Posted inUncategorized

ପ୍ରାଣୀ ସମ୍ପଦର ସୁରକ୍ଷା ହେଉ

ଡ. ଅଜୟ କୁମାର ପାତ୍ର

ସମୟ ଥିଲା, ମଣିଷ-ମଣିଷ ମଧ୍ୟରେ, ମଣିଷ ଓ ସକଳ ଜୀବମାନଙ୍କ ମଧ୍ୟରେ ଆନ୍ତରିକତା, ସ୍ନେହ, ମମତା, ସହାନୁଭୂତି ଓ ସହଯୋଗିତା ଭରି ରହିଥିଲା। ସରଗର ସୁଖ ମର୍ତ୍ତ୍ୟରେ ହିଁ ମିଳୁଥିଲା। ପ୍ରକୃତି କୋଳରେ ଗ୍ରାମ୍ୟ ସଂସ୍କୃତି ସହିତ ପ୍ରାଣୀ ଜୀବନ ଓତପ୍ରୋତ ଭାବେ ଜଡ଼ିତ ଥିଲା। ଏ ବିସ୍ମୟ ପୃଥିବୀ କେବଳ ମଣିଷର ନୁହେଁ, ମଣିଷ ଭଳି ଅସୁମାରି ଏକକୋଷୀ ପ୍ରାଣୀଠାରୁ ଆରମ୍ଭ କରି ବହୁକୋଷୀ ପ୍ରାଣୀ ପର୍ଯ୍ୟନ୍ତ ସମସ୍ତଙ୍କର ଊଣାଅଧିକ ଅବଦାନ ରହିଛି ପୃଥିବୀକୁ ସୁନ୍ଦର ଓ ସାବଲୀଳ କରି ଗଢ଼ିବାରେ। ପରସ୍ପରର ଅନ୍ତରୀଣ ସମ୍ପର୍କ ମଧ୍ୟରେ ମାଟି ମାଆର ସୃଷ୍ଟି, ସକଳ ପ୍ରାଣୀଙ୍କର ଜୀବନଯାତ୍ରା ଚାଲିଥାଏ ଗତାନୁଗତିକ ପ୍ରଣାଳୀରେ। ଜଣେ ସରଳ ମଣିଷଟି ଯେପରି ତୋଳେ ତା’ର ଛୋଟ ଝାଟିମାଟିର କୁଡ଼ିଆ, ଗଢ଼େ ତା’ର ପରିବାର, ସେଇଠି ସ୍ବପ୍ନ ଦେଖେ, ଶିଶୁ ସନ୍ତାନର ଦରୋଟି ହସ ଭିତରେ ଆପଣାକୁ ହଜାଇଦିଏ; ଠିକ୍‌ ସେହିପରି ପ୍ରତ୍ୟେକ ପ୍ରାଣୀ, ସେ କ୍ଷୁଦ୍ର ହେଉ ବା ବୃହତ୍‌, ଅପକାରୀ ହେଉ ବା ଉପକାରୀ, ସେମାନେ ବି ସେମାନଙ୍କ ଭବିଷ୍ୟତ ଶିଶୁ ଶାବକ ପାଇଁ ନୀଡ଼ଟିଏ ତିଆରି କରନ୍ତି, ସ୍ବପ୍ନ ଦେଖନ୍ତି ଓ ସୁଖମୟ ଭବିଷ୍ୟତ ରଚନା କରନ୍ତି। ସୁଖ ଦୁଃଖର ସଂସାରରେ ଆଜି ବି ଏଭଳି ଅନେକ ଅନେକ ଅଲୋଡ଼ା ପାହାଡ଼ି ମଣିଷ ଅସୁମାରି ପ୍ରାଣୀମାନଙ୍କ ସହିତ ପରିବେଶର ଭାରସାମ୍ୟ ରକ୍ଷା କରି କେଉଁଠି ନା କେଉଁଠି ଗୁମ୍ଫାର ଅନ୍ତରାଳରେ ବଞ୍ଚତ୍ ରହିଛନ୍ତି। ହେଲେ ଆଜି ଏକବିଂଶ ଶତାବ୍ଦୀରେ ପୃଥିବୀର ରୂପରେଖ, ଅତୀତର ମଧୁର ପରିଚୟ ବଦଳି ଯାଇଛି। ଅତୀତର ବଞ୍ଚତ୍ବା ଓ ଆଜିର ବଞ୍ଚତ୍ବା ମଧ୍ୟରେ ଅନେକ ପ୍ରଭେଦ, ଅନେକ ଭିନ୍ନତା ଓ ଅନେକ ଶୀତଳତା ଲୁଚିରହିଛି। ଅତୀତର ସାଧୀନଚେତା ବାଘ, ସିଂହ, ହରିଣ, ମୟୂର ଏମିତି ଅନେକ ପଶୁ ଓ ପକ୍ଷୀ ମଣିଷର ଅନୁଗ୍ରହର ପାତ୍ର ହୋଇ ଆଶ୍ରିତ ଜୀବନଯାପନ କରୁଛନ୍ତି। ସେମାନେ ଆଜି ହରାଇଛନ୍ତି ଜୀବନର ମୌଳିକତା, ସ୍ବତନ୍ତ୍ରତା ଓ ସ୍ବାଧୀନତା। ମଣିଷ ଏମାନଙ୍କୁ ଯେତେ ପ୍ରକାରର ସୁଖ ଯୋଗାଇ ଦେଲେ ବି ତା’ ଭିତରେ ଲୁଚିରହିଛି ଘୋର ଶୂନ୍ୟତା, ଉଦାସୀନତା। ସବୁ କିଛିର ବିରାଟ ପରିବର୍ତ୍ତନ ଘଟିଛି। ମଣିଷ ସଭ୍ୟତାକୁ ଠିକ୍‌ ଭାବରେ ଅନୁକରଣ କରିବା ପରିବର୍ତ୍ତେ ହନୁକରଣ କରୁଛି। ଏହାର ପ୍ରଭାବ ଇତର ପ୍ରାଣିଜଗତ ଉପରେ ପଡୁଛି। ମଣିଷ ଭାଗ୍ୟ ପତର ତଳେ। ଜଙ୍ଗଲୀ ପ୍ରାଣୀ ତା’ର ସ୍ବତନ୍ତ୍ରତା ହରାଇଛି। ଅତୀତର ସେହି ମଧୁର ପକ୍ଷୀ ସ୍ବନ, ଅବୁଝା ଭାଷାର ଗୂଢ଼ତତ୍ତ୍ୱଭରା ମୟୂରର ନୃତ୍ୟ ଓ ମହୁମାଛିର ଗୁଣୁଗୁଣୁ ସଙ୍ଗୀତର ଲହରି ଆଉ ଶୁଭୁନି। ଜଙ୍ଗଲ ଲୁଟୁଛନ୍ତି କେତେକ ମୁଷ୍ଟିମେୟ ଦଲାଲ । ନୀରବ, ନିସ୍ତବ୍ଧ ଜଙ୍ଗଲ, ଘର୍‌-ଘର୍‌, ଠକ୍‌-ଠକ୍‌ ଓ ଠୋ-ଠୋ ଶବ୍ଦରେ ଚକିତ ହୁଅନ୍ତି ଜଙ୍ଗଲୀ ପ୍ରାଣୀ। ପ୍ରକୃତି ହସରେ ସେମାନେ ସେମାନଙ୍କର ସୁଖର ପ୍ରତିବିମ୍ବ ଆଉ ଦେଖୁନାହାନ୍ତି। ଅହରହ ଜଙ୍ଗଲ କ୍ଷୟ, ଦ୍ରୁତ ସହରୀକରଣ, ଶିଳ୍ପାୟନର ଅହେତୁକ ଅଭିବୃଦ୍ଧି ଆଦି ସବୁଜ ଘରର ପ୍ରଭାବ ଓ ବିଶ୍ୱ ତାପ ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି। ପ୍ରତ୍ୟେକ ବର୍ଷ କେବଳ ଭାରତବର୍ଷରେ ପ୍ରାୟ ପାଞ୍ଚ ହଜାର ପ୍ରାଣୀ ବିଲୁପ୍ତ ହେଉଛନ୍ତି।
ବିଜ୍ଞାନ ସିନା ମଣିଷକୁ ପାହାଡ଼ ପର୍ବତର ଅନ୍ଧକାରମୟ ଗୁମ୍ଫା ମଧ୍ୟରୁ ସଭ୍ୟ ଜଗତର ଏକଶହ କୋଡ଼ିଏ ମହଲା ପ୍ରାସାଦକୁ ଟାଣି ଆଣିଛି, ହେଲେ ପ୍ରତ୍ୟେକ ପ୍ରାଣୀର ବଞ୍ଚତ୍ବାର ରାହା, ବଞ୍ଚତ୍ବାର ସ୍ବପ୍ନ ହଜିଯାଇଛି। ମଣିଷ ଭୁଲିଯାଉଛି ଯେ, ଏକକୁ ଆସିଲେ ବିପଦ କେହି ନ ହେବେ ନିରାପଦ। ମହାମନୀଷୀ ବର୍ଣ୍ଣାଡ୍‌ ସ ଥରେ କହିଥିଲେ, ”ବିଜ୍ଞାନ ପ୍ରାଣିସମାଜର ମଙ୍ଗଳ କରିପାରିବ ନାହିଁ। ଏହା ଗୋଟିଏ ସମସ୍ୟାର ସମାଧାନ କରିବାକୁ ଯାଇ ଶହେଟା ସମସ୍ୟା ସୃଷ୍ଟି କରୁଛି।“ ହେଲେ ବର୍ଣ୍ଣାଡ୍‌ ସଙ୍କ କଥା କିଏ ଶୁଣୁଛି? ସେଥିପାଇଁ ହୁଏତ ଆଜି ଯେତେବେଳେ ସର୍ବତ୍ର ବିଜ୍ଞାନର ଜୟ ଜୟକାର ହୁରି ପଡୁଛି, ଗୋଟିଏ ପରେ ଗୋଟିଏ ପ୍ରାଣୀ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହେଉଛନ୍ତି, ସେତେବେଳେ ବର୍ଣ୍ଣାଡ୍‌ ସଙ୍କ ଭଳି ଅନେକ ପରିବେଶ ଶୁଭେଚ୍ଛୁ ଅରଣ୍ୟରୋଦନ କରୁଛନ୍ତି। ସମୟ ବିତିଯାଉଛି, ନେଡ଼ିଗୁଡ଼ କହୁଣିକୁ ବୋହିଯାଉଛି, ବେଳ ଥାଉ ଥାଉ ଆମେ ମାନବଜାତି ଏକ ଛତ୍ରଛାୟା ତଳେ ବସି, ଏକ ମନୋଭାବାପନ୍ନ ହୋଇ କିପରି ସମଗ୍ର ପ୍ରାଣୀ ସମ୍ପଦର ସୁରକ୍ଷା ହୋଇପାରିବ, ସେଥିପାଇଁ ଆମର ଆଜିର ଧ୍ୱଂସକାରୀ ଭାବଧାରାକୁ ବଦଳାଇ ନୂତନ ଓ ନବୀନ ପୃଥିବୀ ସୃଷ୍ଟିର ଭାବଧାରାକୁ ଉଜ୍ଜୀବିତ କରିବାକୁ ପଡ଼ିବ। ଏଥିପାଇଁ ପ୍ରତିବର୍ଷ ପ୍ରାଣୀଙ୍କ ସୁରକ୍ଷା ଲାଗି ବିଶ୍ୱ ପ୍ରାଣୀଦିବସ ପାଳନ କରାଯାଉଛି। ପ୍ରାଣୀ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରାଯାଉଛି। ଏହି ଦିବସରେ ପ୍ରାଣୀଙ୍କ ଅଧିତ୍କାର ଓ ହିତ ଲାଗି ନିଆଯାଉଥିତ୍ତ୍ବା ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥାଏ।
ସୁସ୍ଥ ମନ, ସାବଲୀଳ ଚିନ୍ତାଧାରା ଯୁଗେ ଯୁଗେ ମଣିଷକୁ ଫୁଲର କୋମଳତାର ଅନୁଭୂତି ଦେଇଆସିଛି। ପ୍ରେମ ହିଁ ଜୀବନକୁ ପରିପୂର୍ଣ୍ଣ କରେ। ବିଶିଷ୍ଟ ବୈଜ୍ଞାନିକ ସାର ଡବଲ୍ୟୁ ଟେମ୍ପର ଏକଦା କହିଥିଲେ, ‘ପ୍ରେମ ହିଁ ଜୀବନର ନିର୍ଯାସ।’ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ ହେଉଛି ପ୍ରେମ। ଭଗବାନ୍‌ଙ୍କ ସହିତ ପ୍ରେମର ଯେପରି ନିବିଡ଼ ସମ୍ପର୍କ ରହିଛି, ମଣିଷର ପ୍ରାଣୀ ତଥା ଉଦ୍ଭିଦ ସହିତ ସେହିପରି ମଧୁର ସମ୍ବନ୍ଧ ରହିଛି। କେହି କାହାଠାରୁ ଅଭିନ୍ନ ନୁହନ୍ତି, କିନ୍ତୁ ଭିନ୍ନ। ସମ୍ରାଟ୍‌ ଅଶୋକ ଅନୁତପ୍ତ ପ୍ରାଣରେ କହିଥିଲେ, ‘ତରବାରିର ଜୟ ଜୟ ନୁହେଁ….।’ ବୁଦ୍ଧଙ୍କ ମୁଖନିଃସୃତ ବାଣୀ ଥିଲା, ”ହିଂସାର ବିନାଶରେ ଦୁଃଖର ବିନାଶ।“ ଜାତିର ଜନକ ମହାମତ୍ା ଗାନ୍ଧୀ କହିଥିଲେ, ”ଲୋଭ ପାଇଁ ଏ ପୃଥିବୀ ଅତ୍ୟନ୍ତ କ୍ଷୁଦ୍ର: ମାତ୍ର ଅଭାବ ଓ ଅନଟନ ଦୂର କରିବା ପାଇଁ ଏ ପୃଥିବୀ ଖୁବ୍‌ ବିରାଟ ଏବଂ ଆଗାମୀ ସହସ୍ର ବର୍ଷ ପର୍ଯ୍ୟନ୍ତ ଅଭାବ ପୂରଣ କରିବାକୁ ସକ୍ଷମ।“
ହେ ମଣିଷ! ଏକମାତ୍ର ଜୀବଧାରୀ ଗ୍ରହ, ପୃଥିବୀକୁ ସହସ୍ର ବର୍ଷ ପର୍ଯ୍ୟନ୍ତ ଆଗେଇ ନେବାକୁ ହେଲେ, ଆଗାମୀକାଲିର ପିଢ଼ିଙ୍କ ପାଇଁ ସୁସ୍ଥ ଓ ସମୃଦ୍ଧର ପୃଥିବୀ ସୃଷ୍ଟି କରିବାକୁ ହେଲେ ଏ ପବିତ୍ର ଧରାଧାମରେ ପ୍ରେମର ମନ୍ଦାକିନୀ ବୁହାଇଦିଅ। ଦେଖିବ, ଏ ପୃଥିବୀରେ ଫଗୁଣର ଫଗୁ ଖେଳ ଜମିବ, ଆମ୍ବତୋଟାରେ ବଉଳ ଭରିଯିବ, କୋଇଲିର କୁହୁ-କୁହୁ ତାନ ଶୁଣାଯିବ, ବଣି, କଜଳପାତି, କୁମ୍ଭାଟୁଆ, ବୁଲ୍‌ବୁଲ୍‌, ହଳଦୀବସନ୍ତ ପ୍ରଭୃତି କେତେ ରଙ୍ଗ ବେରଙ୍ଗର ପକ୍ଷୀ ଗଛରୁ ଗଛକୁ ଡେଇଁ ବୁଲିବେ। ସୌନ୍ଦର୍ଯ୍ୟର ଶାନ୍ତିନିକେତନ ଓ ପ୍ରାକୃତିକ ଜଙ୍ଗଲ ପରିବେଶ ପୁଣି ନୂତନ ପ୍ରାଣରେ ହସି ଉଠିବ। ଆମେ ହସିବା ଆଉ ଆମ ସହିତ ହସିବେ ସାରା ପ୍ରାଣିଜଗତ।
ପରିବେଶବିତ୍‌, ମୋ: ୦୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…

ଆମ ବସ୍‌ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍‌ ଲାଇନ…

ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…

ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ ଛକରୁ…

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri