ମାଝୀଗୁଡା ଗ୍ରାନାଇଟ ଖଣିକୁ ବିରୋଧ

ମାଲକାନଗିରି,୧୬ା୯(ଦୁର୍ଯ୍ୟୋଧନ ପାତ୍ର): ଆସନ୍ତା ୨୧ରୁ ମାଓବାଦୀ ସଙ୍ଗଠନ ନିଜର ପ୍ରତିଷ୍ଠା ଦିବସ ପାଳନ କରିବ। ଏନେଇ ଆନ୍ଧ୍ର ଓଡିଶା ସୀମା ସ୍ବତନ୍ତ୍ର ଜୋନାଲ କମିଟି ସମ୍ପାଦକ ଗଣେଶ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ସେ ମାଓବାଦୀ ସଙ୍ଗଠନର ୧୯ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଫାସିବାଦ ସରକାରଙ୍କୁ ବିରୋଧ କରିବାକୁ ଏଥିରେ ଆହ୍ବାନ ଦେଇଛନ୍ତି। ମାଝୀଗୁଡା ଗ୍ରାନାଇଟି ଖଣିକୁ ବିରୋଧ କରାଯିବା ନେଇ ଏଥିରେ ଉଲ୍ଲେଖ ରହିଛି। ଗତ ୧୯ ବର୍ଷ ମଧ୍ୟରେ ପ୍ରାୟ ୯୦ ଜଣ ବିପ୍ଲବ ସାଥୀ ପୋଲିସ ଆକ୍ରମଣରେ ଶହୀଦ ହୋଇଥିବା ବେଳେ ଏହି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପତ୍ରରେ ଉଲ୍ଲେଖ ରହିଛି। ବର୍ଷ ବର୍ଷ ଧରି ଜେଲରେ ବନ୍ଦୀ ରହିଥିବା ବିପ୍ଲବୀ ନେତା ଯେଉଁମାନେ ଖଣିି, ପାଣି, ଜଙ୍ଗଲ ଜମି ପାଇଁ ଆନ୍ଦୋଳନ କରିଥିଲେ ସେମାନଙ୍କୁ ବନ୍ଦୀ କରି ରଖାଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାର ମାଓବାଦୀ ଦମନ ନାମରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଯଦି ଏହି ଟଙ୍କା ଗରିବଙ୍କ ବିକାଶ ପାଇଁ ଖର୍ଚ୍ଚ କରିଥାନ୍ତେ ଆଦିବାସୀମାନେ ଉପକୃତ ହୋଇ ପାରିଥାନ୍ତେ ବୋଲି ଏଥିରେ କୁହାଯାଇଛି। ତେବେ ମାଓବାଦୀ ସଙ୍ଗଠନ ଓଡିଶା ଓ ଆନ୍ଧ୍ରରେ ପୂର୍ବଭଳି ସକ୍ରିୟ ନାହିଁ। କିଛିଟା ଦୁର୍ବଳ ହୋଇଥିବା ଗଣେଶ ପତ୍ରରେ ସ୍ବୀକାର କରିଛନ୍ତି। ସଙ୍ଗଠନକୁ ପୁର୍ନଗଠନ କରିବାକୁ ଆନ୍ଧ୍ର ଓଡିଶା ସୀମା କମିଟି ପକ୍ଷରୁ ପୁର୍ନବାର ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାରଙ୍କ ବିରୋଧରେ ପୁଣି ଲଢେଇ ଆରମ୍ଭ ହେବ ବୋଲି ସେ ଆହ୍ବାନ ଦେଇ ଓଡିଶା ଓ ଆନ୍ଦ୍ରରେ ଖଣି ଖାଦାନ ନାମରେ ସରକାର କମ୍ପାନୀ ହାତକୁ ଏହି ଅଞ୍ଚଳର ପ୍ରାକୃତିକ ସମ୍ପଦକୁ ଟେକି ଦେଉଛନ୍ତି। ଫଳରେ ଲକ୍ଷ ଲକ୍ଷ ଆଦିବାସୀ ବେସାହାରା ହେଉଛନ୍ତି। ବିଶେଷ କରି ଓଡିଶା କୋରାପୁଟ ଜିଲାର ଦେଓମାଳି ଏବଂ ନାଗେଶ୍ୱରୀ ପର୍ବତ ସମେତ ମାଲକାନଗିରି ଜିଲାର ବଣ୍ଡାଘାଟି ଅଞ୍ଚଳର ମାଝିଗୁଡା ଗ୍ରାମ ନିକଟରେ ଥିବା ଗ୍ରାନାଇଟ ଖଣିକୁ ତୀବ୍ର ବିରୋଧ କରାଯାଇଛି। ସୂଚନାଯୋଗ୍ୟ, କିଛିଦିନ ତଳେ ମାଝିଗୁଡାଠାରେ ଥିବା ଗ୍ରାନାଇଟ ଖଣି ପାଇଁ ପ୍ରଶାସନ ପକ୍ଷରୁ ଏକତରଫା ଜନ ଶୁଣାଣି କରାଯାଇଥିଲା। ବିରୋଧୀଙ୍କୁ ସଭା ମଧ୍ୟକୁ ଛଡାଯାଇ ନଥିଲା ବୋଲି ଅଭି ଯୋଗ ହୋଇଥିଲା। ବେଆଇନ ଭାବେ ରାଜ୍ୟ ସରକାର ଓ ପ୍ରଶାସନକୁ ହାତବାରିସି କରି ଜନ ଶୁଣାଣିକୁ ନିଜ ସପକ୍ଷରେ ନେବା ପାଇଁ ଆନ୍ଧ୍ରର ତ୍ରିବେଣୀ ମାଇନ୍ସ କମ୍ପାନୀ ସକ୍ଷମ ହୋଇଥିଲା। ଏହି କମ୍ପାନୀ ହେଲେ ଆଦିମ ଜନଜାତି ବଣ୍ଡାଙ୍କ ଜୀବନ ଜୀବିକା ଓ ଭିଟାମାଟି ହରାଇବା, ପୁରାଣ ପ୍ରସିଦ୍ଧ ଆମାକୁଣ୍ଡ ବିଲୁପ୍ତ ହେବାର ଆଶଙ୍କା ରହିଛି ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri