ମାର୍ଚ୍ଚ ୩ରେ ଚୌରାସିଆ ପରିବାରର ମିଳନ ସମାରୋହ

ଭୁବନେଶ୍ୱର,୨୧।୧୦ (ଅୟଭ ଦାଶ): ପ୍ରତି ବର୍ଷ ଭଳି ଚୌରାସିଆ ସମାଜ କାନପୁର ପକ୍ଷରୁ ୨୦୨୪ ମାର୍ଚ୍ଚ ୩ରେ କାନପୁରସ୍ଥିତ ମୋତିଝିଲିର ଲଜ୍‌ପତ ଭବନଠାରେ ୨୩ତମ ଚୌରାସିଆ ପରିବାରର ମିଳନ ସମାରୋହ ଉତ୍ସବର ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ୬୦ରୁ ଅଧିକ ସାମୂହିକ ବିବାହ ଉତ୍ସବର ଆୟୋଜନ କରାଯାଉଛି। ଏ ସମ୍ପର୍କରେ ଚୌରାସିଆ ସମାଜର ଆୟୋଜନ ସମିତିର ଅଧ୍ୟକ୍ଷ କମଲ କିଶୋର ଚୌରାସିଆ କହିଛନ୍ତି, ଏଥିରେ ଭାରତ ତଥା ବିଦେଶରୁ ୧୫ହଜାରରୁ ଅଧିକ ଲୋକ ଯୋଗଦେବେ। ଉକ୍ତ କାର୍ଯ୍ୟକ୍ରମରେ ମେଧାବୀ ଛାତ୍ର, ସାମାଜିକ କର୍ମୀ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ। ବିଶେଷକରି ସମାଜରେ ଯୌତୁକ ପ୍ରଥାକୁ ଶେଷ କରିବା ପାଇଁ ପ୍ରତିବର୍ଷ ଚୌରାସିଆ ସମାଜ ଉଦ୍ୟମ କରୁଛି। ଏପରିକି କେ.ପି. ଗ୍ରୁପ୍‌ ସମୂହର ବିଶେଷ ସହଯୋଗରେ ସମାଜ ଯୌତୁକ ବିନା ଅନେକ ସାମୂହିକ ବିବାହର ଆୟୋଜନ କରି ଆସୁଛି। ସେହିପରିି ବିବାହ କରିବାକୁ ଇଚ୍ଛା କରୁଥିବା ଚୌରାସିଆ ସମାଜର ଭାଇମାନେ ୨୦୨୩ ଡିସେମ୍ବର ୧୫ ରୁ ୨୦୨୪ ଫେବୃୟାରୀ ୧୫ ପର୍ଯ୍ୟନ୍ତ ପଞ୍ଜୀକରଣ ପାଇଁ କୈଳାସ ନାରାୟଣ ଚୌରାସିଆ, ପାନ ଦାରିବା ଲାଟୁଶରୋଡ୍‌ କାନପୁର (ମୋ ୯୩୩୬୮୪୩୦୮୫)ଙ୍କ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ଚୌରାସିଆ ସମାଜର ସଭାପତି କମଲ କିଶୋର ଚୌରାସିଆ, କୋଷାଧ୍ୟକ୍ଷ କୈଳାସ ଚୌରାସିଆ, ସଂଯୋଜକ ଅମିତ କୁମାର ଚୌରାସିଆ, ବିବାହ ସଂଯୋଜକ ରାମ ଖିଲାଭାନ ଚୌରାସିଆଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଅଖିଳ ଭାରତୀୟ ଚୌରାସିଆ ମହାସଭାର ପୂର୍ବତନ ସଭାପତି ଆନନ୍ଦ କୁମାର ଚୌରାସିଆ କହିଥିଲେ, ଏଭଳି ଏକ ବିଶେଷ ସୁଯୋଗକୁ ସମାଜର ସବୁ ବର୍ଗର ଆଶାୟୀ ଭାଇମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ କରିଥିଲାବେଳେ ସମାଜ ସମସ୍ତ ବୁଦ୍ଧିଜୀବୀଙ୍କୁ ଆହ୍ବାନ କରି କହିଛନ୍ତି , ଏହି ସୁଯୋଗକୁ ଉପଯୋଗ କରାଯିବା ଉଚିତ ଏବଂ ସମାଜର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ନୂତନ ପଦକ୍ଷେପ ଉପରେ ଆଲୋଚନା କରାଯିବା ଆବଶ୍ୟକ ରହିଛି।
ସୂଚନା ଥାଉ କି, ଅଖିଳ ଭାରତୀୟ ଚୌରାସିଆ ସମାଜ କାନ୍‌ପୁର (ରେଜି) ସହିତ ଜଡିତ ଚୌରାସିଆ ସମାଜ କାନପୁର ଦ୍ୱାରା ଆୟୋଜିତ ହେବାକୁ ୨୩ ତମ ଚୌରାସିଆ ପରିବାର ମିଳନ ସମାରୋହ ୨୦୨୪ ମାର୍ଚ୍ଚ ୩ରେ କାନପୁରସ୍ଥିତ ମୋତିଝିଲିର ଲଜ୍‌ପତ ଭବନଠାରେ ପାଳନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?