ଚାମେଲିଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ସମାବେଶ:ଥାନା ସମ୍ମୁଖରେ ପୋଲିସ ପଇଁତରା

ମହାକାଳପଡ଼ା,୧୩।୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡ଼ିଓ ଚାମ୍ବରରେ ତିଖିରୀ ସରପଞ୍ଚ ଚାମେଲୀ ଓଝା ଭିଡ଼ିଓ ରେକର୍ଡକୁ ନେଇ ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ସରପଞ୍ଚ ଓଝାଙ୍କପୋଲିସ ଉଠାଇ ନେଇ ଥିଲା। ପରେ ଏ ନେଇ ଥାନାରେ ସରପଞ୍ଚ ଓଝାଙ୍କୁ ପୋଲିସ ମାଡ଼ ମାରି ଥିବା ନେଇ ଏସପି ଙ୍କ ନିକଟରେ ଓଝା ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ରାଜ୍ୟ ରାଜନୀତି ଉଷ୍ମତା ପ୍ରକାଶ ପାଇଛି। ଜାତୀୟ କଂଗ୍ରେସ ଦଳ ପକ୍ଷରୁ ସରପଞ୍ଚ ଓଝାଙ୍କୁ ନ୍ୟାୟ ଦେବା ପାଇଁ ଦଳ ପକ୍ଷରୁ ଶନିବାର ଦିନ ଥାନା ସମ୍ମୁଖରେ ଜିଲାସ୍ତରୀୟ ବିକ୍ଷୋପ ପ୍ରଦର୍ଶନ କରିଛନ୍ତି।
ଅପରପକ୍ଷରେ ସରପଞ୍ଚ ଓଝା ନ୍ୟାୟ ଆଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲିଖିତ ପତ୍ର ମାଧ୍ୟମରେ ଜଣାଇଛନ୍ତି ବୋଲି କହିଛନ୍ତି ସରପଞ୍ଚ ଚାମେଲି ଓଝା। ମୁଖ୍ୟମନ୍ତ୍ରୀ ମାଝୀ ମହିଳା ସରପଞ୍ଚଙ୍କୁ କି ପ୍ରକାର ନ୍ୟାୟ ଦେଉଛନ୍ତି, ତାହା ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି ବୋଲି କୁହାଯାଉଛି। ଜିଲା କଂଗ୍ରେସ ସଭାପତି ଡା.ଦେବସ୍ମିତା ଶର୍ମାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କେନ୍ଦ୍ରାପଡ଼ା ପ୍ରାକ୍ତନ ବିଧାୟକ ସିପ୍ରା ମଲିକ, ଜିଲାର ବିଭିନ୍ନ ପ୍ରାନ୍ତରରୁ ଯୋଗଦେଇଥିବା ବରିଷ୍ଠ କଂଗ୍ରେସ ନେତାମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଛି। ଚାମେଲିଙ୍କୁ ନ୍ୟାୟ ନ ଦେବା ପର୍ଯ୍ୟନ୍ତ କଂଗ୍ରେସ ରଣହୁଙ୍କାର ଦେବାନେଇ ଚେତାବନୀ ଦେଇଛନ୍ତି। ଉପସ୍ଥିତ ଥିବା ପ୍ରଫୁଲ୍ଲ ଦାସ, ବସନ୍ତ ସେଠୀ, ସିକ୍ଷାନ୍ସୁ ଲେଙ୍କା, ବାବାଜୀ ବେହେରା, ଉପେନ୍ଦ୍ର ନାଥ ବେହେରା, ପ୍ରଭାସ ଦାସ, ରାଜକିଶୋର ପ୍ରଧାନ, ବ୍ଲକ ସଭାପତି ଚିତ୍ତରଞ୍ଜନ, ପ୍ରମୋଦ କୁମାର ସ୍ବାଇଁ, ପ୍ରଣବ ନାୟକଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ ଦଳର କର୍ମୀମାନେ ଉପସ୍ଥିତ ଥିଲେ। ଅପର ପକ୍ଷରେ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଚାମେଲିଙ୍କୁ ସ୍ବତନ୍ତ୍ର ପୋଲିସ ଟିମ ଉଠାଇ ନେଇଛି ବୋଲି କହିଛନ୍ତି ଜିଲା କଂଗ୍ରେସ ସଭାପତି ଡ଼ା ଦେବସ୍ମିତା ଶର୍ମାଙ୍କ ଅଭିଯୋଗ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share