ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଆନ୍ତର୍ଜାତିକ ହକ୍କର ଦିବସ ଅବସରରେ ସୋମବାର ଦିଗପହଣ୍ଡି ପଥ ବିକ୍ରେତା ସଙ୍ଘ ମିଳିତ ହକ୍କର କାର୍ଯ୍ୟ ପ୍ରକ୍ରିୟା କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ରଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯିବା ପରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ଅଶୋକ କୁମାର କର୍ଣ୍ଣଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏନ୍ଏସି ପକ୍ଷରୁ ଟାଉନ ଭେଣ୍ଡିଂ କମିଟି ଗଠନ କରାଯାଇ ଡିଜିଟାଲ ସର୍ଭେ ଅନୁସାରେ ସହରର ସମସ୍ତ ପଥ ବିକ୍ରେତାମାନଙ୍କୁ ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯିବା, ସେମାନଙ୍କୁ ବ୍ୟବସାୟ ନିମନ୍ତେ ପ୍ରଧାନମନ୍ତ୍ରୀ ମୁଦ୍ରା ଋଣ ଭଳି ଅନ୍ୟାନ୍ୟ ଋଣ ମଞ୍ଜୁର ପାଇଁ ଏନ୍ଏସି ଗ୍ୟାରେଣ୍ଟର ରହିବା, କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ୨୦୧୪ ପଥ ବିକ୍ରେତା ସୁରକ୍ଷା ଓ ଥଇଥାନ ଆଇନ କାର୍ଯ୍ୟକାରୀ କରାଯିବା ପ୍ରଭୃତି ଦାବି ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଏହି କାର୍ଯ୍ୟକ୍ରମରେ ଜି.କୃଷ୍ଣ, ଜି.ରାଜେଶ, ଜି.ଦଣ୍ଡପାଣି, ଏନ.ସନ୍ତୋଷ, ଆର୍.ସବିତା,କେ.ବାଲାଜୀ, ଆର. ପୂର୍ଣ୍ଣ ପ୍ରମୁଖ ବହୁ ସଂଖ୍ୟକ ପଥବିକ୍ରେତା ଉପସ୍ଥିତ ଥିଲେ।


