ପ୍ରପଟି ଟାଇକୁନଙ୍କ ଉପରେ ୧୨ଅରବ ଡଲାର ସମ୍ପତ୍ତି ଅପବ୍ୟବହାର ଅଭିଯୋଗ, ହୋଇପାରେ ମୃତ୍ୟୁଦଣ୍ଡ

ଭିଏତନାମ,୧୧।୪: ଅନେକ ମାସ ଧରି ଭିଏତନାମର ସବୁଠାରୁ ବଡ ଠକେଇ ମାମଲାର ଶୁଣାଣି ଚାଲିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜଣେ ମହିଳା ଯିଏକି ବର୍ତ୍ତମାନ ଭିଏତନାମର ଏକ ବଡ ପ୍ରପଟି ଟାଇକୁନ ଭାବରେ ପରିଗଣିତ ହେଉଛନ୍ତି। ଯିଏ ୧୨.୫ ବିଲିୟନ ଡ଼ଲାରର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେବାକୁ ପଡିପାରେ। ପ୍ରମୁଖ ଡେଭଲପର୍‌ ୱାନ ଥିନ ଫାଟଙ୍କ ଚେୟାରମ୍ୟାନ ଟ୍ରୁଙ୍ଗ ମାୟ ଲାନ ଏକ ଦଶନ୍ଧିରୁ ଅଧିକ ସମୟ ଧରି ନଗଦ ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି। ଦକ୍ଷିଣ ବ୍ୟବସାୟ ହବ ହୋ ଚି ମିନ ସିଟିରେ ପାଞ୍ଚ ସପ୍ତାହ ଶୁଣାଣି ପରେ ଟ୍ରୁଙ୍ଗ ମାୟ ଲାନ ଏବଂ ଅନ୍ୟ ୮୫ ଜଣ ରାୟ ଏବଂ ଦଣ୍ଡ ଭୋଗିବାକୁ ପଡିପାରେ।
ଟ୍ରୁଙ୍ଗ ମାୟ ଲାନଙ୍କ ବିରୋଧରେ ଲାଞ୍ଚ, କ୍ଷମତାର ଅପବ୍ୟବହାର, ଅର୍ଥ ହଡପ ଏବଂ ବ୍ୟାଙ୍କିଙ୍ଗ ନିୟମର ଉଲ୍ଲଂଘନ ଅନ୍ତର୍ଭୁକ୍ତ। ଏହି ସମୟରେ ଲାନ ଏହି ଅଭିଯୋଗକୁ ଅସ୍ବୀକାର କରି ତାଙ୍କ ଅଧସ୍ତନମାନଙ୍କୁ ଦାୟୀ କରିଛନ୍ତି। ଏଭଳି ମାମଲାରେ ଓକିଲମାନେ ଲାନଙ୍କ ପାଇଁ ମୃତ୍ୟୁଦଣ୍ଡ ମାଗିଛନ୍ତି।
ଜାତୀୟ ଦୁର୍ନୀତିର ଏକ ଅଂଶ ଭାବରେ ଲାନ ଏବଂ ଅନ୍ୟ ୮୫ ଜଣଙ୍କୁ ଗିରଫ କରାଯାଇଥିଲା। ଗତ ସପ୍ତାହରେ କୋର୍ଟରେ ଶେଷ ମନ୍ତବ୍ୟ ଦେଇ ଲାନ କହିଛନ୍ତି ଯେ ସେ ଆତ୍ମହତ୍ୟା କରୁଛନ୍ତି। ଏହି ସ୍କାମରେ ପ୍ରାୟ ୪୨ହଜାର ପୀଡିତଙ୍କୁ ପୋଲିସ ଚିହ୍ନଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଢୁ ଲଢୁ ବିତିଗଲାଣି ୧୭ ଦିନ, ହେଲେ କିଛି ବି କରିପାରିଲେ ନାହିଁ ଟ୍ରମ୍ପ, ବିଶେଷଜ୍ଞ କହିଲେ ଇରାନ ପାଖରେ ବି ରହିଛି ବାଜି….

ଓ୍ବାଶିଂଟନ,୧୭।୩: ଯୁକ୍ତରାଷ୍ଟ୍ର ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବାର ୧୭ ଦିନ ବିତିଗଲାଣି, ତଥାପି ଏକ ନର୍ଣ୍ଣାୟକ ଫଳାଫଳ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏବେ…

ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି। ୧୭ ମାର୍ଚ୍ଚ ମଙ୍ଗଳବାର ଦିନ, ଅଶୋଧିତ ତୈଳ…

IPL 2026 ପୂର୍ବରୁ ଧୋନିଙ୍କ ସହ ଫୋନରେ କଥା ହେଲେ ସଞ୍ଜୁ ସାମସନ, କହିଲେ କିଛି ଭିତିରି କଥା, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୭।୩: ଟି-୨୦ ବିଶ୍ୱକପ ବିଜୟୀ ଦଳର ନାୟକ ସଞ୍ଜୁ ସାମସନ ସୋମବାର କହିଛନ୍ତି ଯେ ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ସମୟରେ…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟରେ ଏବେ ଏହି ଦେଶ: ନିଜେ କଲେ ଖୁଲାସା, ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପରେ ତାଙ୍କର ପରବର୍ତ୍ତୀ ଟାର୍ଗେଟ ବିଷୟରେ ପ୍ରକାଶ କରିଛନ୍ତି। ସେ ଖୋଲାଖୋଲି ଭାବରେ ଇଙ୍ଗିତ କରିଛନ୍ତି ଯେ ତାଙ୍କର…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଯୁଦ୍ଧରେ ଏବେ ପର୍ଯ୍ୟନ୍ତ କେତେ ସେନାଙ୍କୁ ହରାଇଲାଣି ଆମେରିକା? ନିଜେ ଦେଲା ବଡ଼ ଅପଡେଟ

ଓ୍ବାଶିଂଟନ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ପ୍ରାୟ ତିନି ସପ୍ତାହ ଧରି ଚାଲିଛି। ଏହି ସମୟ ମଧ୍ୟରେ, ଇରାନ ସହିତ ସଂଘର୍ଷରେ ଆହତ ହୋଇଥିବା ଆମେରିକୀୟ ସୈନ୍ୟଙ୍କ…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri