ସମ୍ପତ୍ତି ତାଲିକା ଦାଖଲ କଲେ ଅପରାଜିତା: ଜାଣନ୍ତୁ ସମ୍ପତ୍ତି କେତେ…

ଭୁବନେଶ୍ୱର,୩।୫: ଭୁବନେଶ୍ୱର ଭାଜପା ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ସମ୍ପତ୍ତି ତାଲିକାର ସତ୍ୟପାଠ ଦାଖଲ କରିଛନ୍ତି। ତାଙ୍କର ମୋଟ ୨ କୋଟି ୫ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଥିବା ବେଳେ ନଗଦ ନଗଦ ୨ ଲକ୍ଷ ଟଙ୍କା ରହିଥିବା ଅପରାଜିତା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

ଏପରି କି ଅପରାଜିତାଙ୍କ ଏକ ୧୦ ଲକ୍ଷ ଟଙ୍କାର କାର୍‌, ୧୧୫୦ ଗ୍ରାମର ବିଭିନ୍ନ ଅଳଙ୍କାର ରହିଛି । ଏହି ଅଳଙ୍କାରର ବର୍ତ୍ତମାନ ମୂଲ୍ୟ ପ୍ରାୟ ୭୪ ଲକ୍ଷ ଟଙ୍କା ହେବ। ଅପରାଜିତାଙ୍କ ନାଁରେ କୌଣସି ବ୍ୟବସାୟିକ କୋଠା ନାହିଁ । ଏହାସହ ତାଙ୍କ ନାଁରେ କୌଣସି ଋଣ ମଧ୍ୟ ନାହିଁ ।