ରାଜନଗରରେ ୨ ରାଜନୈତିକ ଦଳର ବିକ୍ଷୋଭ

ରାଜନଗର, ୧୮।୧୦ (ଭାସ୍କର ରାଉତରାୟ): ଆସନ୍ତା ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନଗର ରାଜନୀତିରେ ଅନେକ ରାଜନୈତିକ ଦୃଶ୍ୟ ଏବେ ଦେଖିବାକୁ ମିଳୁଛି। ମଙ୍ଗଳବାର ଦିନତମାମ ରାଜନଗର ବ୍ଲକରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଥିଲା। ଗୋଟିଏ ପଟରେ ବିଜେଡି ପକ୍ଷରୁ ଗୋଚର ଜମିରେ ଥିବା କଂଗ୍ରେସ କାର୍ଯ୍ୟାଳୟକୁ ଉଚ୍ଛେଦ ଦାବି ନେଇ ତହସିଲଦାରଙ୍କୁ ଦାବିପତ୍ର ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅପରପକ୍ଷରେ କଂଗ୍ରେସ ପକ୍ଷରୁ ଜଙ୍ଗଲ ଜମିରେ ଗଢି ଉଠିଥିବା ହୋଟେଲଗୁଡିକୁ ଉଚ୍ଛେଦ ପାଇଁ ଡିଏଫ୍‌ଓଙ୍କୁ ଦାବିପତ୍ର ଓ ବିକ୍ଷୋଭ ପ୍ରଦର୍ଶନ ସମୟର ଦୃଶ୍ୟ ରାଜନୈତିକ ଦୃଶ୍ୟପଟ୍ଟକୁ ଅଧିକ ଚଞ୍ଚଚଞ୍ଚଳ କରିଛି।
ବିଜେଡିର କର୍ମୀମାନେ ତନ୍ତି ପୋଖରୀ ନିକଟରୁ ଶୋଭାଯାତ୍ରାରେ ଆସି ରାଜନଗର ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜନଗର-ପଟ୍ଟାମୁଣ୍ଡାଇ ମୁଖ୍ୟ ରାସ୍ତା ଓ ପାଣିନାଳକୁ ବନ୍ଦ କରି ଗୋଚର ଜମିରେ ବେଆଇନ ଭାବେ କଂଗ୍ରେସ କାର୍ଯ୍ୟାଳୟ ନିର୍ମାଣ ହୋଇଛି। ଗର୍ଜନପୁର ମୌଜାର ଖାତା ନଂ. ୨୦୭, ପ୍ଲଟ ନଂ. ୬୨୭ ଗୋଚର କିସମ ଜମିରେ ସରକାରୀ ଜମିକୁ ଜବରଦଖଲ କରି କଂଗ୍ରେସ କାର୍ଯ୍ୟାଳୟ ନିର୍ମାଣ କରାଯାଇଛି। ବେଆଇନ ଭାବେ କଂଗ୍ରେସ କାର୍ଯ୍ୟାଳୟ ନିର୍ମାଣ ଯୋଗୁ ସେଠାରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ଓ ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି। ତୁରନ୍ତ ବେଆଇନ ଭାବେ ନିର୍ମାଣ ହୋଇଥିବା କଂଗ୍ରେସ କାର୍ଯ୍ୟାଳୟକୁ ୭ଦିନ ଭିତରେ ଉଚ୍ଛେଦ କରିବାକୁ ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ନେଇ ଦାବିପତ୍ର ରାଜନଗର ତହସିଲଦାରଙ୍କୁ ପ୍ରଦାନ କରିଥିଲେ। ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତଙ୍କ ନେତୃତ୍ୱରେ ଯୁବ ବିଜେଡି ସଭାପତି ଆର୍ତ୍ତବନ୍ଧୁ ମହାନ୍ତି, ଛାତ୍ର ବିଜେଡି ସଭାପତି ମନୋଜ କୁମାର ମଲ୍ଲିକ, ମହିଳା ବିଜେଡି ସଭାନେତ୍ରୀ ରଶ୍ମୀ ରଞ୍ଜିତା ସ୍ବାଇଁ, କେନ୍ଦ୍ରାପଡ଼ା ଜିଲା ଓବିସି ସେଲ୍‌ ସଭାପତି ବିଜୟ ନାୟକ,  ନରହରି ଜେନା, ସରପଞ୍ଚ ଗୋଲେଖ ଚନ୍ଦ୍ର ସ୍ବାଇଁ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଅରୁଣ କୁମାର ସାହୁ ପ୍ରମୁଖ ଶତାଧିକ ବିଜେଡି କର୍ମୀ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ତ୍ରିନାଥବଜାରସ୍ଥିତ କଂଗ୍ରେସ କାର୍ଯ୍ୟାଳୟରୁ ଯୁବ କଂଗ୍ରେସ ସଭାପତି ପ୍ରଭାତ କୁମାର ରାଉଳ, ଛାତ୍ର କଂଗ୍ରେସର ସଭାପତି ସତ୍ୟବ୍ରତ ପାଣି, ଜିଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ବେହେରା ନେତୃତ୍ୱରେ ପୂର୍ବତନ ଜିଲା ଯୁବ କଂଗ୍ରେସ ସଭାପତି ସତ୍ୟବ୍ରତ ସାମଲ, ଓଁକାର ଜେନା, ଦେବାଶିଷ ମହାନ୍ତି ଓ ସହଦେବ ସାହୁ, ସମୀର ଜେନା, ଶୁକଦେବ ଭଦ୍ର ପ୍ରମୁଖ କର୍ମୀମାନେ ଶୋଭାଯାତ୍ରାରେ ବାହାରି ଡିଏଫ୍‌ଓ ଅଫିସ ସମ୍ମୁଖରେ ପହଁଛି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବାଙ୍କୁଆଳ ମୌଜାର ଖାତା ନଂ. ୧୦, ପ୍ଲଟ ନଂ. ୩୬ରେ ଜଙ୍ଗଲ ଜମିରେ ହୋଟେଲ ନିର୍ମାଣ ହୋଇଛି। ଏହି ହୋଟେଲର ମାଲିକାନାରେ ସ୍ଥାନୀୟ ବିଜେଡି ନେତାଙ୍କ ସହଭାଗିତା ଥିବାରୁ ବନ ବିଭାଗ ଜଙ୍ଗଲ ଜମିକୁ ଉଚ୍ଛେଦ ନ କରି କୁମ୍ଭକର୍ଣ୍ଣ ନିଦରେ ଶୋଇଛି ବୋଲି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଭିତରକନିକାରେ ଥିବା ସମସ୍ତ ହୋଟେଲ ଓ ଜବରଦଖଲ ଉଚ୍ଛେଦ କରିବାକୁ କଂଗ୍ରସ ପକ୍ଷରୁ ଦାବି କରାଯାଇଛି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ତହସିଲ ଦାରଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri