କୋଭିଡ୍‌ ଜ୍ୱାଳାକୁ କମାଇପାରିବ ପ୍ରୋଟିନ୍‌

ଟରଣ୍ଟୋ,୬ା୭(ପି.ଟି.): ବୈଜ୍ଞାନିକମାନେ ଏକ ପ୍ରକାର ପ୍ରୋଟିନ୍‌ ଆବିଷ୍କାର କରିଛନ୍ତି ଯାହା କୋଭିଡ୍‌-୧୯ ଜନିତ ପ୍ରଦାହକୁ ହ୍ରାସ କରିପାରିବ ବୋଲି ସେମାନେ ଦାବି କରିଛନ୍ତି। ଏହି ନୂଆ ଔଷଧ କରୋନା ମୁକାବିଲା କ୍ଷେତ୍ରରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇପାରିବ। ସେଲ୍‌ ରିପୋର୍ଟସ୍‌ ନାମକ ପତ୍ରିକାରେ ପ୍ରକାଶିତ ଥେରାପୁଟିକ୍‌, ଯାହାକୁ ଟାଟ୍‌ କାର୍ମିଲ୧ କୁହାଯାଉଛି, ତାହା ପ୍ରାକୃତିକ ଉପାୟରେ ସୃଷ୍ଟ ଦୁଇଟି କ୍ଷୁଦ୍ର ପ୍ରୋଟିନ୍‌ର ମିଶ୍ରଣ। ଟରଣ୍ଟୋ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ମତରେ ଦୁଇଟି କ୍ଷୁଦ୍ର ପ୍ରୋଟିନ୍‌ (ପେପ୍‌ଟାଇଡ୍‌) ଏକତ୍ର କୋଷ ଝିଲ୍ଲୀ ମଧ୍ୟରେ ପ୍ରବେଶ କରି ପ୍ରଦାହ ଜନିତ ଯନ୍ତ୍ରଣାକୁ ହ୍ରାସ କରିଥାନ୍ତି। ପେପ୍‌ଟାଇଡ୍‌କୁ ଆଗୁଆ ପ୍ରଦାନ କରାଗଲେ ଶରୀରରେ ପ୍ରଦାହ ଜନିତ କ୍ଷତିକୁ କମ୍‌ କରାଯାଇପାରିବ ବୋଲି ବୈଜ୍ଞାନିକ କହିଛନ୍ତି।