ଏସ୍‌ପି ଅଫିସ ଆଗରେ ଧାରଣା

ଭଦ୍ରକ ଅଫିସ, ୨୨।୩: ଏକ ବାଇକ ଚୋରି ମାମଲାରେ ଭଦ୍ରକ ଚୂଡ଼ାମଣି ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଭଦ୍ରକ ଏସ୍‌ପି ଅଫିସ ଆଗରେ ଏକ ପରିବାର ଧାରଣାରେ ବସିଛନ୍ତି।
ସୂଚନା ମୁତାବକ, ଥାନା ଅଧୀନ ଚୂଡ଼ାମଣି ଗ୍ରାମର ଅକ୍ଷୟ ମଳିକଙ୍କର ଏକ ହୋଣ୍ଡା ମୋଟର ସାଇକେଲକୁ ୨ ଜଣ ଯୁବକ ନଭେମ୍ବର ମାସରେ ମାଡ଼ମାରି ଛଡାଇ ନେଇଥିବା ସେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବାଇକ୍‌ ଖୋଜିବାରେ ପୋଲିସ ଅବହେଳା କରୁଥିବା ନେଇ ଅକ୍ଷୟ ମଳିକ, ମାମି ମଳିକ, ରିଜା ମଳିକ ପ୍ରମୁଖ ଧାରଣାରେ ବସିଛନ୍ତି ।