Posted inଫୁରସତ

ବନ୍ୟପ୍ରାଣୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ

ବନ୍ୟ ଜୀବଜନ୍ତୁ ତଥା ବୃକ୍ଷଲତା ପରିବେଶ ସନ୍ତୁଳନ ରକ୍ଷାକରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ବନ୍ୟଜୀବଙ୍କୁ ମଣିଷ ଅନବରତ ଧ୍ୱଂସ କରିବା ଦ୍ୱାରା ଜଳବାୟୁରେ ପରିବର୍ତ୍ତନ ହେଉଛି। ଏଣୁ ମାନବ ଜୀବନ ସୁରକ୍ଷିତ ରଖିବାକୁ ହେଲେ ଆମକୁ ବନ୍ୟଜନ୍ତୁ ଓ ବୃକ୍ଷଲତା ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ହେବ। ବନ୍ୟପ୍ରାଣୀ ବିନା ପୃଥିବୀ ଏକ ଶୁଷ୍କ ଗ୍ରହ ପାଲଟିଯିବ ଯେଉଁଠି ଜୀବନ ସମ୍ଭବ ହୋଇପାରିବ ନାହିଁ। ବନ୍ୟଜୀବନଙ୍କ ସୁରକ୍ଷା କରି ଆମେ ନିଜ ତଥା ପୃଥିବୀର ଅସ୍ତିତ୍ୱକୁ ରକ୍ଷା କରିପାରିବା।
ସଙ୍କଟରେ ଥିବା ଜୀବ ତଥା ଜଙ୍ଗଲର ସୁରକ୍ଷା ପାଇଁ ୩ ମାର୍ଚ୍ଚ ୧୯୭୩ରେ ସିଆଇଟିଇଏସ୍‌(କନଭେସନ ଅନ୍‌ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଇନ୍‌ ଏନ୍‌ଣ୍ଡେଜର୍ଡ ସ୍ପେସିସ୍‌)ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ୨୦୧୩ରେ ଥାଇଲାଣ୍ଡର ବ୍ୟାଙ୍କକରେ ଅନୁଷ୍ଠିତ ସିଆଇଟିଇଏସ୍‌ର ୧୬ତମ ଅଧିବେଶନରେ ପ୍ରଥମେ ଏହି ଦିବସ ପାଳନ କରାଯିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ବିଚାରକୁ ନେଇ ୨୦ ଡିସେମ୍ବର ୨୦୧୩ରେ ଜାତିସଂଘ ସାଧାରଣ ପରିଷଦର ୬୮ତମ ଅଧିବେଶନରେ ୩ ମାର୍ଚ୍ଚକୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ଘୋଷଣା କରାଯାଇଥିଲା। ୨୦୧୪ରେ ପ୍ରଥମ ଥର ଲାଗି ଏହି ଦିବସ ପାଳନ କରାଯାଇଥିଲା। ତେବେ ସବୁ ବର୍ଷ ଭଳି ମଧ୍ୟ ଚଳିତ ବର୍ଷ ଏହି ଦିବସ ଲାଗି ବାର୍ତ୍ତା ରହିଛି, ‘ଜଙ୍ଗଲ ଓ ଜୀବିକା : ଗ୍ରହ ଓ ଜୀବନର ଅସ୍ତିତ୍ୱ ରକ୍ଷା’। ବିଶ୍ୱର ସନ୍ତୁଳନ ବଜାୟ ରଖିବାରେ ଜଙ୍ଗଲ, ଜଙ୍ଗଲ ପ୍ରାଣୀ, ଇକୋସିଷ୍ଟମର ମୁଖ୍ୟ ଭୂମିକା ରହିଛି। ବିଶ୍ୱରେ ଦାରିଦ୍ର ଦୂରୀକରଣ, ସମ୍ବଳର ନିରନ୍ତର ବ୍ୟବହାର ଭଳି ଜଙ୍ଗଲ ଜୀବନ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ମିଳିତ ଜାତିସଂଘ ପ୍ରତିବଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୩।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri