କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା, ପ୍ରତିକାର ଆଇନ

ଦିଗପହଣ୍ଡି, ୮|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର  ଆଇନ ସଚେତନତା ସଭା  ଅନୁଷ୍ଠିତ ହୋଇଯାଇଛି।  ଶକ୍ତିଶ୍ରୀ ସେଲ୍ ସଂଯୋଜିକା ତଥା ଅଧ୍ୟାପିକା ଡ଼. ନିର୍ମଳା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ସଭାରେ କଲେଜ ଅଧ୍ଯକ୍ଷ ଡ.ଅସିତ କୁମାର ଷଡ଼ଙ୍ଗୀ ସଭାପତିତ୍ବ କରିଥିଲେ। ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ, ଦିଗପହଣ୍ଡି ଥାନା ଏସ. ଆଇ ରାଜକିଶୋର ପାତ୍ର, ଏଏସଆଇ ଝୁନୁ ମାଝୀ ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ। ଯୌନ ଉତ୍ପୀଡ଼ନରୁ ଶିଶୁଙ୍କୁ ସୁରକ୍ଷା ଆଇନ(ପୋକ୍ ସ), ମହିଳାଙ୍କୁ ସମ୍ମାନର ସହ ବଞ୍ଚିବାର ସାମ୍ବିଧାନିକ ଅଧିକାରକୁ ସୁନିଶ୍ଚିତ କରାଇବା ପାଇଁ ପ୍ରଣୟନ କରାଯାଇଥିବା ବିଭିନ୍ନ ଆଇନ,ସାଇବର ଅପରାଧ, ଯୌତୁକ ନିରୋଧ ଆଇନ, ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଆଇନ,କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା  ଓ ପ୍ରତିକାର ଆଇନ – ୨୦୧୩ ସମ୍ପର୍କରେ ଆଲୋକପାତ କରାଯିବା ସହ ମାଗଣା ଆଇନ ସହାୟତା ବ୍ୟବସ୍ଥା  ଏବଂ  ମହିଳାଙ୍କୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଇନ ସମ୍ପର୍କରେ ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ ସଚେତନ କରାଯାଇଥିଲା। ଶେଷରେ ଅଧ୍ୟାପକ ସୁଭାଶିଷ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟ  ଅଧ୍ୟାପିକା,ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily