ବ୍ରିଜ୍‌ କାମ ଶେଷ ନ କରି ବନ୍ଦ ପ୍ରସ୍ତାବ

ଯାଜପୁର,୧୮।୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧  ଅଧୀନ ଜିଲାର ସୀମାନ୍ତବର୍ତ୍ତି ତଥା ସୁକିନ୍ଦା ଖଣି ଅଞ୍ଚଳରେ ଏଯାଏ ଗମନାଗମନ ପାଇଁ ଉପଯୁକ୍ତ ରାସ୍ତା ଓ ବ୍ରିଜ ନିର୍ମାଣ ହୋଇ ପାରିନାହିଁ। ଫଳରେ ବର୍ଷା ମାସରେ ନଦୀନାଳ ଘେରା ଏକାଧିକ ଅଞ୍ଚଳବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଥିବା ଅଭିଯୋଗ ହେଉଛି। ଏପରିକି ବିଜୁ ସେତୁ ଯୋଜନା(ବିଏସ୍‌ଓ୍ବାଇ)ରେ ବ୍ରିଜ କାମ ସମ୍ପୂର୍ଣ୍ଣ ନ ହୋଇ କାର୍ଯ୍ୟ ବନ୍ଦ କରିବାକୁ ବିଭାଗୀୟସ୍ତରରେ ବନ୍ଦ ପ୍ରସ୍ତାବ ଦିଆଯାଉଛି। ଏଠାରେ ପାଟଣାଠାରୁ ପୋଡ଼ାଘରା ଗ୍ରାମ ରାସ୍ତାରେ କାଳିଆପାଣି ଅଞ୍ଚଳ ଦେଇ ପ୍ରବାହିତ ଡମଶାଳା ନାଳା ଉପରେ ୪ କୋଟି ୬୬ ଲକ୍ଷ ୧୯ ହଜାର ୨୩୨ ଟଙ୍କାର ନିର୍ମାଣାଧୀନ ବ୍ରିଜକୁ ଉଦାହରଣ ଭାବେ ନିଆଯାଇପାରେ। ବ୍ରିଜ ଆପ୍ରୋଚ ରାସ୍ତାରେ ସରକାରୀ ଜମି ଅଧିଗ୍ରହଣ ଏବଂ ଶାଳ ଗଛ ହଟାଇବାରେ ତହସିଲ ଓ ଜଙ୍ଗଲ ବିଭାଗ ବିଫଳ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କେନ୍ଦ୍ରାପଡା-ଯାଜପୁର ଗ୍ରାମ୍ୟ ନିର୍ମାଣ ସର୍କଲର ଚିଫ କନଷ୍ଟ୍ରକ୍ସନ ଇଞ୍ଜିନିୟର ଦର୍ଶାଇଛନ୍ତି। ଏହିକ୍ରମରେ ସେ ୯ା୨ା୨୦୨୬ରେ ଏହି ଅସମ୍ପୂର୍ଣ୍ଣ ବ୍ରିଜ ନିର୍ମାଣକୁ ବନ୍ଦ କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗର ଚିଫ ଇଞ୍ଜିନିୟରଙ୍କୁ ପ୍ରସ୍ତାବ ଦେଇଛନ୍ତି। ବର୍ଷାଦିନ ପୂର୍ବରୁ ଏହି ବ୍ରିଜ ନିର୍ମାଣକୁ ସମ୍ପୂର୍ଣ୍ଣ କରା ନ ଗଲେ ଖଣି ଅଞ୍ଚଳର ପୋଡ଼ାଘରା, ଛତାଟାଙ୍ଗର, ନାତୁର, କଣ୍ଡାର, ଅରଡ଼ାପାଳ, ଖୁଣ୍ଟାପଷି, ଗୋଡ଼ଭଙ୍ଗାସାହି ଆଦି ଗ୍ରାମକୁ ଯୋଗାଯୋଗ ହୋଇ ପାରିବନାହିଁ। ଏଭଳିସ୍ଥିତିରେ ୮ ବର୍ଷ ପୂର୍ବରୁ ନଗଡ଼ାରେ ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ସମସ୍ୟାର ପୁନରାବୃତ୍ତି ସଂପୃକ୍ତ ଗ୍ରାମଗୁଡ଼ିକରେ ଦେଖା ଦେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାବାଦ ଖଣି ଅଞ୍ଚଳରେ ଅନ୍ୟ ୬ବିଜୁ ସେତୁ ସମ୍ପୂର୍ଣ୍ଣ ହୋଇପାରିନାହିଁ। ସେଥିରୁ ଜଣେ ଠିକାଦାରଙ୍କୁ ୪ଟି ସେତୁ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ପୂର୍ବରୁ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସଂପୃକ୍ତ ଠିକାଦାରମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ବି ବ୍ରିଜ ନିର୍ମାଣରେ ସେତେଟା ଅଗ୍ରଗତି ହୋଇ ପାରି ନ ଥିବା ମପ୍ରକାଶ ପାଇଛି।
ଯାଜପୁର ଜିଲାରେ ବହୁ ନଦୀନାଳ ପ୍ରବାହିତ ହେଉଛି। ଏହିକ୍ରମରେ ଉତ୍ତମ ଗମନାଗମନ ବ୍ୟବସ୍ଥାକୁ ସହଜ ଓ ସୁଗମ କରିବାକୁ ବିଜୁ ସେତୁ ଯୋଜନା ପ୍ରଣୟନ ହୋଇଥିଲା। କିନ୍ତୁ ଗ୍ରାମ୍ୟ ନିର୍ମାଣ ବିଭାଗର କେତେଜଣ ଯନ୍ତ୍ରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଏଯାଏ ତାହା ସମ୍ପୂର୍ଣ୍ଣ ସଫଳ ହୋଇପାରିନାହିଁ। ନିର୍ଦ୍ଧାରିତ ସମୟରେ ସେତୁଗୁଡ଼ିକ ସମ୍ପୂର୍ଣ୍ଣ ହୋଇ ପାରୁ ନ ଥିବା ଏବଂ ପରବର୍ତ୍ତୀ ସମୟରେ ମୂଲ୍ୟ ବୃଦ୍ଧି ଯୋଗୁ ସରକାରଙ୍କ ରାଜସ୍ବ ହାନୀ ହେଉଥିବା ଦେଖିବାକୁ ମିଳିଛି। ସୁକିନ୍ଦାର ଜୀବନରେଖା ଭାବେ ପରିଚିତ ଡମଶାଳା ନାଳର ୧ କି.ମି. ଦୂରବର୍ତ୍ତୀ ପାଟଣାଠାରୁ ପୋଡ଼ଘରା ରାସ୍ତାରେ ବିଜୁ ସେତୁ ନିର୍ମାଣ ପାଇଁ ପ୍ରଥମ ଶ୍ରେଣୀ ଠିକାଦାର ଧୀରେନ୍ଦ୍ର କିଶୋର ରାୟଙ୍କୁ କାର୍ଯ୍ୟ ଦାୟିତ୍ୱ ଦିଆଯାଇଥିଲା। ଚୁକ୍ତି ଅନୁସାରେ ଏହି ସେତୁ ନିର୍ମାଣ କାର୍ଯ୍ୟ ୧୫ା୧୨ା୨୦୨୨ରେ ଆରମ୍ଭ ହୋଇ ୧୪ା୧୨ା୨୦୨୩ରେ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା। ଠିକାଦାର ୪ କୋଟି ୪୮ ଲକ୍ଷ ୮୧ ହଜାର ୭୪୩ ଟଙ୍କାର କାମ କରି ବାକି ସେତୁ ନିର୍ମାଣ କାର୍ଯ୍ୟ ୩୧ା୩ା୨୦୨୪ରୁ ବନ୍ଦ କରି ଦେଇଥିଲେ। ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଅବିନାଶ ବାରିକଙ୍କ ରିପୋର୍ଟ ଅନୁସାରେ ଜବରଦଖଲ ସରକାରୀ ଜମି ଓ ଶାଳ ଗଛ ହଟା ଯାଇ ନ ପାରିବାରୁ କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଗ୍ରାମ୍ୟ ନିର୍ମାଣ ବିଭାଗର ଡୁବୁରୀ ସବଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ୬ା୧୧ା୨୦୨୩ରେ ସୁକିନ୍ଦା ତହସିଲଦାରଙ୍କୁ ଜବରଦଖଲ ହୋଇଥିବା ସରକାରୀ ଜମି ଅଧିଗ୍ରହଣ ଏବଂ ଶାଳ ଗଛ ହଟାଇବାକୁ ଡିଏଫଓଙ୍କୁ ସୂଚିତ କରାଯାଇଥିଲା। ହେଲେ ସଂପୃକ୍ତ ଅଧିକାରୀମାନେ ଏହି ସମସ୍ୟାର ସମାଧାନ କରିବାରେ ଆଜି ପର୍ଯ୍ୟନ୍ତ ବିଫଳ ହୋଇଛନ୍ତି ବୋଲି ବନ୍ଦ ପ୍ରସ୍ତାବରେ ଦର୍ଶାଯାଇଛି। ଏଥିରୁ ସରକାରୀ ଅଧିକାରୀଙ୍କ ଅବହେଳା କାରଣରୁ ସଂପୃକ୍ତ ଅଞ୍ଚଳବାସୀ   ସୁରକ୍ଷିତ, ସହଜ ଓ ସୁଗମ ଗମନାଗମନରୁ ବଞ୍ଚିତ ହେବାର ସ୍ପଷ୍ଟ ହେଉଛି।
ଏହାବାଦ ଡମଶାଳା ନାଳରେ କାଳିଆପାଣିଠାରୁ ଢବାହାଳି ରାସ୍ତାରେ ୨୦୨୩-୨୪ ବର୍ଷରେ ଏକ ସେତୁ ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା। ଏଥିପାଇଁ ୬ କୋଟି ୫ ଲକ୍ଷ ୧ ହଜାର ୧୯୯ ଟଙ୍କା ଅନୁଦାନ ମିଳିଥିଲା। ବିଭାଗ ପକ୍ଷରୁ ଏ କ୍ଲାସ କଣ୍ଟ୍ରାକ୍ଟର ସରୋଜ କୁମାର ଜେନାଙ୍କୁ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ଏହି ସେତୁ ୧ା୧୨ା୨୦୨୩ରେ ଆରମ୍ଭ ହୋଇ ୩୧ା୫ା୨୦୨୫ରେ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବିଡ଼ମ୍ବନା ଯେ, ଏହି ସେତୁ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ସେହିପରି ପଣ୍ଡରା ନାଳା, ଦେଉଳିନାକିଆଣି ନାଳ, ଖୋଲାମହରା ନାଳା, ଶଙ୍ଖୁଆ ନାଳା, ବ୍ରାହ୍ମଣୀ ନଦୀ, ତନ୍ତିଘାଇ ନଦୀର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ବ୍ରିଜଗୁଡ଼ିକ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଫଳରେ ନିର୍ମାଣାଧୀନ ଏହି ବ୍ରିଜଗୁଡ଼ିକ ଉପରେ ନିର୍ଭର ହେବାକୁ ଥିବା ଶତାଧିକ ଗ୍ରାମବାସୀଙ୍କ ଆଶାପୂରଣ ହେବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri