ଭିସିଆଇ କେମିକାଲ କାରଖାନାକୁ ବିରୋଧ

ଯାଜପୁର/କଳିଙ୍ଗନଗର,୨୧ା୧୦ (ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ): ପ୍ରଭାବିତ ଅଞ୍ଚଳବାସୀ ଓ କ୍ଷତିଗ୍ରସ୍ତ ପରିବାରଙ୍କ ସମସ୍ୟାଠାରୁ ଦୂରେଇ ଯାଉଥିବାରୁ ଶିଳ୍ପ କାରଖାନାଗୁଡ଼ିକ ଉପରେ ଜନ ଅଶାନ୍ତି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ନିଯୁକ୍ତି ଆଶା କ୍ରମଶଃ ମଉଳି ଯାଇଥିବାରୁ ଶିଳ୍ପ ପ୍ରତି ଲୋକଙ୍କ ମୋହ ତୁଟିବାରେ ଲାଗିଛି। ନବେ ଦଶକରେ ଯେଉଁ ପରିମାଣରେ ଲୋକେ ଶିଳ୍ପକୁ ସ୍ବାଗତ କରିଥିଲେ ସେଭଳି ପରିସ୍ଥିତି ଆଉ ଦେଖିବାକୁ ମିଳୁନାହିଁ। ଶୁକ୍ରବାର ଯାଜପୁର ଜିଲାର ଦାନଗଦି ଭବନଠାରେ ମେସର୍ସ ଭିସିଆଇ କେମିକାଲ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ୍‌ ଦ୍ୱାରା ପ୍ରସ୍ତାବିତ ବାର୍ଷିକ ୧ ଲକ୍ଷ ଟନ୍‌ କୋଇଲା ଟାର୍‌ ପ୍ରକ୍ରିୟାକରଣ ଗ୍ରୀନଫିଲ୍ଡ ପ୍ରକଳ୍ପକୁ ଜନଶୁଣାଣିରେ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ତେବେ ଭିସିଆଇ କମ୍ପାନୀ କର୍ତ୍ତୃପକ୍ଷ ଜନଶୁଣାଣିକୁ ଆସି ନ ଥିବାରୁ ଯଖପୁରା, ମାନତିରା, ପଙ୍କପାଳ ଓ ମଙ୍ଗଳପୁର ପଞ୍ଚାୟତ ଲୋକେ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ଭବିଷ୍ୟତରେ ମଧ୍ୟ ବିରୋଧ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ପୂର୍ବରୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରତିଷ୍ଠିତ ଅନେକ କାରଖାନା କର୍ତ୍ତୃପକ୍ଷଙ୍କ ମିଛ ପ୍ରତିଶ୍ରୁତିର ଫଳ ଆଜି ଭିସିଆଇ କମ୍ପାନୀକୁ ଭୋଗିବାକୁ ପଡ଼ିଛି ବୋଲି ମତପ୍ରକାଶ ପାଇଛି। ଶିଳ୍ପ ସ୍ଥାନୀୟ ଗରିବ ଲୋକଙ୍କ ପାଇଁ ନୁହେଁ, ଧନୀ, ଦଲାଲ ଓ ରାଜ୍ୟ ବାହାରର ବିଭିନ୍ନ ଠିକାସଂସ୍ଥାଙ୍କ ପାଇଁ। କଳିଙ୍ଗନଗରରେ ବହୁତ ଶିଳ୍ପ ହେଲା, ଆଉ ଶିଳ୍ପର ଆବଶ୍ୟକତା ନାହିଁ ବୋଲି ନାରା ଶୁଣିବାକୁ ମିଳିଛି ା
କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ପ୍ରାୟ ୫ ବର୍ଷ ହେଲା ଅନେକ ଜନଶୁଣାଣି କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ସେଥିରୁ କେତେକ ଶିଳ୍ପ କାରଖାନାକୁ ଲୋକେ ସର୍ତ୍ତମୂଳକ ସମର୍ଥନ କରିଛନ୍ତି। ଆଉ କେତେକ ଶିଳ୍ପ କମ୍ପାନୀକୁ ବିଦା କରିଥିବା ନଜିର ରହିଛି। ଆଉ କେତେକ କମ୍ପାନୀର ଜନଶୁଣାଣିକୁ ଜୋର ଜବରଦସ୍ତ ଏବଂ ଅର୍ଥ ବଳରେ ସମର୍ଥନ ହାସଲ କରାଯାଇଛି। ଏହିକ୍ରମରେ ଭିସିଆଇ କମ୍ପାନୀକୁ ଯଖପୁରା ଓ କଚେରିଗାଁ ମୌଜାର ୨୨ ଏକର ଜମି ଇଡ୍‌କୋ ଜରିଆରେ ପ୍ରଦାନ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୨୧୦ କୋଟି ଟଙ୍କା ବ୍ୟୟ ଅଟକଳ ପ୍ରସ୍ତାବିତ ପ୍ରକଳ୍ପରେ କୌଣସି ବ୍ୟକ୍ତିଙ୍କ ଜମି କିମ୍ବା ବାସଗୃହ ହରାଉ ନ ଥିବାରୁ ପୁନର୍ବାସ ଓ ଥଇଥାନ ଯୋଜନାର ଆବଶ୍ୟକତା ପଡ଼ିନାହିଁ। ଏହି କାରଖାନାର କଞ୍ଚାମାଲ ସ୍ଥାନୀୟ କେତେକ ଇସ୍ପାତ କାରଖାନାର କୋକ ଓଭେନ୍‌, କୋଇଲା, ଅନହାଇଡ୍ରୋସ୍‌ ଟାର୍‌ (ନିର୍ଜଲ ଟାର୍‌) ଓ ଗ୍ୟାସିଫାୟରରୁ ସଂଗ୍ରହ କରାଯିବ। ଏଥିପାଇଁ ସଡ଼କ ପଥର ବ୍ୟବହାର କରାଯିବ। ଉକ୍ତ କାରଖାନା ପାଇଁ ଦୈନିକ ୩୭୬ ଘନଲିଟର ଜଳର ଆବଶ୍ୟକତା ରହିଛି, ଯାହାକି ଇଡକୋ ପାଇପଲାଇନରୁ ଅଣାଯିବ। ଏହି ପ୍ରକଳ୍ପ ପାଇଁ ବ୍ୟାପକ ବାୟୁ ପ୍ରଦୂଷଣର ଆଶଙ୍କା ରହିଛି। ଏଥିପାଇଁ ବ୍ୟବହାର ହେବାକୁ ଥିବା ରାସ୍ତାକୁ ପିଚୁ ଓ କଂକ୍ରିଟକରଣ କରାଯିବ। ଏହାସହ ଭୂପୃଷ୍ଠରେ ତେଲ, ଗ୍ରୀସ୍‌ ଏବଂ ଫିନୋଲିକ ଦ୍ୱାରା ସୃଷ୍ଟି ହେବାକୁ ଥିବା ଜଳ ପ୍ରଦୂଷଣର ନିରାକରଣ ପାଇଁ ବର୍ଜ୍ୟଜଳ ଉପଚାର ପ୍ଲାଣ୍ଟ(ଏସ୍‌ଟିପି) ସ୍ଥାପନ କରାଯିବ ବୋଲି ଜନଶୁଣାଣିର କାର୍ଯ୍ୟନିର୍ବାହୀ ସାରାଂଶରେ ଦର୍ଶାଯାଇଛି। ତେବେ ସ୍ଥାନୀୟ ନିଯୁକ୍ତି ସଂକ୍ରାନ୍ତରେ କାର୍ଯ୍ୟ ନିର୍ବାହୀ ସାରାଂଶରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହି କମ୍ପାନୀକୁ ଲୋକଙ୍କ ବିରୋଧ ସତ୍ତ୍ବେ ପ୍ରଶାସନ ପକ୍ଷରୁ ଜାଲ୍‌ କାଗଜପତ୍ର ତିଆରି କରି ଭିତିରିଆ ଭାବେ ସମର୍ଥନ ଦିଆଯାଇପାରେ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଗତ ପ୍ରାୟ ଦୁଇ ଦଶନ୍ଧି ହେଲା କେତେକ ଶିଳ୍ପ କମ୍ପାନୀ ଲୋକଙ୍କୁ ଠକି ଚାଲିଛନ୍ତି। ପୁନର୍ବାସ ଓ ଥଇଥାନ ଉପଦେଷ୍ଟା କମିଟି ପ୍ରାୟ ୭ ବର୍ଷ ହେଲା ବସୁନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଧୈର୍ଯ୍ୟଚ୍ୟୁତି ଘଟିବାରେ ଲାଗିଛି। ଜନଶୁଣାଣି ବୈଠକରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଏବଂ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ଉପସ୍ଥିତ ଥିଲେ। ଭିସିଆଇ କମ୍ପାନୀର ଅପରେଶନ ମ୍ୟାନେଜର ଶୁଭମ୍‌ ଗୁପ୍ତାଙ୍କୁ ପଚାରିବାରୁ ସେ କହିଛନ୍ତି, କମ୍ପାନୀ କର୍ତ୍ତୃପକ୍ଷଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ଜନଶୁଣାଣିରେ ଉପସ୍ଥିତ ହୋଇପାରିଲେ ନାହିଁ। ପରବର୍ତ୍ତୀ ଜନଶୁଣାଣିରେ ଅଞ୍ଚଳବାସୀ ନିଶ୍ଚିତ ଭାବେ ସମର୍ଥନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri