Posted inUncategorized

ପ୍ରାଣୀ ସମ୍ପଦର ସୁରକ୍ଷା ହେଉ

ଡ. ଅଜୟ କୁମାର ପାତ୍ର

ସମୟ ଥିଲା, ମଣିଷ-ମଣିଷ ମଧ୍ୟରେ, ମଣିଷ ଓ ସକଳ ଜୀବମାନଙ୍କ ମଧ୍ୟରେ ଆନ୍ତରିକତା, ସ୍ନେହ, ମମତା, ସହାନୁଭୂତି ଓ ସହଯୋଗିତା ଭରି ରହିଥିଲା। ସରଗର ସୁଖ ମର୍ତ୍ତ୍ୟରେ ହିଁ ମିଳୁଥିଲା। ପ୍ରକୃତି କୋଳରେ ଗ୍ରାମ୍ୟ ସଂସ୍କୃତି ସହିତ ପ୍ରାଣୀ ଜୀବନ ଓତପ୍ରୋତ ଭାବେ ଜଡ଼ିତ ଥିଲା। ଏ ବିସ୍ମୟ ପୃଥିବୀ କେବଳ ମଣିଷର ନୁହେଁ, ମଣିଷ ଭଳି ଅସୁମାରି ଏକକୋଷୀ ପ୍ରାଣୀଠାରୁ ଆରମ୍ଭ କରି ବହୁକୋଷୀ ପ୍ରାଣୀ ପର୍ଯ୍ୟନ୍ତ ସମସ୍ତଙ୍କର ଊଣାଅଧିକ ଅବଦାନ ରହିଛି ପୃଥିବୀକୁ ସୁନ୍ଦର ଓ ସାବଲୀଳ କରି ଗଢ଼ିବାରେ। ପରସ୍ପରର ଅନ୍ତରୀଣ ସମ୍ପର୍କ ମଧ୍ୟରେ ମାଟି ମାଆର ସୃଷ୍ଟି, ସକଳ ପ୍ରାଣୀଙ୍କର ଜୀବନଯାତ୍ରା ଚାଲିଥାଏ ଗତାନୁଗତିକ ପ୍ରଣାଳୀରେ। ଜଣେ ସରଳ ମଣିଷଟି ଯେପରି ତୋଳେ ତା’ର ଛୋଟ ଝାଟିମାଟିର କୁଡ଼ିଆ, ଗଢ଼େ ତା’ର ପରିବାର, ସେଇଠି ସ୍ବପ୍ନ ଦେଖେ, ଶିଶୁ ସନ୍ତାନର ଦରୋଟି ହସ ଭିତରେ ଆପଣାକୁ ହଜାଇଦିଏ; ଠିକ୍‌ ସେହିପରି ପ୍ରତ୍ୟେକ ପ୍ରାଣୀ, ସେ କ୍ଷୁଦ୍ର ହେଉ ବା ବୃହତ୍‌, ଅପକାରୀ ହେଉ ବା ଉପକାରୀ, ସେମାନେ ବି ସେମାନଙ୍କ ଭବିଷ୍ୟତ ଶିଶୁ ଶାବକ ପାଇଁ ନୀଡ଼ଟିଏ ତିଆରି କରନ୍ତି, ସ୍ବପ୍ନ ଦେଖନ୍ତି ଓ ସୁଖମୟ ଭବିଷ୍ୟତ ରଚନା କରନ୍ତି। ସୁଖ ଦୁଃଖର ସଂସାରରେ ଆଜି ବି ଏଭଳି ଅନେକ ଅନେକ ଅଲୋଡ଼ା ପାହାଡ଼ି ମଣିଷ ଅସୁମାରି ପ୍ରାଣୀମାନଙ୍କ ସହିତ ପରିବେଶର ଭାରସାମ୍ୟ ରକ୍ଷା କରି କେଉଁଠି ନା କେଉଁଠି ଗୁମ୍ଫାର ଅନ୍ତରାଳରେ ବଞ୍ଚତ୍ ରହିଛନ୍ତି। ହେଲେ ଆଜି ଏକବିଂଶ ଶତାବ୍ଦୀରେ ପୃଥିବୀର ରୂପରେଖ, ଅତୀତର ମଧୁର ପରିଚୟ ବଦଳି ଯାଇଛି। ଅତୀତର ବଞ୍ଚତ୍ବା ଓ ଆଜିର ବଞ୍ଚତ୍ବା ମଧ୍ୟରେ ଅନେକ ପ୍ରଭେଦ, ଅନେକ ଭିନ୍ନତା ଓ ଅନେକ ଶୀତଳତା ଲୁଚିରହିଛି। ଅତୀତର ସାଧୀନଚେତା ବାଘ, ସିଂହ, ହରିଣ, ମୟୂର ଏମିତି ଅନେକ ପଶୁ ଓ ପକ୍ଷୀ ମଣିଷର ଅନୁଗ୍ରହର ପାତ୍ର ହୋଇ ଆଶ୍ରିତ ଜୀବନଯାପନ କରୁଛନ୍ତି। ସେମାନେ ଆଜି ହରାଇଛନ୍ତି ଜୀବନର ମୌଳିକତା, ସ୍ବତନ୍ତ୍ରତା ଓ ସ୍ବାଧୀନତା। ମଣିଷ ଏମାନଙ୍କୁ ଯେତେ ପ୍ରକାରର ସୁଖ ଯୋଗାଇ ଦେଲେ ବି ତା’ ଭିତରେ ଲୁଚିରହିଛି ଘୋର ଶୂନ୍ୟତା, ଉଦାସୀନତା। ସବୁ କିଛିର ବିରାଟ ପରିବର୍ତ୍ତନ ଘଟିଛି। ମଣିଷ ସଭ୍ୟତାକୁ ଠିକ୍‌ ଭାବରେ ଅନୁକରଣ କରିବା ପରିବର୍ତ୍ତେ ହନୁକରଣ କରୁଛି। ଏହାର ପ୍ରଭାବ ଇତର ପ୍ରାଣିଜଗତ ଉପରେ ପଡୁଛି। ମଣିଷ ଭାଗ୍ୟ ପତର ତଳେ। ଜଙ୍ଗଲୀ ପ୍ରାଣୀ ତା’ର ସ୍ବତନ୍ତ୍ରତା ହରାଇଛି। ଅତୀତର ସେହି ମଧୁର ପକ୍ଷୀ ସ୍ବନ, ଅବୁଝା ଭାଷାର ଗୂଢ଼ତତ୍ତ୍ୱଭରା ମୟୂରର ନୃତ୍ୟ ଓ ମହୁମାଛିର ଗୁଣୁଗୁଣୁ ସଙ୍ଗୀତର ଲହରି ଆଉ ଶୁଭୁନି। ଜଙ୍ଗଲ ଲୁଟୁଛନ୍ତି କେତେକ ମୁଷ୍ଟିମେୟ ଦଲାଲ । ନୀରବ, ନିସ୍ତବ୍ଧ ଜଙ୍ଗଲ, ଘର୍‌-ଘର୍‌, ଠକ୍‌-ଠକ୍‌ ଓ ଠୋ-ଠୋ ଶବ୍ଦରେ ଚକିତ ହୁଅନ୍ତି ଜଙ୍ଗଲୀ ପ୍ରାଣୀ। ପ୍ରକୃତି ହସରେ ସେମାନେ ସେମାନଙ୍କର ସୁଖର ପ୍ରତିବିମ୍ବ ଆଉ ଦେଖୁନାହାନ୍ତି। ଅହରହ ଜଙ୍ଗଲ କ୍ଷୟ, ଦ୍ରୁତ ସହରୀକରଣ, ଶିଳ୍ପାୟନର ଅହେତୁକ ଅଭିବୃଦ୍ଧି ଆଦି ସବୁଜ ଘରର ପ୍ରଭାବ ଓ ବିଶ୍ୱ ତାପ ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି। ପ୍ରତ୍ୟେକ ବର୍ଷ କେବଳ ଭାରତବର୍ଷରେ ପ୍ରାୟ ପାଞ୍ଚ ହଜାର ପ୍ରାଣୀ ବିଲୁପ୍ତ ହେଉଛନ୍ତି।
ବିଜ୍ଞାନ ସିନା ମଣିଷକୁ ପାହାଡ଼ ପର୍ବତର ଅନ୍ଧକାରମୟ ଗୁମ୍ଫା ମଧ୍ୟରୁ ସଭ୍ୟ ଜଗତର ଏକଶହ କୋଡ଼ିଏ ମହଲା ପ୍ରାସାଦକୁ ଟାଣି ଆଣିଛି, ହେଲେ ପ୍ରତ୍ୟେକ ପ୍ରାଣୀର ବଞ୍ଚତ୍ବାର ରାହା, ବଞ୍ଚତ୍ବାର ସ୍ବପ୍ନ ହଜିଯାଇଛି। ମଣିଷ ଭୁଲିଯାଉଛି ଯେ, ଏକକୁ ଆସିଲେ ବିପଦ କେହି ନ ହେବେ ନିରାପଦ। ମହାମନୀଷୀ ବର୍ଣ୍ଣାଡ୍‌ ସ ଥରେ କହିଥିଲେ, ”ବିଜ୍ଞାନ ପ୍ରାଣିସମାଜର ମଙ୍ଗଳ କରିପାରିବ ନାହିଁ। ଏହା ଗୋଟିଏ ସମସ୍ୟାର ସମାଧାନ କରିବାକୁ ଯାଇ ଶହେଟା ସମସ୍ୟା ସୃଷ୍ଟି କରୁଛି।“ ହେଲେ ବର୍ଣ୍ଣାଡ୍‌ ସଙ୍କ କଥା କିଏ ଶୁଣୁଛି? ସେଥିପାଇଁ ହୁଏତ ଆଜି ଯେତେବେଳେ ସର୍ବତ୍ର ବିଜ୍ଞାନର ଜୟ ଜୟକାର ହୁରି ପଡୁଛି, ଗୋଟିଏ ପରେ ଗୋଟିଏ ପ୍ରାଣୀ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହେଉଛନ୍ତି, ସେତେବେଳେ ବର୍ଣ୍ଣାଡ୍‌ ସଙ୍କ ଭଳି ଅନେକ ପରିବେଶ ଶୁଭେଚ୍ଛୁ ଅରଣ୍ୟରୋଦନ କରୁଛନ୍ତି। ସମୟ ବିତିଯାଉଛି, ନେଡ଼ିଗୁଡ଼ କହୁଣିକୁ ବୋହିଯାଉଛି, ବେଳ ଥାଉ ଥାଉ ଆମେ ମାନବଜାତି ଏକ ଛତ୍ରଛାୟା ତଳେ ବସି, ଏକ ମନୋଭାବାପନ୍ନ ହୋଇ କିପରି ସମଗ୍ର ପ୍ରାଣୀ ସମ୍ପଦର ସୁରକ୍ଷା ହୋଇପାରିବ, ସେଥିପାଇଁ ଆମର ଆଜିର ଧ୍ୱଂସକାରୀ ଭାବଧାରାକୁ ବଦଳାଇ ନୂତନ ଓ ନବୀନ ପୃଥିବୀ ସୃଷ୍ଟିର ଭାବଧାରାକୁ ଉଜ୍ଜୀବିତ କରିବାକୁ ପଡ଼ିବ। ଏଥିପାଇଁ ପ୍ରତିବର୍ଷ ପ୍ରାଣୀଙ୍କ ସୁରକ୍ଷା ଲାଗି ବିଶ୍ୱ ପ୍ରାଣୀଦିବସ ପାଳନ କରାଯାଉଛି। ପ୍ରାଣୀ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରାଯାଉଛି। ଏହି ଦିବସରେ ପ୍ରାଣୀଙ୍କ ଅଧିତ୍କାର ଓ ହିତ ଲାଗି ନିଆଯାଉଥିତ୍ତ୍ବା ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥାଏ।
ସୁସ୍ଥ ମନ, ସାବଲୀଳ ଚିନ୍ତାଧାରା ଯୁଗେ ଯୁଗେ ମଣିଷକୁ ଫୁଲର କୋମଳତାର ଅନୁଭୂତି ଦେଇଆସିଛି। ପ୍ରେମ ହିଁ ଜୀବନକୁ ପରିପୂର୍ଣ୍ଣ କରେ। ବିଶିଷ୍ଟ ବୈଜ୍ଞାନିକ ସାର ଡବଲ୍ୟୁ ଟେମ୍ପର ଏକଦା କହିଥିଲେ, ‘ପ୍ରେମ ହିଁ ଜୀବନର ନିର୍ଯାସ।’ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ ହେଉଛି ପ୍ରେମ। ଭଗବାନ୍‌ଙ୍କ ସହିତ ପ୍ରେମର ଯେପରି ନିବିଡ଼ ସମ୍ପର୍କ ରହିଛି, ମଣିଷର ପ୍ରାଣୀ ତଥା ଉଦ୍ଭିଦ ସହିତ ସେହିପରି ମଧୁର ସମ୍ବନ୍ଧ ରହିଛି। କେହି କାହାଠାରୁ ଅଭିନ୍ନ ନୁହନ୍ତି, କିନ୍ତୁ ଭିନ୍ନ। ସମ୍ରାଟ୍‌ ଅଶୋକ ଅନୁତପ୍ତ ପ୍ରାଣରେ କହିଥିଲେ, ‘ତରବାରିର ଜୟ ଜୟ ନୁହେଁ….।’ ବୁଦ୍ଧଙ୍କ ମୁଖନିଃସୃତ ବାଣୀ ଥିଲା, ”ହିଂସାର ବିନାଶରେ ଦୁଃଖର ବିନାଶ।“ ଜାତିର ଜନକ ମହାମତ୍ା ଗାନ୍ଧୀ କହିଥିଲେ, ”ଲୋଭ ପାଇଁ ଏ ପୃଥିବୀ ଅତ୍ୟନ୍ତ କ୍ଷୁଦ୍ର: ମାତ୍ର ଅଭାବ ଓ ଅନଟନ ଦୂର କରିବା ପାଇଁ ଏ ପୃଥିବୀ ଖୁବ୍‌ ବିରାଟ ଏବଂ ଆଗାମୀ ସହସ୍ର ବର୍ଷ ପର୍ଯ୍ୟନ୍ତ ଅଭାବ ପୂରଣ କରିବାକୁ ସକ୍ଷମ।“
ହେ ମଣିଷ! ଏକମାତ୍ର ଜୀବଧାରୀ ଗ୍ରହ, ପୃଥିବୀକୁ ସହସ୍ର ବର୍ଷ ପର୍ଯ୍ୟନ୍ତ ଆଗେଇ ନେବାକୁ ହେଲେ, ଆଗାମୀକାଲିର ପିଢ଼ିଙ୍କ ପାଇଁ ସୁସ୍ଥ ଓ ସମୃଦ୍ଧର ପୃଥିବୀ ସୃଷ୍ଟି କରିବାକୁ ହେଲେ ଏ ପବିତ୍ର ଧରାଧାମରେ ପ୍ରେମର ମନ୍ଦାକିନୀ ବୁହାଇଦିଅ। ଦେଖିବ, ଏ ପୃଥିବୀରେ ଫଗୁଣର ଫଗୁ ଖେଳ ଜମିବ, ଆମ୍ବତୋଟାରେ ବଉଳ ଭରିଯିବ, କୋଇଲିର କୁହୁ-କୁହୁ ତାନ ଶୁଣାଯିବ, ବଣି, କଜଳପାତି, କୁମ୍ଭାଟୁଆ, ବୁଲ୍‌ବୁଲ୍‌, ହଳଦୀବସନ୍ତ ପ୍ରଭୃତି କେତେ ରଙ୍ଗ ବେରଙ୍ଗର ପକ୍ଷୀ ଗଛରୁ ଗଛକୁ ଡେଇଁ ବୁଲିବେ। ସୌନ୍ଦର୍ଯ୍ୟର ଶାନ୍ତିନିକେତନ ଓ ପ୍ରାକୃତିକ ଜଙ୍ଗଲ ପରିବେଶ ପୁଣି ନୂତନ ପ୍ରାଣରେ ହସି ଉଠିବ। ଆମେ ହସିବା ଆଉ ଆମ ସହିତ ହସିବେ ସାରା ପ୍ରାଣିଜଗତ।
ପରିବେଶବିତ୍‌, ମୋ: ୦୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?