ମଣ୍ଡିରେ କଟ୍‌ନିଛଟ୍‌ନିକୁ ବିରୋଧ

ଖୋର୍ଦ୍ଧା ଅଫିସ,୮।୧: ଖୋର୍ଦ୍ଧା ଜିଲାରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭରୁ ଧାନମଣ୍ଡିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମିଲ୍‌ ମାଲିକଙ୍କ ମନମାନିରେ ଚାଲିଛି ମଣ୍ଡି। ଧାନର ମାନ ଏଫ୍‌ଏକ୍ୟୁ(ଉନ୍ନତ) ସତ୍ତ୍ୱେ ମିଲ୍‌ ମାଲିକମାନେ ୫ରୁ ୭କେଜି ପର୍ଯ୍ୟନ୍ତ ଧାନ କାଟୁଥିବା ଚାଷୀ କହିଛନ୍ତି। ଏନେଇ ଜିଲା ପ୍ରଶାସନ, ଜିଲା ଯୋଗାଣ ବିଭାଗ ନିକଟରେ ଖବର ଥିବା ସତ୍ତ୍ୱେ ପଦକ୍ଷେପ ନିଆଯାଉ ନାହିଁ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ରାଜ୍ୟ ସରକାର ଚଳିତବର୍ଷ ଚାଷୀ ଧାନ ଫସଲ କରିଥିବା ଜମିର ସାଟେଲାଇଟ ସର୍ଭେ କରିଥିଲେ। ଏଥିସହ ବିଭାଗ ପକ୍ଷରୁ ମଧ୍ୟ ସର୍ଭେ କରାଯାଇଥିଲା। ଜିଲାର ଅଧିକାଂଶ ସ୍ଥାନରେ ଜମି ପଡିଆ ପଡିଥିବା, ଚାଷଜମିରେ ଘରବାରି, ଆଦୌ ଧାନ ଅମଳ ହୋଇନଥିବା ସତ୍ତ୍ୱେ ଚାଷୀଙ୍କ ନାମ ପଞ୍ଜୀକରଣରେ ରହିଛି। ଏଭଳି ଚାଷୀଙ୍କଠାରୁ ଧାନ ସଂଗ୍ରହ ଲାଗି ସୁଯୋଗ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ସତ୍ତ୍ୱେ ଅଧିକାଂଶ ଚାଷୀଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ରହିଛି। ଜିଲାରେ ସାଟେଲାଇଟ ସର୍ଭେରେ ପ୍ରାୟ ୩୦% ଜମିରେ ଆଦୌ ଫସଲ ହୋଇ ନ ଥିବା ଜଣାପଡିଛି। କେତେଜଣ ନବନିର୍ବାଚିତ ସମିତି ସଭାପତି ଏବଂ ପାକ୍ସ ସମ୍ପାଦକ, ମିଲର୍ସଙ୍କ ମଧୁଚନ୍ଦ୍ରିକା ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏଭଳି ହେଉଥିବା ଚାଷୀ ସଙ୍ଗଠନ କହିଛି।
ଧାନକିଣାକୁ ନେଇ ମିଲର ଏବଂ ଚାଷୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଧାନର ମାନ ଠିକ୍‌ ଥିବା ବେଳେ ଚିଲିକା ବ୍ଲକ ସୋରଣ ସମବାୟ ସମିତିରେ କଟନିଛଟନିକୁ ନେଇ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜଟଣୀ ବ୍ଲକ ବେଲପଡା ପ୍ୟାକ୍ସରେ ଧାନ ଏଫଏକ୍ୟୁ(ଉନ୍ନତ) ମାନର ନ ଥିବା ଦର୍ଶାଇ କୁଇଣ୍ଟାଲ ପିଛା ୫କେଜି ଧାନ କାଟିବା ପ୍ରତିବାଦରେ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ। ସେହିପରି ଟାଙ୍ଗୀ ବ୍ଲକ ଲେଣ୍ଡୋ ସେବା ସମବାୟ ସମିତିରେ କୁଇଣ୍ଟାଲ ପିଛା ୫କେଜି କାଟିବାକୁ ବିରୋଧ କରିଛନ୍ତି ଚାଷୀ। ଏନେଇ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବରୁ ମଣ୍ଡିରେ ସ୍ବଚ୍ଛତା ଅବଲମ୍ବନ ପାଇଁ ଚାଷୀ ଜିଲା ପ୍ରଶାସନକୁ ଦାବିପତ୍ର ଦେଇଥିଲେ। ତେବେ ଧାନର ମାନ ଏଫଏକ୍ୟୁ ଥିବା ସତ୍ତ୍ୱେ ବିଭିନ୍ନ ଆଳ ଦେଖାଇ କଟନି ଛଟନି କରାଯିବାକୁ ଚାଷୀ ବିରୋଧ କରିଛନ୍ତି। ପ୍ରକାଶ ଯେ, ଖୋର୍ଦ୍ଧା ଜିଲାରେ ଡିସେମ୍ବର ୩୦ରେ ବାଲିଅନ୍ତା ଓ ଟାଙ୍ଗୀ ବ୍ଲକର ଦୁଇଟି ସ୍ଥାନରେ ଧାନମଣ୍ଡି ଶୁଭାରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ମଣ୍ଡି ଖୋଲିବାରେ ଲାଗିଛି। ଚଳିତ ବର୍ଷ ୧୩୯ଟି ପ୍ୟାକ୍ସରେ ପଞ୍ଜୀକୃତ ଚାଷୀଙ୍କ ଠାରୁ ପ୍ରାୟ ୧୨ଲକ୍ଷ କୁଇଣ୍ଟାଲ ଧାନ କିଣାଯିବା ଲାଗି ଟାର୍ଗେଟ ରହିଛି। ତେବେ ପ୍ରଥମ ପର୍ଯ୍ୟାୟରେ ଜିଲା ଯୋଗାଣ ବିଭାଗ ପକ୍ଷରୁ ୭ଲକ୍ଷ ଟାର୍ଗେଟ ଦିଆଯାଇଛି। ଯୋଗାଣ ବିଭାଗ ସୂଚନା ପ୍ରକାରେ, ଶନିବାର ସୁଦ୍ଧା ଜିଲାରେ ୧୨୯୫ଚାଷୀଙ୍କ ଠାରୁ ୪୩,୭୦୯.୧୫ କୁଇଣ୍ଟାଲ ଧାନ କିଣାଯାଇଛି। ଜିଲାରେ ବର୍ତ୍ତମାନ ସୁଦ୍ଧା ୭୮ଟି ମଣ୍ଡି ଖୋଲିଥିବା ସୂଚନା ଦିଆଯାଇଛି। ୧୭ଜଣ ମିଲରଙ୍କ ମଧ୍ୟରୁ ୧୪ଜଣ ମିଲର ଧାନ କିଣିବା ଲାଗି ପଞ୍ଜୀକରଣ କରିଛନ୍ତି।

ପ୍ରତିବର୍ଷ ଧାନ ବିକ୍ରି ବେଳେ ମଣ୍ଡିରେ ଶୋଷଣର ଶିକାର ହେଉଛି ଚାଷୀ। କେତେଜଣ ମିଲ୍‌ ମାଲିକ, ଆରଏମସି, ପ୍ୟାକ୍ସ ସମ୍ପାଦକଙ୍କ ମଧୁଚନ୍ଦ୍ରିକାରେ ଚାଲିଛି। ଧାନ ଏଫଏକ୍ୟୁ ନ ଥିବା କହି କୁଇଣ୍ଟାଲ ପିଛା ୫କେଜି କାଟୁଛନ୍ତି। ଫଳରେ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସଂଘ ଆଗକୁ ରାଜରାସ୍ତାକୁ ଓହ୍ଲାଇବ।
– ସୁରେଶ ମାନସିଂ, ନବ ନିର୍ମାଣ କୃଷକ ସଙ୍ଗଠନ ଜିଲା ସଂଯୋଜକ
ପ୍ରତିବର୍ଷ ବିଳମ୍ବରେ ଧାନମଣ୍ଡି ଖୋଲୁଛି। ମଣ୍ଡି ସ୍ବାଭାବିକ ହେବା ପାଇଁ ମାସେ ବିତିଯାଉଛି। ଟାର୍ଗେଟ ମୁତାବକ ଟୋକନ ଆସୁନାହିଁି। ଟାର୍ଗେଟ ଆସିବା ବେଳକୁ ଟୋକନ ଅବଧି ସରିଯାଉଛି, ଫଳରେ ଧାନ କିଣାଯାଉନାହିଁ। ଭାଜପା ପକ୍ଷରୁ ପୂର୍ବରୁ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ଆଗାମୀ ଦିନରେ ଭାଜପା ପକ୍ଷରୁ ମଣ୍ଡିକୁ ଚାଲ ଅଭିଯାନ କରାଯିବ। ଚାଷୀଙ୍କ ସ୍ବାର୍ଥ ପାଇଁ ଆବଶ୍ୟକ ପଡିଲେ ରାଜରାସ୍ତାକୁ ଓହ୍ଲାଇବ। – ଶ୍ରୀରଞ୍ଜନ ମଙ୍ଗରାଜ, ଭାଜପା କୃଷକ ସେଲ୍‌ ଉପାଧ୍ୟକ୍ଷ
ଚଳିତବର୍ଷ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଚାଷୀ ଧାନ ଅମଳ କରିଛନ୍ତି। ଧାନର ମାନ ଠିକ୍‌ ରହିଥିବା ବେଳେ ମିଲ୍‌ ମାଲିକମାନେ କଟନିଛଟନି କରୁଥିବା ନଜରକୁ ଆସିଛି। ଆଗାମୀ ଦିନରେ ଏହାର ତୀବ୍ର ବିରୋଧ କରାଯିବ। ସ୍ଥାନୀୟ ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
– ପ୍ରଦୀପ ସ୍ବାଇଁ, କଂଗ୍ରେସ ନେତା
ଧାନର ମାନ ଏଫଏକ୍ୟୁ ନ ଥିଲେ ମିଲ୍‌ ମାଲିକମାନେ ଉଠାଇବାକୁ ମନା କରୁଛନ୍ତି। ମଣ୍ଡିରେ ସ୍ବଚ୍ଛତା ଆଣିବା ପାଇଁ ନିୟମିତ ଭାବେ ଯାଞ୍ଚ କରାଯିବ। ମଣ୍ଡିରୁ ଅସାଧୁ ବ୍ୟକ୍ତିଙ୍କୁ ଦୂରେଇ ରଖିବା ପାଇଁ ଗୁରୁତ୍ୱ ଦିଆଯିବ।
-ସୁଗୁଡ଼ା ମୁର୍ମୁ, ଜିଲା ଯୋଗାଣ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri