ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ସୁରକ୍ଷା ଦାବିରେ ବିକ୍ଷୋଭ

ବଲାଙ୍ଗୀର,୨୩ା୪(ସୁନିଲ କୁମାର ମହାନ୍ତି): ଭାରତ ମୁକ୍ତି ମୋର୍ଚ୍ଚା, ଏସ୍‌ସି , ଏସ୍‌ଟି ଓ ଓବିସି ମୁକ୍ତିମୋର୍ଚ୍ଚା ପକ୍ଷରୁ ଗୁରୁବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପଛୁଆବର୍ଗଙ୍କୁ ସମ୍ବିଧାନ ଅଧିକାର ସୁରକ୍ଷା ଦାବିରେ ପ୍ରତିବାଦ ସଭା କରାଯାଇଛି। ଓବିସି ସଙ୍ଗଠନର ପରଦେଶୀ ବିଶ୍ବାଳଙ୍କ ନେତୃତ୍ୱରେ ଏସ୍‌ଟି, ଏସ୍‌ସି ଓ ଓବିସି ସଙ୍ଗଠନର ସରୋଜ କୁମାର ମେଶ୍ବା, ଶଙ୍କର୍ଷଣ ପ୍ରଧାନ, ଶାନ୍ତନୁ ଭୋଇ, ଟିକଲ ପୁଟେଲ , କୁନା ବାଗ ଓ ବାସୁଦେବ ମୁଗ୍ରୀ ଓ ସୁବାସିନୀ ସାହୁ ଅନ୍ୟମାନେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗଣତନ୍ତ୍ର ବ୍ୟବସ୍ଥାରେ ସାମ୍ବିଧାନିକ ବ୍ୟବସ୍ଥାରେ ଯେଉଁମାନେ ସାମାଜିକ କ୍ଷେତ୍ରରେ ପଛୁଆ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ପଛୁଆ ଅଛନ୍ତି ସାମ୍ବିଧାନିକ କ୍ଷେତ୍ରରେ ସୁଧାର କରିବାର ଅଛି ସେମାନଙ୍କୁ ଉପରକୁ ଉଠାଇବାର ଅଛି ଏହି କଥା ଆଜି ବଲାଙ୍ଗୀର ବାସୀ ଅନୁଭବ କରିଛନ୍ତି ଓ ଆମକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ସ୍କୁଲ, କଲେଜ, ଅଫିସ,ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରିଥିବା ଓବିସି ସଙ୍ଗଠକ ବିଶ୍ବାଳ କହିଛନ୍ତି।

Dharitri –Odisha’s No.1 Trusted Odia Daily

Share