଭାର ଅନୁମୋଦନ କରାଯାଇନାହିଁ। ଏହା ନ କରି ଜିଲା ପ୍ରଶାସନ ସେମାନଙ୍କୁ ଅନ୍ଧାରରେ ରଖିଛି ବୋଲି ଅଞ୍ଚଳବାସୀ ପ୍ରଶାସନ ଉପରକୁ ଅଙ୍ଗଳି ଉଠାଇଛନ୍ତି। ଜିଲା ପ୍ରଶାସନ ସହ ବ୍ଲକ୍‌ ପ୍ରଶାସନ ମଧ୍ୟ ଏଦିଗରେ ନୀରବ ରହିଛି। ବ୍ଲକ ପ୍ରଶାସନ ମଧ୍ୟ ସେମାନଙ୍କୁ କୌଣସି ସୂଚନା ଦେଇ ନ ଥିବା ଗ୍ରାମବାସୀ କହିଛନ୍ତି। ଫଳରେ ଏହାକୁ ନେଇ ଗ୍ରାମବାସୀ ଉଦବେଗ ପ୍ରକାଶ କରିବା ସହ ଅସନ୍ତୋଷ ଜାହିର କରିଛନ୍ତି। କୌଣସି ପରିସ୍ଥିତିରେ ଆମେ ନ ଡରି ଭିଟାମାଟି, ପ୍ରକୃତି ତଥା ପରିବେଶର ସୁରକ୍ଷା ପାଇଁ ଏକଜୁଟ ହୋଇ ପ୍ରତିବାଦ କରିବୁ ବୋଲି ଅନୁଷ୍ଠିତ ପ୍ରତିବାଦ ସଭାରେ ଘୋଷଣା କରିଛନ୍ତି। ସଭାରେ ଜଙ୍ଗଲ ଅଧିକାର କମିଟ ସମ୍ପାଦକ ପାତ୍ର ମଳିକ ସଂଯୋଜନା କରିଥିଲେ। ମୁଖ୍ୟବକ୍ତା ରୂପେ ଚାଷୀ ମୂଲିଆ ସୁରକ୍ଷା ସମିତି ଉପଦେଷ୍ଟା ନରେନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ।
.


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri