ଅଭିଯୁକ୍ତଙ୍କୁ ସୁରକ୍ଷା ପୋଲିସର ପ୍ରାଥମିକତା

ଯାଜପୁର ଅଫିସ,୨୩।୨: ଯାଜପୁର ଜିଲା ବଡ଼ଚଣା ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପୋଲିସର ବଡ଼ ପ୍ରାଥମିକତା ହୋଇଛି। ଗତ ଦେଢ଼ ମାସ ମଧ୍ୟରେ ପୋଲିସର ଭୂମିକାକୁ ସମୀକ୍ଷା କଲେ ଏଭଳି ଅଭିଯୋଗ ସ୍ପଷ୍ଟ ପ୍ରମାଣିତ ହୋଇଯାଉଛି।
ପ୍ରଥମ ଘଟଣାରେ ପଞ୍ଚାୟତ ନିର୍ବାଚନ ସମୟରେ ଚଣ୍ଡିତଳ ଗ୍ରାମର ବିଜେଡି ନେତା ଚିନ୍ମୟ କୁମାର ମହାନ୍ତି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ହାତେଇବା ଉଦ୍ଦେଶ୍ୟରେ ବିପୁଳ ମଦ ନିଜ ଘରେ ଆଣି ମହଜୁଦ ରଖିଥିଲେ। ଏନେଇ ଫେବୃୟାରୀ ୮ରେ ଯାଜପୁର ଏସ୍‌ପିଙ୍କ ନିର୍ଦ୍ଦେଶରେ ବଡ଼ଚଣା ଥାନା ଅଧିକାରୀ ସୁଶୀଲ କୁମାର ନାୟକ ସଦଳବଳେ ଚଢାଉ କରି ଚିନ୍ମୟଙ୍କ ରୋଷେଇ ଘରୁ ୮ପେଟି (୭୦ଲିଟର) ବିଦେଶୀ ମଦ ଜବତ କରିଥିଲେ। ଏଥିନେଇ ଥାନା ଏସ୍‌ଆଇ ସଂଯୁକ୍ତା ବେହେରାଙ୍କ ଏତଲା କ୍ରମେ ଏକ ମାମଲା (ନଂ.୪୪/୨୦୨୨) ରୁଜୁ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଅନ୍ୟତମ ଏସ୍‌ଆଇ ମହମ୍ମଦ ସୁରଜଙ୍କୁ ତଦନ୍ତ ଭାର ଦିଆଯାଇଥିଲା। କିନ୍ତୁ ମାମଲାର ଫେରାର ଅଭିଯୁକ୍ତ ଚିନ୍ମୟଙ୍କୁ ଗିରଫ କରିବା ପାଇଁ ସେ ଆଦୌ ପଦକ୍ଷେପ ଗ୍ରହଣ ନ କରି ତାଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ଆଣିବାକୁ ସୁଯୋଗ ଦେଇଥିଲେ। ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି ସମୟରେ ଚିନ୍ମୟଙ୍କ ନାମରେ ଅନ୍ୟ ଆପରାଧିକ ମାମଲା ସମ୍ପର୍କରେ ହାଇକୋର୍ଟ ପୋଲିସଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ତାଙ୍କ ନାମରେ ଆଉ କୌଣସି ଆପରାଧିକ ମାମଲା ନ ଥିବା ପୋଲିସ ହାଇକୋର୍ଟଙ୍କୁ ଲିଖିତ ରିପୋର୍ଟ ଦେଇଥିଲା। ତଦନୁଯାୟୀ ଗତ ୮ତାରିଖରେ ସେ ଆଗୁଆ ଜାମିନ ପାଇଥିଲେ। ଫଳରେ ମାମଲା ରୁଜୁ ହେବା ଦିନରୁ ୧ ମାସ ଫେରାର ରହିବା ପରେ ଏବେ ତାଙ୍କୁ ଦେଖିବାକୁ ମିଳୁଛି।
ଦ୍ୱିତୀୟ ଘଟଣାରେ ବଡ଼ଚଣା ଗ୍ରାମର ନୀଳକଣ୍ଠ ନାୟକଙ୍କ ୧୭ ବର୍ଷୀୟା ନାବାଳିକା ଝିଅ ଗତ ଫେବୃୟାରୀ ୧୪ରେ ଟ୍ୟୁଶନ ଯାଇ ଆଉ ଘରକୁ ଫେରି ନ ଥିଲେ। ଏନେଇ ପରିବାର ଲୋକେ ତାଙ୍କ ଝିଅକୁ ଅପହରଣ କରି ନେଇଥିବା ଅଭିଯୋଗ କରି ବଡ଼ଚଣା ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଭିତ୍ତିରେ ଥାନାଧିକାରୀ ନାବାଳିକା ଅପହରଣ ମାମଲା ରୁଜୁ କରିବା ପରିବର୍ତ୍ତେ ସାମାନ୍ୟ ଏକ ଅପହରଣ ମାମଲା (ନଂ.୫୩/୨୦୨୨) ରୁଜୁ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ଆଇ ମହମ୍ମଦ ସୁରଜଙ୍କୁ ତଦନ୍ତ ଭାର ଦେଇଥିଲେ। ତେବେ ମାମଲା ରୁଜୁ ହେବାକୁ ୧ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯିବା ପରେ ମଧ୍ୟ ଏଯାଏ ଅପହୃତା ନାବାଳିକାଙ୍କୁ ଉଦ୍ଧାର କିମ୍ବା ଅଭିଯୁକ୍ତଙ୍କୁ ଗିରଫ କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁି। ପୋଲିସର ଏତାଦୃଶ ଆଭିମୁଖ୍ୟକୁ ଦେଖି ଅପହୃତା ନାବାଳିକାଙ୍କ ମାତାପିତା ନ୍ୟାୟ ପାଇଁ ଗୁରୁବାର ଥାନା ଆଗରେ ଧାରଣା ଦେଇଥିଲେ।
ତୃତୀୟ ଘଟଣାରେ ପଞ୍ଚାୟତ ନିର୍ବାଚନ ଫଳ ଆସିବା ପରେ ମାର୍ଚ୍ଚ ୮ରେ ପଟୁଣିଆ ପଞ୍ଚାୟତ ଅନ୍ତର୍ଗତ ନଚ୍ଛିପୁର ଗ୍ରାମରେ ଶାସକ ଦଳର କର୍ମୀମାନେ ଏକ ବିରୋଧୀ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ହିଂସାରେ ରାଜୀବ ନାୟକ ନାମକ ଜଣେ ବ୍ୟକ୍ତି ଲହୁଲୁହାଣ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ରାଜୀବଙ୍କ ସ୍ତ୍ରୀ ସସ୍ମିତା ମହାନ୍ତି ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାହା ଉପରେ ଥାନାଧିକାରୀ ଏକ ମାମଲା (ନଂ.୮୩/୨୦୨୨) ରୁଜୁ କରି ତଦନ୍ତ ଦାୟିତ୍ୱ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଚିତ୍ତ ରଞ୍ଜନ ଜେନାଙ୍କୁ ଦେଇଥିଲେ। ମାତ୍ର ଏଯାଏ ତଦନ୍ତକାରୀ ଅଧିକାରୀ ଜଣେ ହେଲେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇନାହାନ୍ତି। ଫଳରେ ଆହୁରି ଅଧିକ ଉତ୍ସାହିତ ହୋଇ ଅଭିଯୁକ୍ତମାନେ ପୀଡ଼ିତଙ୍କ ପରିବାରକୁ ଏବେ ନାନା ଧମକ ଦେଉଥିବା ଅଭିଯୋଗ ହେଉଛି । କେବଳ ସେତିକି ନୁହେଁ ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀ ହୃଦାନନ୍ଦ ବେହେରାଙ୍କ ନାମରେ ଚଣ୍ଡିଖୋଲ ଜେଏମ୍‌ଏଫସି କୋର୍ଟ ଏକ ଜାମିନବିହୀନ ଗିରଫ ପରୱାନା ଜାରି କରି ତାଙ୍କୁ ଗିରଫ କରିବାକୁ ବଡ଼ଚଣା ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏଠାରେ ବି କୌଣସି ପଦକ୍ଷେପ ନିଆଯାଇନାହିଁ। ଏଭଳି ଅନେକ ଘଟଣାରେ ବଡ଼ଚଣା ଥାନା ପୋଲିସ ଅଭିଯୁକ୍ତଙ୍କୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସ୍ପଷ୍ଟ ମନେ ହେଉଛି। ଏ ସଂକ୍ରାନ୍ତରେ ବଡ଼ଚଣା ଥାନା ଅଧିକାରୀ ସୁଶୀଲ କୁମାର ନାୟକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri