Categories: ଜାତୀୟ

କୋଟିପତିଙ୍କ ସ୍ତ୍ରୀ ୧୩ ବର୍ଷ ସାନ ଡ୍ରାଇଭରଙ୍କ ସହ ଫେରାର, ପାଖରୁ ଟଙ୍କା ସରିଯିବା ପରେ…

ଭୋପାଳ,୧୦ା୧୧: ମଧ୍ୟପ୍ରଦେଶର ଖଜରାନା ଥାନା ଅନ୍ତର୍ଗତ ଜଣେ ୪୫ ବର୍ଷୀୟା ମହିଳା ଘରୁ ୪୭ ଲକ୍ଷ ଟଙ୍କା ନେଇ ଜଣେ ଡ୍ରାଇଭରଙ୍କ ସହ ଫେରାର ହୋଇଯାଇଥିଲେ। ଫେରାର ପ୍ରେମୀଯୁଗଳ ଶିରିଡ଼ି, ଖଣ୍ଡାଲା, ନାସିକ୍‌, ବଡ଼ଦରା, ସୁରଟ ଆସି ଅଞ୍ଚଳରେ ବୁଲି ମଜାମସ୍ତି କରିଥିଲେ। ପାଖରୁ ଅର୍ଥ ସରିଯିବା ପରେ ମହିଳା ଜଣକ ଫେରି ଆସି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ମହିଳା ଜଣକ କହିଛନ୍ତି, ମୁଁ ମୋ ସ୍ବାମୀଙ୍କ ପାଖରେ ରହିବାକୁ ଚାହୁଁଛି। ତାଙ୍କ ସ୍ବାମୀ ବି ତାଙ୍କୁ ପାଖରେ ରଖିବାକୁ ରାଜି। ପୋଲିସ ଏହି ଘଟଣାରେ ୩୪ ଲକ୍ଷ ଟଙ୍କା ଫେରି ପାଇଛି। ମହିଳାଙ୍କ ପ୍ରେମିକ ତଥା ଅଟୋ ଡ୍ରାଇଭର ଏବେସୁଦ୍ଧା ଫେରାର ଅଛନ୍ତି।

ଖଜରାନା ଥାନା ସିଏସ୍‌ସି ଜୟନ୍ତ ରାଠୋର କହିଛନ୍ତି, ଗତ ୧୩ ଅକ୍ଟୋବରରେ ଖଜରାଜ ଅଞ୍ଚଳର ବିଶିଷ୍ଟ ଶିଳ୍ପପତିଙ୍କ ସ୍ତ୍ରୀ ୧୩ ବର୍ଷ ସାନ ଜଣେ ଅଟୋ ଡ୍ରାଇଭରଙ୍କ ସହ ଘରୁ ୪୭ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ମହିଳା ଜଣକ ପୋଲିସକୁ କହିଛନ୍ତି, ୩୪ ଲକ୍ଷ ଟଙ୍କା ପ୍ରେମିକ ତାଙ୍କର ଦୁଇଜଣ ବନ୍ଧୁଙ୍କୁ ଦେଇଥିଲେ। ଅଟୋ ଚାଳକଙ୍କ ବନ୍ଧୁ ରିତେଶ ଠାକୁରଙ୍କ ଠାରୁ ପୋଲିସ ୩୪ ଲକ୍ଷ ଟଙ୍କା ଜବତ କରିଛି। ଅନ୍ୟପକ୍ଷରେ ଅଟୋଚାଳକ ଜଣକ ଫେରାର ଅଛନ୍ତି। ପୋଲିସ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଗିରଫ କରିନାହିଁ।

Share