ମନ୍ଦିର ସମ୍ମୁଖରେ ନିର୍ମାଣକୁ ନେଇ ବିରୋଧ

ଆଠଗଡ଼,୧୦ା୩(ଡି.ଏନ୍‌.ଏ.): କଟକ ଜିଲା ଅନ୍ତର୍ଗତ ଆଠଗଡ଼ ସହରସ୍ଥିତ ରଘୁନାଥ ମନ୍ଦିର ସମ୍ମୁଖରେ ଦେବୋତ୍ତର ପକ୍ଷରୁ ଗୃହ ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଆଠଗଡ଼ ସହରର ଶ୍ରଦ୍ଧାଳୁମାନେ ମନ୍ଦିର ସମ୍ମୁଖରେ ଶୁକ୍ରବାର ପୂର୍ବାହ୍ନରେ ୬୫ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିବା ଦେଖିବାକୁ ମିଳିଛି।