ମଣ୍ଡିରେ କଟ୍‌ନିଛଟ୍‌ନିକୁ ବିରୋଧ

ଖୋର୍ଦ୍ଧା ଅଫିସ,୮।୧: ଖୋର୍ଦ୍ଧା ଜିଲାରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭରୁ ଧାନମଣ୍ଡିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମିଲ୍‌ ମାଲିକଙ୍କ ମନମାନିରେ ଚାଲିଛି ମଣ୍ଡି। ଧାନର ମାନ ଏଫ୍‌ଏକ୍ୟୁ(ଉନ୍ନତ) ସତ୍ତ୍ୱେ ମିଲ୍‌ ମାଲିକମାନେ ୫ରୁ ୭କେଜି ପର୍ଯ୍ୟନ୍ତ ଧାନ କାଟୁଥିବା ଚାଷୀ କହିଛନ୍ତି। ଏନେଇ ଜିଲା ପ୍ରଶାସନ, ଜିଲା ଯୋଗାଣ ବିଭାଗ ନିକଟରେ ଖବର ଥିବା ସତ୍ତ୍ୱେ ପଦକ୍ଷେପ ନିଆଯାଉ ନାହିଁ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ରାଜ୍ୟ ସରକାର ଚଳିତବର୍ଷ ଚାଷୀ ଧାନ ଫସଲ କରିଥିବା ଜମିର ସାଟେଲାଇଟ ସର୍ଭେ କରିଥିଲେ। ଏଥିସହ ବିଭାଗ ପକ୍ଷରୁ ମଧ୍ୟ ସର୍ଭେ କରାଯାଇଥିଲା। ଜିଲାର ଅଧିକାଂଶ ସ୍ଥାନରେ ଜମି ପଡିଆ ପଡିଥିବା, ଚାଷଜମିରେ ଘରବାରି, ଆଦୌ ଧାନ ଅମଳ ହୋଇନଥିବା ସତ୍ତ୍ୱେ ଚାଷୀଙ୍କ ନାମ ପଞ୍ଜୀକରଣରେ ରହିଛି। ଏଭଳି ଚାଷୀଙ୍କଠାରୁ ଧାନ ସଂଗ୍ରହ ଲାଗି ସୁଯୋଗ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ସତ୍ତ୍ୱେ ଅଧିକାଂଶ ଚାଷୀଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ରହିଛି। ଜିଲାରେ ସାଟେଲାଇଟ ସର୍ଭେରେ ପ୍ରାୟ ୩୦% ଜମିରେ ଆଦୌ ଫସଲ ହୋଇ ନ ଥିବା ଜଣାପଡିଛି। କେତେଜଣ ନବନିର୍ବାଚିତ ସମିତି ସଭାପତି ଏବଂ ପାକ୍ସ ସମ୍ପାଦକ, ମିଲର୍ସଙ୍କ ମଧୁଚନ୍ଦ୍ରିକା ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏଭଳି ହେଉଥିବା ଚାଷୀ ସଙ୍ଗଠନ କହିଛି।
ଧାନକିଣାକୁ ନେଇ ମିଲର ଏବଂ ଚାଷୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଧାନର ମାନ ଠିକ୍‌ ଥିବା ବେଳେ ଚିଲିକା ବ୍ଲକ ସୋରଣ ସମବାୟ ସମିତିରେ କଟନିଛଟନିକୁ ନେଇ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜଟଣୀ ବ୍ଲକ ବେଲପଡା ପ୍ୟାକ୍ସରେ ଧାନ ଏଫଏକ୍ୟୁ(ଉନ୍ନତ) ମାନର ନ ଥିବା ଦର୍ଶାଇ କୁଇଣ୍ଟାଲ ପିଛା ୫କେଜି ଧାନ କାଟିବା ପ୍ରତିବାଦରେ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ। ସେହିପରି ଟାଙ୍ଗୀ ବ୍ଲକ ଲେଣ୍ଡୋ ସେବା ସମବାୟ ସମିତିରେ କୁଇଣ୍ଟାଲ ପିଛା ୫କେଜି କାଟିବାକୁ ବିରୋଧ କରିଛନ୍ତି ଚାଷୀ। ଏନେଇ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବରୁ ମଣ୍ଡିରେ ସ୍ବଚ୍ଛତା ଅବଲମ୍ବନ ପାଇଁ ଚାଷୀ ଜିଲା ପ୍ରଶାସନକୁ ଦାବିପତ୍ର ଦେଇଥିଲେ। ତେବେ ଧାନର ମାନ ଏଫଏକ୍ୟୁ ଥିବା ସତ୍ତ୍ୱେ ବିଭିନ୍ନ ଆଳ ଦେଖାଇ କଟନି ଛଟନି କରାଯିବାକୁ ଚାଷୀ ବିରୋଧ କରିଛନ୍ତି। ପ୍ରକାଶ ଯେ, ଖୋର୍ଦ୍ଧା ଜିଲାରେ ଡିସେମ୍ବର ୩୦ରେ ବାଲିଅନ୍ତା ଓ ଟାଙ୍ଗୀ ବ୍ଲକର ଦୁଇଟି ସ୍ଥାନରେ ଧାନମଣ୍ଡି ଶୁଭାରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ମଣ୍ଡି ଖୋଲିବାରେ ଲାଗିଛି। ଚଳିତ ବର୍ଷ ୧୩୯ଟି ପ୍ୟାକ୍ସରେ ପଞ୍ଜୀକୃତ ଚାଷୀଙ୍କ ଠାରୁ ପ୍ରାୟ ୧୨ଲକ୍ଷ କୁଇଣ୍ଟାଲ ଧାନ କିଣାଯିବା ଲାଗି ଟାର୍ଗେଟ ରହିଛି। ତେବେ ପ୍ରଥମ ପର୍ଯ୍ୟାୟରେ ଜିଲା ଯୋଗାଣ ବିଭାଗ ପକ୍ଷରୁ ୭ଲକ୍ଷ ଟାର୍ଗେଟ ଦିଆଯାଇଛି। ଯୋଗାଣ ବିଭାଗ ସୂଚନା ପ୍ରକାରେ, ଶନିବାର ସୁଦ୍ଧା ଜିଲାରେ ୧୨୯୫ଚାଷୀଙ୍କ ଠାରୁ ୪୩,୭୦୯.୧୫ କୁଇଣ୍ଟାଲ ଧାନ କିଣାଯାଇଛି। ଜିଲାରେ ବର୍ତ୍ତମାନ ସୁଦ୍ଧା ୭୮ଟି ମଣ୍ଡି ଖୋଲିଥିବା ସୂଚନା ଦିଆଯାଇଛି। ୧୭ଜଣ ମିଲରଙ୍କ ମଧ୍ୟରୁ ୧୪ଜଣ ମିଲର ଧାନ କିଣିବା ଲାଗି ପଞ୍ଜୀକରଣ କରିଛନ୍ତି।

ପ୍ରତିବର୍ଷ ଧାନ ବିକ୍ରି ବେଳେ ମଣ୍ଡିରେ ଶୋଷଣର ଶିକାର ହେଉଛି ଚାଷୀ। କେତେଜଣ ମିଲ୍‌ ମାଲିକ, ଆରଏମସି, ପ୍ୟାକ୍ସ ସମ୍ପାଦକଙ୍କ ମଧୁଚନ୍ଦ୍ରିକାରେ ଚାଲିଛି। ଧାନ ଏଫଏକ୍ୟୁ ନ ଥିବା କହି କୁଇଣ୍ଟାଲ ପିଛା ୫କେଜି କାଟୁଛନ୍ତି। ଫଳରେ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସଂଘ ଆଗକୁ ରାଜରାସ୍ତାକୁ ଓହ୍ଲାଇବ।
– ସୁରେଶ ମାନସିଂ, ନବ ନିର୍ମାଣ କୃଷକ ସଙ୍ଗଠନ ଜିଲା ସଂଯୋଜକ
ପ୍ରତିବର୍ଷ ବିଳମ୍ବରେ ଧାନମଣ୍ଡି ଖୋଲୁଛି। ମଣ୍ଡି ସ୍ବାଭାବିକ ହେବା ପାଇଁ ମାସେ ବିତିଯାଉଛି। ଟାର୍ଗେଟ ମୁତାବକ ଟୋକନ ଆସୁନାହିଁି। ଟାର୍ଗେଟ ଆସିବା ବେଳକୁ ଟୋକନ ଅବଧି ସରିଯାଉଛି, ଫଳରେ ଧାନ କିଣାଯାଉନାହିଁ। ଭାଜପା ପକ୍ଷରୁ ପୂର୍ବରୁ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ଆଗାମୀ ଦିନରେ ଭାଜପା ପକ୍ଷରୁ ମଣ୍ଡିକୁ ଚାଲ ଅଭିଯାନ କରାଯିବ। ଚାଷୀଙ୍କ ସ୍ବାର୍ଥ ପାଇଁ ଆବଶ୍ୟକ ପଡିଲେ ରାଜରାସ୍ତାକୁ ଓହ୍ଲାଇବ। – ଶ୍ରୀରଞ୍ଜନ ମଙ୍ଗରାଜ, ଭାଜପା କୃଷକ ସେଲ୍‌ ଉପାଧ୍ୟକ୍ଷ
ଚଳିତବର୍ଷ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଚାଷୀ ଧାନ ଅମଳ କରିଛନ୍ତି। ଧାନର ମାନ ଠିକ୍‌ ରହିଥିବା ବେଳେ ମିଲ୍‌ ମାଲିକମାନେ କଟନିଛଟନି କରୁଥିବା ନଜରକୁ ଆସିଛି। ଆଗାମୀ ଦିନରେ ଏହାର ତୀବ୍ର ବିରୋଧ କରାଯିବ। ସ୍ଥାନୀୟ ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
– ପ୍ରଦୀପ ସ୍ବାଇଁ, କଂଗ୍ରେସ ନେତା
ଧାନର ମାନ ଏଫଏକ୍ୟୁ ନ ଥିଲେ ମିଲ୍‌ ମାଲିକମାନେ ଉଠାଇବାକୁ ମନା କରୁଛନ୍ତି। ମଣ୍ଡିରେ ସ୍ବଚ୍ଛତା ଆଣିବା ପାଇଁ ନିୟମିତ ଭାବେ ଯାଞ୍ଚ କରାଯିବ। ମଣ୍ଡିରୁ ଅସାଧୁ ବ୍ୟକ୍ତିଙ୍କୁ ଦୂରେଇ ରଖିବା ପାଇଁ ଗୁରୁତ୍ୱ ଦିଆଯିବ।
-ସୁଗୁଡ଼ା ମୁର୍ମୁ, ଜିଲା ଯୋଗାଣ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri