ଖଣି ଖନନ ଯୋଜନା ବିରୋଧରେ ବିଜାଲି ଗ୍ରାମରେ ପ୍ରତିବାଦ ସଭା: ଜିଲା ପ୍ରଶାସନ, ବ୍ଲକ ପ୍ରଶାସନକୁ ଟାର୍ଗେଟ୍‌

ଦାରିଙ୍ଗବାଡ଼ି,୨୬ା୪ (ଅରୁଣ ସାହୁ): ଆମକୁ ଖଣି ନୁହଁ ଜଳ, ଜଙ୍ଗଲ ଓ ପରିବେଶ ଦରକାର, ଆମ ପାଇଁ ଜୀବନ ଓ ଜୀବିକା ମୂଲ୍ୟବାନ। ଏଠି ଖଣି ଖନନ ହେଲେ କେବଳ ବିଜାଲି ନୁହେଁ, ସାରା ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ସମେତ ପଡୋଶୀ ତାଜୁଙ୍ଗୀ, ଗଦାପୁର ଓ ବହୁ ଅଞ୍ଚଳର ଲୋକେ ବିସ୍ଥାପିତ ହେବେ। ଆଦିବାସୀ ଲୋକମାନେ ସେମାନଙ୍କ ଭିଟାମାଟି ଓ ଜୀବନ-ଜୀବିକାରୁ ବିସ୍ଥାପିତ ହେଲେ, ଯେତେ କ୍ଷତିପୂରଣ ସରକାର ଦେଲେ ମଧ୍ୟ ସେମାନେ ବଞ୍ଚି ପାରିବେ ନାହିଁ। ତେଣୁ କୌଣସି ପରିସ୍ଥିତିରେ ଆମେ ଆମ ଗ୍ରାମରେ ଖଣି ଖନନ କରାଇ ଦେବୁନାହିଁ ବୋଲି ଅଞ୍ଚଳବାସୀ ରୋକଠୋକ ଜଣାଇ ଦେଇଛନ୍ତି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ୍‌ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଗ୍ରାମରେ ଶନିବାର ଏନେଇ ଆୟୋଜିତ ପ୍ରତିବାଦ ସଭାରେ ଅଞ୍ଚଳବାସୀ ପ୍ରଶାସନ ସହ ଆଲୋଚନା ବେଳେ ଜଣାଇ ଦେଇଛନ୍ତି।

କିଛିଦିନ ହେଲା ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଗ୍ରାମରେ ବ୍ରହ୍ମପୁରସ୍ଥିତ ଭୂତତ୍ତବିଦ ସର୍ଭେ କାର୍ଯ୍ୟାଳୟ ସମ୍ପୃକ୍ତ ଅଞ୍ଚଳରେ ଗ୍ରାଫାଇଟ ଥିବା ସୂଚନା ମିଳିବା ପରେ ସର୍ଭେ କାମ ଚାଲିିଛି। ମାତ୍ର ଏସମ୍ପର୍କରେ ବିଜାଲି ଗ୍ରାମବାସୀଙ୍କ ସହ କୌଣସି ଆଲୋଚନା କରାଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତାଙ୍କ ଅଞ୍ଚଳରେ ଖଣି ଖନନ ହେଲେ ସେମାନେ ବିସ୍ଥାପିତ ହେବାର ଆଶଙ୍କା ରହିଛି। ଏହାକୁ ନେଇ ଆଲୋଚନା ବୈଠକରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଗ୍ରାମ ମୁଖିଆ ସନା ମଳିକଙ୍କ ସମେତ ୱାର୍ଡ ମେମ୍ବର ସସ୍ମିତା ମଳିକ ଏବଂ ଜଙ୍ଗଲ ଅଧିକାର କମିଟି ସମ୍ପାଦକ ପାତ୍ର ମଳିକ ଏହାର ଘୋର ବିରୋଧ କରିଥିଲେ। ଖଣି ସର୍ଭେ ବନ୍ଦ କରିବା ଓ ଜଳ, ଜଙ୍ଗଲ ଓ ପରିବେଶକୁ ସୁରକ୍ଷା ଦେବା ପାଇଁ ସେମାନେ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, କନ୍ଧମାଳ ଜିଲାର ତାଙ୍କ ଅଞ୍ଚଳରେ ଗ୍ରାଫାଇଟ୍‌ ଖନନ କରୁଥିଲେ ମଧ୍ୟ ଏହାର ପ୍ରାରମ୍ଭିକ ସର୍ଭେ ପୂର୍ବରୁ ଗ୍ରାମସଭାର ଅନୁମୋଦନ କରାଯାଇନାହିଁ। ଏହା ନ କରି ଜିଲା ପ୍ରଶାସନ ସେମାନଙ୍କୁ ଅନ୍ଧାରରେ ରଖିଛି ବୋଲି ଅଞ୍ଚଳବାସୀ ପ୍ରଶାସନ ଉପରକୁ ଅଙ୍ଗଳି ଉଠାଇଛନ୍ତି। ଜିଲା ପ୍ରଶାସନ ସହ ବ୍ଲକ୍‌ ପ୍ରଶାସନ ମଧ୍ୟ ଏଦିଗରେ ନୀରବ ରହିଛି। ବ୍ଲକ ପ୍ରଶାସନ ମଧ୍ୟ ସେମାନଙ୍କୁ କୌଣସି ସୂଚନା ଦେଇ ନ ଥିବା ଗ୍ରାମବାସୀ କହିଛନ୍ତି। ଫଳରେ ଏହାକୁ ନେଇ ଗ୍ରାମବାସୀ ଉଦବେଗ ପ୍ରକାଶ କରିବା ସହ ଅସନ୍ତୋଷ ଜାହିର କରିଛନ୍ତି। କୌଣସି ପରିସ୍ଥିତିରେ ଆମେ ନ ଡରି ଭିଟାମାଟି, ପ୍ରକୃତି ତଥା ପରିବେଶର ସୁରକ୍ଷା ପାଇଁ ଏକଜୁଟ ହୋଇ ପ୍ରତିବାଦ କରିବୁ ବୋଲି ଅନୁଷ୍ଠିତ ପ୍ରତିବାଦ ସଭାରେ ଘୋଷଣା କରିଛନ୍ତି। ସଭାରେ ଜଙ୍ଗଲ ଅଧିକାର କମିଟ ସମ୍ପାଦକ ପାତ୍ର ମଳିକ ସଂଯୋଜନା କରିଥିଲେ। ମୁଖ୍ୟବକ୍ତା ରୂପେ ଚାଷୀ ମୂଲିଆ ସୁରକ୍ଷା ସମିତି ଉପଦେଷ୍ଟା ନରେନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ।
.


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri