Posted inଜାତୀୟ

ୟୁରିଆ ଦର ବଢ଼ାଇବାକୁ ପ୍ରସ୍ତାବ; ଚାଷୀଙ୍କୁ ମିଳିପାରେ ସିଧାସଳଖ ସହାୟତା

ନୂଆଦିଲ୍ଲୀ,୩୦।୧: ବଢିବାକୁ ଯାଉଛି ୟୁରିଆ ଦାମ୍। ଦେଶରେ ୟୁରିଆ ସାରର ଅତ୍ୟଧିକ ବ୍ୟବହାର ରୋକିବା ଏବଂ ବଢ଼ୁଥିବା ସବ୍‌ସିଡି ବୋଝକୁ କମ୍ କରିବା ପାଇଁ ଏହାର ଖୁଚୁରା ମୂଲ୍ୟରେ ସାମାନ୍ୟ ବୃଦ୍ଧି କରିବାକୁ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି। ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ୟୁରିଆ ଦର ବୃଦ୍ଧି ହୋଇନଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ସାର ସବ୍‌ସିଡି ୧.୯୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ନେଇ ଆକଳନ କରାଯାଇଛି।

ଚାଷୀଙ୍କ କ୍ରୟ ଶକ୍ତି ବଜାୟ ରଖିବା ପାଇଁ ଏକର ପିଛା ହିସାବରେ ସିଧାସଳଖ ବ୍ୟାଙ୍କ ଖାତାକୁ (DBT) ଟଙ୍କା ପଠାଇବାକୁ ପରାମର୍ଶ ଦିଆଯାଇଛି। ଚଳିତ ବର୍ଷ ୟୁରିଆ ବ୍ୟବହାର ସର୍ବକାଳୀନ ରେକର୍ଡ ୪୦ ନିୟୁତ ଟନ୍ ଛୁଇଁବା ଆଶା କରାଯାଉଛି। ତେବେ ଫସଲ ଉତ୍ପାଦନ କ୍ଷେତ୍ରରେ ସ୍ଥାଣୁତା ଦେଖାଦେଇଥିବା ବେଳେ ପ୍ରାଣୀଧନ ଓ ମତ୍ସ୍ୟଚାଷ କ୍ଷେତ୍ରରେ ୫-୬% ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥା (PDS)ରେ ରୁଟ୍ ଉନ୍ନତୀକରଣ କରାଯିବା ଫଳରେ ପରିବହନ ବାବଦରେ ପ୍ରାୟ ୨୫୦ କୋଟି ଟଙ୍କା ସଞ୍ଚୟ ହୋଇଛି। ଭଲ ରବି ଚାଷ ଯୋଗୁଁ ଗ୍ରାମାଞ୍ଚଳରେ ଚାଷୀଙ୍କ ଆୟ ବୃଦ୍ଧି ପାଇବ ବୋଲି ଏହି ସର୍ଭେ ରିପୋର୍ଟରେ ଆଶା ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

ଅଶୋଧିତ ତୈଳ ମୂଲ୍ୟ ହ୍ରାସ:ଆମେରିକା-ଇରାନ ଚୁକ୍ତି ପରେ ପ୍ରଥମ ଜାହାଜ ଭାବେ ହର୍ମୁଜ ଛାଡ଼ିଲା ‘ଦିଶା’

ଓ୍ବାଶିଂଟନ,୧୫।୬: ପାକିସ୍ତାନ ଏବଂ କତାର ମଧ୍ୟସ୍ଥତା ମାଧ୍ୟମରେ ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ବିବାଦ ଯୋଗୁ ମାସ ମାସ ଧରି…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ଭାରତର ସ୍ବାଗତ: ପ୍ରଧାନମନ୍ତ୍ରୀ ମୋଦି କହିଲେ, ମୁଁ ଏହି ଚୁକ୍ତିକୁ…

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ସ୍ବାଗତ କରିଛନ୍ତି। ଏହି ଚୁକ୍ତି ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ହଜାର ହଜାର ଟଙ୍କା ବଢିଲା ସୁନା-ରୁପା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୧୫।୬: ବିଶ୍ୱ ସ୍ତରରେ ଘଟୁଥିବା ଭୂରାଜନୈତିକ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆଜି ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି…

ଥାନା ଭିତରେ ଝିଅଙ୍କୁ ଛୁରିଭୁସି ହତ୍ୟାକଲେ ବାପା: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଲକ୍ଷ୍ନୌ,୧୫ା୬:ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ ବଦୌସା ଥାନା ଭିତରେ ଶୁକ୍ରବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପା ଛୁରିଭୁସି ହତ୍ୟା କରିଛନ୍ତି। ବାନ୍ଦା ଏସ୍‌ପି ପଳାଶ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri