ଜିଲାସ୍ତରୀୟ ଜାତୀୟ ଖାଉଟି ଦିବସ: ଅଧିକାରର ସୁରକ୍ଷା, କର୍ତ୍ତବ୍ୟ ଉପରେ ଗୁରୁତ୍ୱ

ଜଗତ୍‌ସିଂହପୁର ଅଫିସ, ୨୬ା୧୨: ଭାରତରେ ୧୯୮୬ ଡିସେମ୍ବର ୨୪ରେ ଖାଉଟି ସୁରକ୍ଷା ଅଧିନିୟମ ଲାଗୁ ହୋଇଥିଲା। ସେହିଦିନଠାରୁ ଉପଭୋକ୍ତାମାନଙ୍କୁ ତାଙ୍କ ଅଧିକାର ପ୍ରଦାନ କରାଯାଇଥିଲା। ତେଣୁ ନାଗରିକମାନେ ସେମାନଙ୍କ ଅଧିକାରର ସୁରକ୍ଷା ସହ କର୍ତ୍ତବ୍ୟ ପ୍ରତି ଦାୟିତ୍ୱବାନ ହେବା ଆବଶ୍ୟକ। ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଜାତୀୟ ସୂଚନା ଓ ପ୍ରଯୁକ୍ତି ଭିସି କୋଠରିରେ ୱେବିନାର ମାଧ୍ୟମରେ ଅନୁଷ୍ଠିତ ଜଲାସ୍ତରୀୟ ଖାଇଟି ଅଧିକାର ଦିବସ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ ସରୋଜ କୁମାର ମିଶ୍ର ଏହା କହିଛନ୍ତି। ସେ କହିଥିଲେ, ୨୦୧୯ରେ ଏହି ଆଇନରେ ସଂଶୋଧନ ହୋଇଥିଲା। ଦେଶର ଯେ କେହି ଖାଉଟି କ୍ଷତିଗ୍ରସ୍ତ ହୋଇଥିଲେ କ୍ଷତିପୂରଣ ପାଇବାକୁ ନିଜ କର୍ମସ୍ଥଳୀରେ ରହି ଉପଯୁକ୍ତ ଫୋରମରେ ମାମଲା ଦାଏର କରିପାରିବେ। ୧ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପାଇବା ପାଇଁ ଜିଲା ଖାଉଟି ବିବାଦ ପ୍ରତିକାର ଆୟୋଗରେ ମାମଲା କରିହେବ। ସେହିପରି ୧୦କୋଟି ଟଙ୍କା ପର୍ଯ୍ୟନ୍ତ ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ ଓ ତା’ଠାରୁ ଅଧିକ ଟଙ୍କାର କ୍ଷତିପୂରଣ ପାଇବା ପାଇଁ ଜାତୀୟ ଖାଉଟି ବିବାଦ ପ୍ରତିକାର ଆୟୋଗରେ ଆବେଦନ କରିବାକୁ ପଡିବ। ଅନ୍ୟପକ୍ଷେ ଇଲେକ୍ଟ୍ରୋନିକ୍ସ ଯନ୍ତ୍ର ମାଧ୍ୟମରେ ହେଉଥିବା ଦେଣ-ନେଣ ମଧ୍ୟ ଏହି ଆଇନ ପରିସରଭୁକ୍ତ ହୋଇଛି। ଆମାଜନ ଓ ଫ୍ଲିପକାର୍ଟ ଭଳି କମ୍ପାନୀକୁ ଆଇନ ପରିସରଭୁକ୍ତ କରାଯାଇଛି। ନୂଆ ବୈଷୟିକ ଜ୍ଞାନ କୌଶଳ ଦେଶରେ ବେପ୍ଳବିକ ପରିବର୍ତ୍ତନ ଆଣିଛି। କୋଭିଡ୍‌ ପରିସ୍ଥିତିରେ ମଧ୍ୟ ୱେବିନାର ମାଧ୍ୟମରେ ନିଜ ନିଜର ମତ ରଖି ପାରୁଥିବା ଜିଲାପାଳ ମିଶ୍ର କହିଥିଲେ। ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ତଥା ଜିଲା ଖାଉଟି ସୁରକ୍ଷା ଅଧିକାରୀ ସଚିଦାନନ୍ଦ ସାହୁ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ସେ କହିଥିଲେ, ପ୍ରତ୍ୟେକ ଜଣେ ଜଣେ ଖାଉଟି ତଥା ଉପଭୋକ୍ତା। ଖାଉଟି ସୁରକ୍ଷା ଅଧିନିୟମ ଓ ସୂଚନା ଅଧିକାର ଆଇନ ଦ୍ୱାରା କାର୍ଯ୍ୟଧାରାରେ ସ୍ବଚ୍ଛତା ବୃଦ୍ଧି ପାଉଥିବା କହିଥିଲେ। ଆଇନଜୀବୀ ତଥା ମୁଖ୍ୟବକ୍ତା ରଣଜିତ ମହାନ୍ତି ଖାଉଟି ସୁରକ୍ଷା ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଜଗତ୍‌ସିଂହପୁର ବୈଧ ମାପ ଓ ଓଜନ ସହାୟକ ନିୟନ୍ତ୍ରକ ହରିଶଙ୍କର ପଟ୍ଟନାୟକ ଓଜନ ଯନ୍ତ୍ର ଉପରେ ବିଶଦ ବିବରଣୀ ରଖିଥିଲେ। ୱେବିନାରରେ ଜିଲା ପରିଷଦ ସଭ୍ୟାସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷାଅଧ୍ୟକ୍ଷ ଓ ଉପଭୋକ୍ତାମାନେ ଯୋଡି ହୋଇ ନିଜର ମତାମତ ରଖିଥିଲେ। ଏହି ଦିବସରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସହକାରୀ ଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାଁ, ପ୍ରଫୁଲ୍ଲ କୁମାର ବେହେରା, ଜିଲା ଉପଭୋକ୍ତା ସୁରକ୍ଷା ପରିଷଦ ସଭ୍ୟ ଗୋବିନ୍ଦ ଓଝା, ନିରଞ୍ଜନ ବାରିକ, ବିଜନ ମହାପାତ୍ର, ଯାମିନୀକାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri