ଭିସିଆଇ କେମିକାଲ କାରଖାନାକୁ ବିରୋଧ

ଯାଜପୁର/କଳିଙ୍ଗନଗର,୨୧ା୧୦ (ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ): ପ୍ରଭାବିତ ଅଞ୍ଚଳବାସୀ ଓ କ୍ଷତିଗ୍ରସ୍ତ ପରିବାରଙ୍କ ସମସ୍ୟାଠାରୁ ଦୂରେଇ ଯାଉଥିବାରୁ ଶିଳ୍ପ କାରଖାନାଗୁଡ଼ିକ ଉପରେ ଜନ ଅଶାନ୍ତି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ନିଯୁକ୍ତି ଆଶା କ୍ରମଶଃ ମଉଳି ଯାଇଥିବାରୁ ଶିଳ୍ପ ପ୍ରତି ଲୋକଙ୍କ ମୋହ ତୁଟିବାରେ ଲାଗିଛି। ନବେ ଦଶକରେ ଯେଉଁ ପରିମାଣରେ ଲୋକେ ଶିଳ୍ପକୁ ସ୍ବାଗତ କରିଥିଲେ ସେଭଳି ପରିସ୍ଥିତି ଆଉ ଦେଖିବାକୁ ମିଳୁନାହିଁ। ଶୁକ୍ରବାର ଯାଜପୁର ଜିଲାର ଦାନଗଦି ଭବନଠାରେ ମେସର୍ସ ଭିସିଆଇ କେମିକାଲ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ୍‌ ଦ୍ୱାରା ପ୍ରସ୍ତାବିତ ବାର୍ଷିକ ୧ ଲକ୍ଷ ଟନ୍‌ କୋଇଲା ଟାର୍‌ ପ୍ରକ୍ରିୟାକରଣ ଗ୍ରୀନଫିଲ୍ଡ ପ୍ରକଳ୍ପକୁ ଜନଶୁଣାଣିରେ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ତେବେ ଭିସିଆଇ କମ୍ପାନୀ କର୍ତ୍ତୃପକ୍ଷ ଜନଶୁଣାଣିକୁ ଆସି ନ ଥିବାରୁ ଯଖପୁରା, ମାନତିରା, ପଙ୍କପାଳ ଓ ମଙ୍ଗଳପୁର ପଞ୍ଚାୟତ ଲୋକେ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ଭବିଷ୍ୟତରେ ମଧ୍ୟ ବିରୋଧ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ପୂର୍ବରୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରତିଷ୍ଠିତ ଅନେକ କାରଖାନା କର୍ତ୍ତୃପକ୍ଷଙ୍କ ମିଛ ପ୍ରତିଶ୍ରୁତିର ଫଳ ଆଜି ଭିସିଆଇ କମ୍ପାନୀକୁ ଭୋଗିବାକୁ ପଡ଼ିଛି ବୋଲି ମତପ୍ରକାଶ ପାଇଛି। ଶିଳ୍ପ ସ୍ଥାନୀୟ ଗରିବ ଲୋକଙ୍କ ପାଇଁ ନୁହେଁ, ଧନୀ, ଦଲାଲ ଓ ରାଜ୍ୟ ବାହାରର ବିଭିନ୍ନ ଠିକାସଂସ୍ଥାଙ୍କ ପାଇଁ। କଳିଙ୍ଗନଗରରେ ବହୁତ ଶିଳ୍ପ ହେଲା, ଆଉ ଶିଳ୍ପର ଆବଶ୍ୟକତା ନାହିଁ ବୋଲି ନାରା ଶୁଣିବାକୁ ମିଳିଛି ା
କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ପ୍ରାୟ ୫ ବର୍ଷ ହେଲା ଅନେକ ଜନଶୁଣାଣି କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ସେଥିରୁ କେତେକ ଶିଳ୍ପ କାରଖାନାକୁ ଲୋକେ ସର୍ତ୍ତମୂଳକ ସମର୍ଥନ କରିଛନ୍ତି। ଆଉ କେତେକ ଶିଳ୍ପ କମ୍ପାନୀକୁ ବିଦା କରିଥିବା ନଜିର ରହିଛି। ଆଉ କେତେକ କମ୍ପାନୀର ଜନଶୁଣାଣିକୁ ଜୋର ଜବରଦସ୍ତ ଏବଂ ଅର୍ଥ ବଳରେ ସମର୍ଥନ ହାସଲ କରାଯାଇଛି। ଏହିକ୍ରମରେ ଭିସିଆଇ କମ୍ପାନୀକୁ ଯଖପୁରା ଓ କଚେରିଗାଁ ମୌଜାର ୨୨ ଏକର ଜମି ଇଡ୍‌କୋ ଜରିଆରେ ପ୍ରଦାନ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୨୧୦ କୋଟି ଟଙ୍କା ବ୍ୟୟ ଅଟକଳ ପ୍ରସ୍ତାବିତ ପ୍ରକଳ୍ପରେ କୌଣସି ବ୍ୟକ୍ତିଙ୍କ ଜମି କିମ୍ବା ବାସଗୃହ ହରାଉ ନ ଥିବାରୁ ପୁନର୍ବାସ ଓ ଥଇଥାନ ଯୋଜନାର ଆବଶ୍ୟକତା ପଡ଼ିନାହିଁ। ଏହି କାରଖାନାର କଞ୍ଚାମାଲ ସ୍ଥାନୀୟ କେତେକ ଇସ୍ପାତ କାରଖାନାର କୋକ ଓଭେନ୍‌, କୋଇଲା, ଅନହାଇଡ୍ରୋସ୍‌ ଟାର୍‌ (ନିର୍ଜଲ ଟାର୍‌) ଓ ଗ୍ୟାସିଫାୟରରୁ ସଂଗ୍ରହ କରାଯିବ। ଏଥିପାଇଁ ସଡ଼କ ପଥର ବ୍ୟବହାର କରାଯିବ। ଉକ୍ତ କାରଖାନା ପାଇଁ ଦୈନିକ ୩୭୬ ଘନଲିଟର ଜଳର ଆବଶ୍ୟକତା ରହିଛି, ଯାହାକି ଇଡକୋ ପାଇପଲାଇନରୁ ଅଣାଯିବ। ଏହି ପ୍ରକଳ୍ପ ପାଇଁ ବ୍ୟାପକ ବାୟୁ ପ୍ରଦୂଷଣର ଆଶଙ୍କା ରହିଛି। ଏଥିପାଇଁ ବ୍ୟବହାର ହେବାକୁ ଥିବା ରାସ୍ତାକୁ ପିଚୁ ଓ କଂକ୍ରିଟକରଣ କରାଯିବ। ଏହାସହ ଭୂପୃଷ୍ଠରେ ତେଲ, ଗ୍ରୀସ୍‌ ଏବଂ ଫିନୋଲିକ ଦ୍ୱାରା ସୃଷ୍ଟି ହେବାକୁ ଥିବା ଜଳ ପ୍ରଦୂଷଣର ନିରାକରଣ ପାଇଁ ବର୍ଜ୍ୟଜଳ ଉପଚାର ପ୍ଲାଣ୍ଟ(ଏସ୍‌ଟିପି) ସ୍ଥାପନ କରାଯିବ ବୋଲି ଜନଶୁଣାଣିର କାର୍ଯ୍ୟନିର୍ବାହୀ ସାରାଂଶରେ ଦର୍ଶାଯାଇଛି। ତେବେ ସ୍ଥାନୀୟ ନିଯୁକ୍ତି ସଂକ୍ରାନ୍ତରେ କାର୍ଯ୍ୟ ନିର୍ବାହୀ ସାରାଂଶରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହି କମ୍ପାନୀକୁ ଲୋକଙ୍କ ବିରୋଧ ସତ୍ତ୍ବେ ପ୍ରଶାସନ ପକ୍ଷରୁ ଜାଲ୍‌ କାଗଜପତ୍ର ତିଆରି କରି ଭିତିରିଆ ଭାବେ ସମର୍ଥନ ଦିଆଯାଇପାରେ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଗତ ପ୍ରାୟ ଦୁଇ ଦଶନ୍ଧି ହେଲା କେତେକ ଶିଳ୍ପ କମ୍ପାନୀ ଲୋକଙ୍କୁ ଠକି ଚାଲିଛନ୍ତି। ପୁନର୍ବାସ ଓ ଥଇଥାନ ଉପଦେଷ୍ଟା କମିଟି ପ୍ରାୟ ୭ ବର୍ଷ ହେଲା ବସୁନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଧୈର୍ଯ୍ୟଚ୍ୟୁତି ଘଟିବାରେ ଲାଗିଛି। ଜନଶୁଣାଣି ବୈଠକରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଏବଂ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ଉପସ୍ଥିତ ଥିଲେ। ଭିସିଆଇ କମ୍ପାନୀର ଅପରେଶନ ମ୍ୟାନେଜର ଶୁଭମ୍‌ ଗୁପ୍ତାଙ୍କୁ ପଚାରିବାରୁ ସେ କହିଛନ୍ତି, କମ୍ପାନୀ କର୍ତ୍ତୃପକ୍ଷଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ଜନଶୁଣାଣିରେ ଉପସ୍ଥିତ ହୋଇପାରିଲେ ନାହିଁ। ପରବର୍ତ୍ତୀ ଜନଶୁଣାଣିରେ ଅଞ୍ଚଳବାସୀ ନିଶ୍ଚିତ ଭାବେ ସମର୍ଥନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri