ଅହେତୁକ ବିଦ୍ୟୁତକାଟ ପ୍ରତିବାଦରେ ଏସଡିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ପ୍ରତିଶ୍ରୁତି ମିଳିବା ପରେ…

ଧର୍ମଶାଳା,୨୮।୪(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଅଞ୍ଚଳରେ ଅହେତୁକ ବିଦ୍ୟୁତକାଟ ପ୍ରତିବାଦରେ ସ୍ଥାନୀୟ ବିଦ୍ୟୁତ ଏସଡିଓ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ଉପଭୋକ୍ତାମାନେ ଗଣଧାରଣା ଦେଇଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବା ବେଳେ ଅସହ୍ୟ ଗରମ ଗୁଳଗୁଳି ସହ ଅଘୋଷିତ ବିଦ୍ୟୁତକାଟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି। ଦୈନନ୍ଦିନ ଜୀବନରେ ବିଦ୍ୟୁତର ଆବଶ୍ୟକତା ଅତି ଜରୁରୀ ଥିବାବେଳେ ବିଦ୍ୟୁତ ବିଭାଗର ମନମାନି ଯୋଗୁ ଦିନରେ ବାରମ୍ବାର ବିଦ୍ୟୁତକାଟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଟାଟା ପାୱାର ବିରୋଧରେ ନାରା ଦେବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ଦାବି କରିଛନ୍ତି। ଅପର ପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଥିବା ୩୩ କେଭି ବିଦ୍ୟୁତ ତାର ପୁରୁଣା ଥିବାରୁ ବାରମ୍ବାର ଖରାପ ହେଉଥିବା ସ୍ବୀକାର କରିଛନ୍ତି କୁଆଖିଆ ଏସଡି ସୀତାଂଶୁ ଶେଖର ଶତପଥୀ ଏବଂ ଏହାର ତୁରନ୍ତ ସମାଧାନ ପାଇଁ ଲିଖିତ ଆକାରରେ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Odisha’s No.1 Odia Daily

Share