ଭୁବନେଶ୍ୱର, ୨୧।୧୦: ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ମାସ (ଅର୍ଦ୍ଧବାର୍ଷିକ) ମଧ୍ୟରେ କୋଇଲା ମନ୍ତ୍ରଣାଳୟ ରେକର୍ଡ ପରିମାଣର କୋଇଲା ପରିବହନ କରିଛି। ଏପରିକି ୨୦୨୩ ଅକ୍ଟୋବର ୧୭ ସୁଦ୍ଧା ମନ୍ତ୍ରଣାଳୟ ପ୍ରାୟ ୫୦୦ ମିଲିୟନ ଟନ (ଏମ୍ଟି) କୋଇଲା ପଠାଇବା (ପରିବହନ) ରେ ସକ୍ଷମ ହୋଇଛି। ଅପରପକ୍ଷରେ ଆର୍ଥକ ବର୍ଷର ପ୍ରଥମାର୍ଦ୍ଧରେ ମନ୍ତ୍ରଣାଳୟ ଉଲ୍ଲେଖନୀୟ ସଫଳତା ମୌସୁମୀ ଋତୁ ସତ୍ତ୍ବେ ହାସଲ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ୨୦୦ ଦିନ ମଧ୍ୟରେ ୫୦୦ ଏମ୍ଟି କୋଇଲା ପରିବହନ କରିବା ଏକ ଉଲ୍ଲେଖନୀୟ ସଫଳତା । ସେହିଭଳି ଚଳିତ ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧରେ ମଧ୍ୟ ଉତ୍ପାଦନ ଏବଂ ପରିବହନ (ପଠାଇବା) ହାର ସାଧାରଣତଃ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ ଅପେକ୍ଷା ଅଧିକ ରହିଥାଏ। ତେଣୁ ଚଳିତ ଆର୍ଥିକ ବର୍ଷରେ କୋଇଲା ପରିବହନ (ପ୍ରେରଣ) ୧ ବିଲିୟନ ଟନ୍ରୁ ଅଧିକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଆକଳନ କରାଯାଉଛି। ଗତ ଆର୍ଥିକ ବର୍ଷରେ ମନ୍ତ୍ରଣାଳୟ ନୂତନ ମାଇଲଖୁଣ୍ଟ ହାସଲ କରିଥିଲା। ଏପରିକି ୨୦୨୨ ନଭେମ୍ବର ୯ ସୁଦ୍ଧା ମନ୍ତ୍ରଣାଳୟ ୫୦୦ ଏମ୍ଟି କୋଇଲା ପରିବହନ (ପଠାଇବା)ର ବିରଳ ମାଇଲଖୁଣ୍ଟ ହାସଲ କରାଯାଇଛି। ଏହା ସହ ଚଳିତ ଆର୍ଥିକ ବର୍ଷର ୫୦୦ ଏମ୍ଟି ପରିବହନ (ପଠାଇବା) ଲକ୍ଷ୍ୟ ୨୩ ଦିନ ପୂର୍ବରୁ ହାସଲ କରାଯାଇଛି। ଏହା ମଧ୍ୟ ଧ୍ୟାନଦେବା ଆବଶ୍ୟକ ଯେ ୫୦୦ ମେଟ୍ରିକ ଟନ କୋଇଲାରେ ୪୧୬.୫୭ ମେଟ୍ରିକ ଟନ୍ କୋଇଲା ବିଦ୍ୟୁତ୍ କ୍ଷେତ୍ର ପାଇଁ ଏବଂ ୮୪.୭୭ ମେଟ୍ରିକ ଟନ୍ ଅଣ-ନିୟାମକ କ୍ଷେତ୍ର ପାଇଁ ପରିବହନ କରାଯାଇଛିି। ବିଶେଷକରି ବିଦ୍ୟୁତ୍ କ୍ଷେତ୍ରରେ କୋଇଲା ପରିବହନର ବୃଦ୍ଧି ହାର ବାର୍ଷିକ ୭%ରୁ ଅଧିକ (ବର୍ଷ ପରେ ବର୍ଷ ୭.୨୭%) ରହିଥିଲାବେଳେ ଅଣ-ନିୟାମକ କ୍ଷେତ୍ରରେ ମଧ୍ୟ ବାର୍ଷିକ ୩୮% (ବର୍ଷ ପରେ ବର୍ଷ ୩୮.୦୨%) ରହିଛି। ଅପରପକ୍ଷରେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୮୯୩.୧୯ ମିଲିୟନ ଟନ୍ କୋଇଲା ପ୍ରେରଣ କରାଯାଇଥିଲା। ଏହା ମଧ୍ୟ ଧ୍ୟାନଦେବାର ବିଷୟ ଯେ କୋଇଲା ମନ୍ତ୍ରଣାଳୟର ଏହି ଐତିହାସିକ ଉପଲବ୍ଧିରେ କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍), ସିଙ୍ଗାରେନି କୋଲିଏରିଜ୍ କମ୍ପାନୀ ଲିମିଟେଡ୍ (ଏସ୍ସିସିଏଲ୍) ଏବଂ କ୍ୟାପଟିଭ୍/ ବାଣିଜି୍ୟକ ଖଣିର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ କୋଇଲା ମନ୍ତ୍ରଣାଳୟ ଗ୍ରାହକଙ୍କୁ ୧୦୧୨ ଏମ୍ଟି କୋଇଲା ଉତ୍ପାଦନ ଏବଂ ପରିବହନ (ପଠାଇବା) ପାଇଁ ଏକ ଲକ୍ଷ୍ୟ ସ୍ଥିର କରିଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

