ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ ବିକ୍ଷୋପ ପ୍ରଦର୍ଶନ କରାଯାଇଛି । ୩୩% ମହିଳା ସଂରକ୍ଷଣ ଆଇନ ଲାଗୁ କରିବା ଦାବିରେ କଂଗ୍ରେସ ସଭାପତି ଅନୀଲ ମେହେରଙ୍କ ନେତୃତ୍ୱରେ ଶତାଧିକ ମହିଳା କଂଗ୍ରେସର ମହିଳାମାନେ ମଶାଲ ଧରି କଲେଜ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଅଫିସରେ ପହଞ୍ଚିଥିଲେ । ସେଠାରେ ଦାବି ଜଣାଇ ବିକ୍ଷୋପ ପ୍ରଦର୍ଶନ କରିଥିଲେ। ଏହି ସମୟରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଉପସ୍ଥିତି ଥିଲେ ।