Categories: ଫୁରସତ

ନିଆରା ଢଙ୍ଗରେ ପ୍ରେମ ନିବେଦନ

ବୋଧହୁଏ ପ୍ରେମଠାରୁ ଦୁନିଆରେ ଅଧିକ କିଛି ସୁନ୍ଦର ନାହିଁ। ଅନେକ ପ୍ରେମ କାହାଣୀ ଶୁଣିଥିବେ, ଯାହା ହୃଦୟକୁ ଛୁଁଇଯାଏ। ଲୋକମାନେ ସେମାନଙ୍କର ପ୍ରେମକୁ ପ୍ରକାଶ କରିବାକୁ ଏମିତି ପଦ୍ଧତି ଅବଲମ୍ବନ କରନ୍ତି, ଯାହାଦ୍ୱାରା ସେମାନଙ୍କ ପ୍ରେମ ସ୍ମରଣୀୟ ହୋଇ ରହେ। ବେଳେବେଳେ ପ୍ରେମ ପାଇଁ ଯୋଡ଼ିମାନେ ଏମିତି କିଛି କରିଥାନ୍ତି, ଯାହା ଉପରେ ସମଗ୍ର ବିଶ୍ୱବାସୀଙ୍କ ନଜରରେ ରହିଥାଏ।

ଆଜିକାଲି ସୋସିଆଲ ମିଡିଆରେ ଠିକ୍‌ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ଅଷ୍ଟ୍ରେଲୀୟ ସଫ୍ଟବଲ୍‌ ଖେଳାଳି ନିଜ ପ୍ରେମିକାଙ୍କୁ ଖେଳ ପଡ଼ିଆରେ ବିବାହ ପାଇଁ ପ୍ରପୋଜ କରୁଛନ୍ତି। ଖେଳାଳିମାନେ ଏହା କରୁଥିବା ଦେଖି ଆଖପାଖର ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଏହାର କାରଣ ହେଉଛି, ଖେଳାଳି ପିଚ୍‌ରେ ଆହତ ହେବା ବାହାନାରେ ପଡ଼ିଆରେ ନିଜ ସାଥୀଙ୍କୁ ଡାକିଥିଲେ।

 

ପର୍ଥର ମିରାବୁକା ସଫ୍ଟବଲ ଗ୍ରାଉଣ୍ଡରେ ଏକ ସଫ୍ଟବଲ ଲିଗ୍‌ ମ୍ୟାଚ ସମୟରେ ସାରା ରିଓ ତାଙ୍କ ଗର୍ଲଫ୍ରେଣ୍ଡକୁ ଏକ ଭିନ୍ନ ଢଙ୍ଗରେ ପ୍ରେମ ପ୍ରସ୍ତାବ ଦେଇଥିଲେ। ଭାଇରାଲ ହେଉଥିବା ଭିଡିଓରେ ରିଓ ବଲ୍‌ରେ ଆହତ ହୋଇ ତଳେ ପଡ଼ିଯାଇଥିବାର ଦେଖାଯାଇଛି। ଏହା ପରେ କୋମାଣ୍ଡେ ପଡ଼ିଆରେ ତାଙ୍କ ନିକଟକୁ ଆସିଥିଲେ। ଏହା ପରେ ରିଓ ତାଙ୍କ ଶୈଳୀରେ କୋମାଣ୍ଡେଙ୍କୁ ପ୍ରପୋଜ କରିଥିଲେ।

ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନେ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଭିଡିଓ ଦେଖିବା ପରେ ଜଣେ ୟୁଜର ଲେଖିଛନ୍ତି, ପ୍ଲେୟାର ପ୍ରକୃତରେ ନିଜ ପ୍ରେମକୁ ଏକ ଚମତ୍କାର ଢଙ୍ଗରେ ପ୍ରକାଶ କରିଛନ୍ତି। ଲୋକମାନେ ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ଶେୟାର ବି କରିଛନ୍ତି।

Share