ସ୍କୁଲ ଫି ଛାଡ କରିବାକୁ ରକ୍ତରେ ଲେଖିଲେ ଚିଠି

ହଲଦ୍ୱାନୀ,୨୦।୮: କରୋନା ମହାମାରୀ ପାଇଁ ଦେଶରେ ଲାଗୁ କରାଯାଇଛି ଲକ୍‌ ଡାଉନ। ଏହି ସମୟରେ ଅଧିକାଂଶ ଘରୋଇ ସ୍କୁଲ ଅନ୍‌ଲାଇନ୍‌ ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଛନ୍ତି। ପିଲା ମୋବାଇଲ ଲ୍ୟାପଟପ ଜରିଆରେ ଘରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି। ଏହାପରେ ଏବେ ବିଭିନ୍ନ ଘରୋଇ ସ୍କୁଲ ପିଲାଙ୍କୁ ଫି ମାଗିଛନ୍ତି, ଯାହାକୁ ବହୁ ବ୍ୟକ୍ତି ବିରୋଧ କରୁଛନ୍ତି। ହଲଦ୍ୱାନୀରେ ସ୍କୁଲ ଫି’ ଛାଡ କରିବା ପ୍ରତିବାଦରେ ଗତ ୧୪ ଦିନ ହେବ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି। ଶେଷରେ ବୁଧବାର ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ରକ୍ତରେ ଚିଠି ଲେଖିଥିବା ଦେଖାଯାଇଛି। ଅଭିଯୋଗକାରୀ କହିଛନ୍ତି ଏବେ ପ୍ରାୟ ସମସ୍ତ ସରକାରୀ ସ୍କୁଲ ଅଭିଭାବକମାନଙ୍କୁ ଶୋଷଣ କରୁଛନ୍ତି କହିଲେ ଚଳେ। ତେଣୁ କରୋନା ମହାମାରୀ ସମୟରେ ସ୍କୁଲ ଫି ଛାଡ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

Share