ଧାନର ଅଭାବୀ ବିକ୍ରି ପ୍ରତିବାଦରେ ଚାଷୀଙ୍କ ଧାରଣା

ବନ୍ତ,୭ା୩(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷଣ୍ଢ ସେବା ସମବାୟ ସମିତିରେ ଧାନର ଅଭାବୀ ବିକ୍ରି ଓ ଟୋକନ ଲାପ୍ସ ପ୍ରତିବାଦରେ ସମିତି ଆଗରେ ଧାନ ବସ୍ତା ରଖି ସୋମବାର ଚାଷୀମାନେ ଧାରଣା ଦେଇଛନ୍ତି। ଏହା ପୂର୍ବରୁ ଚାଷୀମାନେ ଜିଲାପାଳଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଧାନ ବିକ୍ରି ପାଇଁ କୌଣସି ବ୍ୟବସ୍ଥା ନ ହେବାରୁ ବାଧ୍ୟ ହୋଇ ଚାଷୀମାନେ ଧାରଣାରେ ବସିଛନ୍ତି। ୬ଟି ପଞ୍ଚାୟତର ଚାଷୀ ଅମୂଲ୍ୟରତ୍ନ ନନ୍ଦ, ଚକ୍ରଧର ପାଣିଗ୍ରାହୀ, ନନ୍ଦକିଶୋର ପାଣିଗ୍ରାହୀ, ଅଜୟ କର, କୃଷ୍ଣଚନ୍ଦ୍ର ମହୁରୀ, ନରୋତ୍ତମ ଦାଶ, ରମାକାନ୍ତ ନାୟକ, ଗୋପାଳ କୃଷ୍ଣ ଦାଶ ପ୍ରମୁଖ ଧାରଣାରେ ବସିଛନ୍ତି।