Posted inରାଜ୍ୟ

ସମ୍ବଲପୁରରେ ରାମ୍‌ ଫିଲ୍ମକୁ ବିରୋଧ ପ୍ରସଙ୍ଗ: ରାଜନୈତିକ ମନ୍ତବ୍ୟକୁ ବିରୋଧ

ଭୁବନେଶ୍ୱର,୨୯ା୧୦(ଶର୍ମିଷ୍ଠା ପାଣିଗ୍ରାହୀ)କିଛି ଦିନଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ପ୍ରଯୋଜକ-ପ୍ରଯୋଜକ ମଧ୍ୟରେ କଳି ପରେ ଏବେ ଅଭିନେତା ଏବଂ ଅଭିନେତା କଳି ଚର୍ଚ୍ଚାର ବିଷୟ ପାଲଟିଛି। ବିବାଦ ଏତେ ବଢିଛି ଯେ, ଏହା ଏବେ ରାଜନୀତିର ରୂପ ନେଲାଣି। ଏପରି କି ଓଡ଼ିଶାକୁ ୨ଭାଗ କରିବାର କଥା ମଧ୍ୟ ଉଠିଲାଣି। କରୋନା ପୂର୍ବରୁ ଓଡିଆ ଚଳଚ୍ଚିତ୍ରର ସ୍ଥିତି ଯାହା ଥିଲା ସମସ୍ତେ ଜାଣିଛନ୍ତି। କୋଭିଡ୍‌ ପରେ ଚଳଚ୍ଚିତ୍ର ଶିଳ୍ପ ଧୀରେଧୀରେ ଅଣ୍ଟା ସଳଖି ଉଠୁଥିବାବେଳେ ଏବେ ବିବାଦ ସୃଷ୍ଟି ହେବା ଚଳଚ୍ଚିତ୍ରକୁ ଏକ ଭିନ୍ନ ମୋଡ଼ରେ ଆଣିଦେଇଛି। ତେବେ ସମ୍ବଲପୁରରେ ରାମ୍‌ ଚଳଚ୍ଚିତ୍ର ଚଲାଇ ନ ଦେବାକୁ ନେଇ ଯେଉଁ ବିବାଦ ଉପୁଜିଛି, ସେଥିରେ ରାଜନୈତିକ ମତବାଦ ପ୍ରବେଶ ନ କରୁ ବୋଲି ସିନେପ୍ରେମୀ ମତ ଦେଇଛନ୍ତି।
ଗତ ୨୪ତାରିଖରେ ସ୍ଥାନୀୟ ପ୍ରେସକ୍ଲବଠାରେ ଉତ୍କଳ ସିନେ ଚାମ୍ବର୍ସ ଅଫ୍‌ କମର୍ସ(ୟୁସିସି) ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଅଭିନେତା ଅରିନ୍ଦମ ରାୟଙ୍କ ଅଭିନୀତ ରାମ୍‌ ସିନେମାକୁ ମନୋଜ ମିଶ୍ରଙ୍କ ସମର୍ଥକମାନେ ବିରୋଧ କରିଥିବା ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ କ୍ରମେ ସମ୍ମିଳନୀରେ ଉପସ୍ଥିତ ଥିବା ପ୍ରଯୋଜକ ଓ ୟୁସିସିସି କର୍ମକର୍ତ୍ତା ମନୋଜ ମିଶ୍ରଙ୍କୁ ୨ବର୍ଷ ପାଇଁ ବାସନ୍ଦ ନିଷ୍ପତ୍ତି ଶୁଣାଇଥିଲେ। ଏପରି କି ୟୁସିସିସିର ନୂତନ ସଭାପତି ସଞ୍ଜୟ ନାୟକ ମଧ୍ୟ ମନୋଜଙ୍କୁ ୨ ବର୍ଷ ପାଇଁ କୌଣସି ପ୍ରଯୋଜକ ସିନେମାରେ ନେବେ ନାହିଁ। ଯଦି ଏହି ନିର୍ଦ୍ଦେଶକୁ ଅବମାନନା କରି କୌଣସି ବ୍ୟକ୍ତି ଫିଲ୍ମ ନିର୍ମାଣ କରନ୍ତି, ତାହାହେଲେ ସେହି ଫିଲ୍ମକୁ ଓ କୌଣସି ଫିଲ୍ମ ହଲ୍‌ରେ ରିଲିଜ କରାଇ ଦିଆଯିବ ନାହିଁ ବୋଲି କହିଥିଲେ। ଉକ୍ତ ନିଷ୍ପତ୍ତି ପରେ ଅଭିନେତାମାନେ ସୋସିଆଲ ମିଡିଆରେ ପରସ୍ପର ଭିଡିଓ ଜାରି କରି ବିବାଦକୁ ବଢ଼ାଇଥିଲେ। ତେବେ ଶୁକ୍ରବାର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମନ୍ତବ୍ୟ ପରେ ବିବାଦ ଅଧିକ ବଢ଼ିବାରେ ଲାଗିଛି। ସେ କହିଛନ୍ତି, ମନୋଜ ମିଶ୍ରଙ୍କ ବାସନ୍ଦକୁ ପ୍ରତ୍ୟାହାର ନ କଲେ ଓଡ଼ିଶା ଦୁଇ ଭାଗ ହୋଇଯିବ। ତାଙ୍କୁ ବାସନ୍ଦ କରିବାର ଅର୍ଥ ପଶ୍ଚିମ ଓଡ଼ିଶା ପ୍ରତି ଏକ ବୈମାତୃକ ମନୋଭାବ ଦର୍ଶାଉଛି। ସେ ଶନିବାର ମଧ୍ୟ ତାଙ୍କ ବୟାନକୁ ଦୋହରାଇଛନ୍ତି। ସେ କହିଛନ୍ତି, ଓଡ଼ିଶା ଭାଗ ହେଲେ ସରକାର ଦାୟୀ ରହିବେ। ପଶ୍ଚିମ ଓଡ଼ିଶା ସବୁବେଳେ ଅବହେଳିତ ହୋଇ ରହୁ ବୋଲି ସରକାର ଚାହୁଁଛନ୍ତି। ସ୍ବତନ୍ତ୍ର ରାଜ୍ୟ ଦାବି କରିବା ନେଇ ଲୋକଙ୍କୁ ବାଧ୍ୟ କରାଯାଉଛି। ସ୍ବତନ୍ତ୍ର କୋଶଳ ରାଜ୍ୟ ପ୍ରତିଷ୍ଠା ସପକ୍ଷରେ ମୁଁ ନ ଥିଲି, କି ଆଜି ବି ନାହିଁ। ସରକାରଙ୍କ ମନୋବୃତ୍ତି କିନ୍ତୁ ଓଡ଼ିଶାକୁ ଭାଗ ଭାଗ କରିବାକୁ ବାଧ୍ୟ କରୁଛି ବୋଲି ମିଶ୍ର କହିଛନ୍ତି। ମିଶ୍ରଙ୍କ ଏଭଳି ମନ୍ତବ୍ୟ ପରେ ଏବେ ବିବାଦ ତେଜିବାରେ ଲାଗିଛି।
ଅଭିନେତା ମନୋଜ ମିଶ୍ର କହିଛନ୍ତି, ମୁଁ ଜାଣିନି ମୋତେ କ’ଣ ପାଇଁ ବ୍ୟାନ୍‌ କରାଯାଇଛି। ମୁଁ କେବେ କୌଣସି ସିନେମାର ବିରୋଧରେ ନୁହେଁ। ସବୁବେଳେ ଓଡ଼ିଆ ସିନେମାର ସପକ୍ଷରେ କହି ଆସିଛି। ରାମ୍‌ ସିନେମା ଦେଖ ନାହିଁ ବୋଲି ମୁଁ ମଧ୍ୟ କାହାକୁ କହିନାହିଁ। ମୋ ନଁା ନେଇ କିଏ ବି କିଛି କହିଥାଇପାରେ, ମାତ୍ର ମୁଁ କାହାକୁ କିଛି କହିନାହିଁ। କେହି ସିନେମାର ବିରୋଧ କରୁ ମୁଁ ଏହା ସପକ୍ଷରେ ନୁହେଁ। ମୁଁ କହିଦେବି ଆଉ ଯଦି ସିନେମା ବନ୍ଦ ହୋଇଯିବ ତାହାହେଲେ ଏହାଠୁ ବଡ଼ ଦୁଃଖଦ କଥା କିଛିନାହିଁ। ଫିଲ୍ମ ଭଲ ଥିଲେ ଯେତେ ଅସୁବିଧା ଆସିଲେ ବି ତାହା ହଲ୍‌ରେ ଚାଲିବ। ଏଥିସହ ସେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ସଞ୍ଜୟ(ଟୁଟୁ) ନାୟକ କ’ଣ ମୋତେ ବ୍ୟାନ୍‌ କରିବେ ମୁଁ ତାଙ୍କୁ ବ୍ୟାନ୍‌ କରୁଛି। ତାଙ୍କ ସହ କୌଣସି ଫିଲ୍ମ କରିବି ନାହିଁ।
ଏହି ପ୍ରସଙ୍ଗରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି) ଅଧ୍ୟକ୍ଷ ତଥା ଅଭିନେତା କୁନା ତ୍ରିପାଠୀ କହିଛନ୍ତି, ଏହି ବିବାଦରେ ରାଜନୀତି ହେବା କଥା ନୁହେଁ। ପରିବାର କଥା ବାହାରକୁ ଯିବା ଆବଶ୍ୟକ ନାହିଁ। ୨ରୁ ୩ଦିନ ମଧ୍ୟରେ ଉଭୟଙ୍କୁ ଡାକି ଆଲୋଚନା ମାଧ୍ୟମରେ ସମାଧାନ କରିବି। ବ୍ୟାନ କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ସେ କହିଛନ୍ତି। ଏହାର ପ୍ରତ୍ୟୁତ୍ତରରେ ମନୋଜ କହିଛନ୍ତି, ମୋତେ ବାସନ୍ଦ କଥା ଶୁଣିବା ପରେ କୁନା ତ୍ରିପାଠୀ କେଉଁଠି ଥିଲେ। ସେତେବେଳେ ସେ କାହିଁ କିଛି ମୁହଁ ଖୋଲିଲେନି। ସେପଟେ ଅଭିନେତା ଶ୍ରୀତମ ଦାସ ବି କହିଛନ୍ତି ପଶ୍ଚିମ ଓଡିଶାରୁ ଆସି ମନୋଜ ଏଠି ନମ୍ବର ୱାନ କଳାକାର ହୋଇଛନ୍ତି, ବହୁ ବଡ ବଡ଼ ଜାଗାରେ ଅଛନ୍ତି। ସେମାନେ ସମସ୍ତେ ଓଡିଶାର ସୁପୁତ୍ର। ଆମ ପରିବାର ଭିତରେ ଟିକେ ମନୋମାଳିନ୍ୟ ହୋଇଛି। ଆମ ପରିବାର ଭିତର କଥା ବାହାରକୁ ପଳେଇ ଆସିଛି ତାହା ବଡ଼ ଭଳି ଲାଗୁଛି, କିଛି ଦିନ ଭିତରେ ସମାଧାନ ହୋଇଯିବ। ଏହାକୁ ନେଇ ରାଜନୀତି ହେବା କଥା ନୁହେଁ। ଗଣମାଧ୍ୟମ ଆଗରେ ସମସ୍ତ ରାଜନେତାଙ୍କୁ ଅନୁରୋଧ କରିବି ଏହା ଭିତରେ କେହି ମୁଣ୍ଡ ପୂରାନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri