ଅବହେଳାରୁ ବହୁ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ଭୁବନେଶ୍ୱର,୧୧।୭(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ସରକାରୀ ଔଷଧ ଭର୍ତ୍ତି ଗୋଦାମ ଜଳିଯିବା ଘଟଣାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅବହେଳାରୁ ବହୁ କୋଟିର ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିବା ଆଲୋଚନା ଚାଲିଛି। ବହୁ ପୁରୁଣା ଭଙ୍ଗା ଦଦରା କୋଠାରେ ସ୍ବାସ୍ଥ୍ୟ ଓ ଚିକିତ୍ସା ସାମଗ୍ରୀକୁ ଦୟନୀୟ ଅବସ୍ଥାରେ ରଖାଯାଇଥିଲା। ପର୍ଯ୍ୟାପ୍ତ ପରିମାଣରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବାବେଳେ ଇନ୍‌ସ୍ୟୁରାନ୍ସ ଥିବା ଦର୍ଶାଇ ଏହି ଘଟଣାକୁ ସ୍ବାସ୍ଥ୍ୟ ବିଭାଗ ବେଶ୍‌ ଖାମଖିଆଲ ଭାବେ ନେଇଥିବା ଜଣାପଡୁଛି। ଏତେ ବଡ଼ ଅଗ୍ନିକାଣ୍ଡରେ ହୋଇଥିବା ବଡ଼ ସରକାରୀ କ୍ଷତିକୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଥିବାବେଳେ ଘଟଣାର ୨୪ ଘଣ୍ଟା ପରେ ବି ସରକାରୀ ସ୍ତରରେ ସେପରି କିଛି ପଦକ୍ଷେପ ନାହିଁ।
ରବିବାର ରାତି ପ୍ରାୟ ୧୧ଟାରୁ ଲାଗିଥିବା ନିଆଁକୁ ଅଗ୍ନିଶମ ବାହିନୀ ୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟର ଚେଷ୍ଟା ପରେ ସୋମବାର ସକାଳେ ଲିଭାଇବାରେ ସକ୍ଷମ ହୋଇଛି। ମାତ୍ର ଏହି ଅଗ୍ନିକାଣ୍ଡରେ କେତେ ସମ୍ପତ୍ତି ପୋଡ଼ିଯାଇଛି ତାହାର ହିସାବ ସରକାରଙ୍କ ପକ୍ଷରୁ ମିଳି ନ ଥିଲେ ମଧ୍ୟ ଗୋଦାମ ଘର ସହ ବହୁ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାବେଳେ ଏଥିରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଔଷଧ ଓ ମେଡିକାଲ ସାମଗ୍ରୀ ରହିଥିବା କୁହାଯାଉଛି। ତେବେ ଏ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ କୁହାଯାଇଛି ଯେ, ଅଗ୍ନିକାଣ୍ଡ ଘଟିଥିବା ଗୋଦାମରେ ପିପିଇ କିଟ୍ସ, ସାନିଟାଇଜର୍ସ ଓ ଖାଲି ସିଲିଣ୍ଡର ଗଚ୍ଛିତ ଥିଲା। ଉକ୍ତ ଗୋଦାମ ନଂ.୩ ଓଡ଼ିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିଃ(ମାର୍କେଫେଡ୍‌)ର ହୋଇଥିବାବେଳେ ଓଡ଼ିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ ସେଠାରେ ଏସବୁ ସାମଗ୍ରୀ ଗଚ୍ଛିତ ରଖାଯାଇଥିଲା। ତେବେ ଅଗ୍ନିକାଣ୍ଡରେ ନଷ୍ଟ ହୋଇଥିବା ସମସ୍ତ ସାମଗ୍ରୀ ବୀମାଭୁକ୍ତ ଥିବା ନେଇ ବିଭାଗ ପକ୍ଷରୁ ଉଲ୍ଲେଖ କରାଯାଇଛି। କିନ୍ତୁ ପାଉଁଶଗଦା ଭିତରେ ମାସ୍କ, ସାଲାଇନ୍‌, ମଶାରି ସମେତ ଆହୁରି ଅନେକ ପ୍ରକାରର କୋଭିଡ୍‌ ସାମଗ୍ରୀ ଅଧାପୋଡ଼ା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଉକ୍ତ ଗୋଦାମରେ ପର୍ଯ୍ୟାପ୍ତ ପରିମାଣରେ ଅଗ୍ନି ନିରାପତ୍ତା ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ନ ଥିବା ନେଇ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏକ ସରକାରୀ ଗୋଦାମରେ ଏଭଳି ଅବ୍ୟବସ୍ଥାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଔଷଧ ନିଗମ ପକ୍ଷରୁ ସ୍ବାସ୍ଥ୍ୟ ସାମଗ୍ରୀକୁ ଏଭଳି ଖାମଖିଆଲ ଭାବେ କାହିଁକି ରଖାଯାଇଥିଲା? ରାଜଧାନୀରେ ଭଲ ସରକାରୀ ଗୋଦାମ ନା ଥିଲା କି? କରୋନା ସମୟରେ କୋଭିଡ୍‌ ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା। ଏବେ କୋଭିଡ୍‌ ସାମଗ୍ରୀ ଜଳିଯିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଜାଣିଶୁଣି ଏପରି କାଣ୍ଡ ଘଟାଯାଇଥିବା ସନ୍ଦେହ କରାଯାଉଛି। ପୁଣି ଏହି ଅଗ୍ନିକାଣ୍ଡ କେଉଁ କାରଣ ପାଇଁ ଘଟିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଉନି। ଅଗ୍ନିକାଣ୍ଡର କାରଣ ଜାଣିବାକୁ ଅଧିକ ଅନୁସନ୍ଧାନ କରାଯାଉଥିବା ଡେପୁଟି ଫାୟାର ଅଫିସର ଅବନୀ ଚରଣ ସ୍ବାଇଁ କହିଛନ୍ତି। ନିଆଁ ଲାଗିବା ପୂର୍ବରୁ ସୁରକ୍ଷାକର୍ମୀମାନେ ଯେଉଁ ଶବ୍ଦ ଶୁଣିଥିଲେ ତାହା କେଉଁଠୁ ଆସିଲା? ତେବେ ଉକ୍ତ ଗୋଦାମରେ ନିଆଁ ଆୟତ୍ତ ହୋଇଥିବା କୁହାଯାଉଥିବାବେଳେ ଅପରାହ୍ନ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ନିଆଁ କୁହୁଳୁଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ରବିବାର ରାତି ପ୍ରାୟ ୧୧ଟାରେ ୫ଜଣ ସୁରକ୍ଷାକର୍ମୀ ଗୋଦାମ ବାହାରେ କାର୍ଯ୍ୟରତ ଥିବାବେଳେ ଭୟଙ୍କର ଶବ୍ଦ ଶୁଣିବାକୁ ପାଇଥିଲେ। ତା’ପରେ ହଠାତ୍‌ ଗୋଦାମ ହୁତୁହୁତୁ ହୋଇ ଜଳିବା ଦେଖି ସେମାନେ ଉପରିସ୍ତ ଅଧିକାରୀ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ଟିମ୍‌ ୨ଟି ଇକ୍ୱିପ୍‌ମେଣ୍ଟ ଗାଡ଼ି ଓ ୭ଟି ପାଣି ଗାଡ଼ି ଆଣି ନିଆଁ ଲିଭା କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲା। ଏପରିକି ନିଆଁ ନ ଲିଭିବାରୁ କାନ୍ଥ ଭାଙ୍ଗି ପାଣି ପକାଇବାକୁ ଜେସିବି ଓ ହାଇଡ୍ରାର ସହାୟତା ନିଆଯାଇଥିଲା। ଏନେଇ ରାଜ୍ୟ ଔଷଧ ନିଗମ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri