ଗ୍ୟାସ୍‌ ଦରବୃଦ୍ଧି ନେଇ ଏସ୍‌ୟୁସିଆଇ ପକ୍ଷରୁ ବିକ୍ଷୋଭ

ବାରିପଦା ଅଫିସ,୨ା୩: ଇନ୍ଧନ ଗ୍ୟାସ୍‌ ଦରବୃଦ୍ଧିକୁ ନେଇ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ମୟୂରଭଞ୍ଜ ଜିଲା ଶାଖା ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଏ ସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ।

କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ଯୋଗୁ ମହିଳାଙ୍କ ଆଖିରେ ଲୁହ ଝରିବା ଆରମ୍ଭ ହେଉଛି। କରୋନା ଜନିତ ମହାମାରୀରେ ମେରୁଦଣ୍ଡ ଦୋହଲି ଯାଇଥିବା ଲୋକଙ୍କ ଉପରେ ରନ୍ଧନ ଗ୍ୟାସ ଦରବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଚଳିତ ବର୍ଷ ଦୁଇ ମାସ ମଧ୍ୟରେ ୭୫ଟଙ୍କା ଗ୍ୟାସ୍‌ ଦର ବଢିଥିବା ବେଳେ ୮ବର୍ଷ ମଧ୍ୟରେ ୭୧୯ ଟଙ୍କା ବଦ୍ଧି ପାଇଛି । ୨୦୧୪ରେ ଗ୍ୟାସ ଦର ୪୧୦ ଟଙ୍କା ଥିବା ବେଳେ ତାହା ୧୧୨୯ ଟଙ୍କାରେ ପହଞ୍ଚିବା ସାଧାରଣ ଲୋକଙ୍କ ଉପରେ ଘୋର ପ୍ରଭାବିତ କରିଛି।