ସରକାରୀ କର୍ମଚାରୀଙ୍କୁ ମିଳିବ ପଦୋନ୍ନତି

ଭୁବନେଶ୍ୱର,୩୧ା୧(ବ୍ୟୁରୋ):ପଦୋନ୍ନତି ଠିକ୍‌ ସମୟରେ ମିଳୁ ନ ଥିବାରୁ ଅନେକ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ପଦୋନ୍ନତି ପାଇଁ ବହୁ କର୍ମଚାରୀ ଅପେକ୍ଷା କରି ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଫେବୃୟାରୀ ୧ରୁ ୩ ତାରିଖ ପର୍ଯ୍ୟନ୍ତ ପଦୋନ୍ନତି ଅଦାଲତ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ା କେଉଁ ବିଭାଗର କର୍ମଚାରୀ କେଉଁଠି ଓ କେଉଁ ସମୟରେ ପଦୋନ୍ନତି ସମ୍ପର୍କିତ ମାମଲାର ଶୁଣାଣି ବେଳେ ଉପସ୍ଥିତ ରହିବେ ସେନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଏବଂ ଜିଲାପାଳଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି।
୨୦୨୨ ଡିସେମ୍ବର ୩୧ ସୁଦ୍ଧା ଯେଉଁ ସରକାରୀ କର୍ମଚାରୀମାନେ ପଦୋନ୍ନତି ପାଇନାହାନ୍ତି ସେସବୁ ପଦୋନ୍ନତି ପ୍ରସଙ୍ଗ ପଦୋନ୍ନତି ଅଦାଲରେ ବିଚାରକୁ ନିଆଯିବ। ଇମେଲ୍‌ ଜରିଆରେ ସମୁଦାୟ ୧୩୨୬ଟି ଆବେଦନପତ୍ର ଗ୍ରହଣ କରାଯାଇଛି ା ତନ୍ମଧ୍ୟରୁ gadmin.or@nic.inରେ ମିଳିଥିବା ୬୭୧ ଆବେଦନପତ୍ର ଓ ପଦୋନ୍ନତି ଅଦାଲତ ପୋର୍ଟାଲ http://promotion.hrmsodisha.gov.in ଜରିଆରେ ମିଳିଥିବା ୬୫୫ଟି ଆବେଦନକୁ ପଦୋନ୍ନତି ଅଦାଲତରେ ଉପସ୍ଥାପନ କରାଯିବ ା ଇମେଲ୍‌ ବା ପଦୋନ୍ନତି ଅଦାଲତ ପୋର୍ଟାଲରେ ଉପଲବ୍ଧ ପ୍ରାପ୍ତି ସ୍ବୀକାରର ଗୋଟିଏ ଫଟୋକପି ଆଣିବାକୁ ସମ୍ପୃକ୍ତ ଆବେଦନକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ପଦୋନ୍ନତି ଅଦାଲତ ଅନୁଷ୍ଠିତ ହେଉଥିବା ସ୍ଥାନଗୁଡ଼ିକୁ କେବଳ ଆବେଦନକାରୀ ପ୍ରବେଶ କରିପାରିବେ। ପଦୋନ୍ନତି ଅଦାଲତଗୁଡ଼ିକର ବିସ୍ତୃତ କାର୍ଯ୍ୟସୂଚୀ ସାଧାରଣ ପ୍ରଶାସନ ଓ ପେନ୍‌ସନ ଅଭିଯୋଗ ବିଭାଗର ୱେବ୍‌ସାଇଟ୍‌ରୁ ମିଳିପାରିବ। ପଦୋନ୍ନତି ଅଦାଲତ ପରିଚାଳନା ଦାୟିତ୍ୱ ବିଭିନ୍ନ ଅଧିକାରୀଙ୍କୁ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଫେବୃୟାରୀ ୧ ସକାଳ ୧୦ଟାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଅପରାହ୍ନ ୩ଟାରେ ଯୋଜନା ଓ ସଂଯୋଜନ ବିଭାଗ, ଫେବୃୟାରୀ ୨ ସକାଳ ୧୦ଟାରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଅପରାହ୍ନ ୩ଟାରେ ଇସ୍ପାତ ଓ ଖଣି ବିଭାଗ, ଫେବୃୟାରୀ ୩ ତାରିଖ ସକାଳ ୧୦ଟାରେ ଜଙ୍ଗଲ ଓ ପରିବେଶ ବିଭାଗର ଆବେଦନଗୁଡ଼ିକର ବିଚାର କରାଯିବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ା ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଫେବୃୟାରୀ ୧ ସକାଳ ୧୦ଟାରେ ଉଚ୍ଚଶିକ୍ଷା ବିଭାଗ, ଅପରାହ୍ନ ୩ଟାରେ ବିଜ୍ଞାନ ଓ ବୈଷୟିକ ବିଭାଗ, ଫେବୃୟାରୀ ୨ ସକାଳ ୧୦ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ୩ଟାରେ ସାଧାରଣ ଉଦ୍ୟୋଗ ବିଭାଗ, ଫେବୃୟାରୀ ୩ ତାରିଖ ସକାଳ ୧୦ଟାରେ କ୍ରୀଡ଼ା ଓ ଯୁବସେବା ବିଭାଗ, ଅପରାହ୍ନ ୩ ଘଟିକାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗରୁ ମିଳିଥିବା ଆବେଦନଗୁଡ଼ିକୁ ବିଚାର କରାଯିବ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ କିଶୋର ସୁନ୍ଦରରାୟଙ୍କ ଅଦାଲତରେ ଉକ୍ତ ବିଭାଗଗୁଡିକର ବିଚାର ହେବ ା
ସେହିପରି ଗୋପବନ୍ଧୁ ଏକାଡେମୀର ନୂତନ ସମ୍ମିଳନୀ କକ୍ଷରେ ଫେବୃୟାରୀ ୧ ସକାଳ ୧୦ଟାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଅପରାହ୍ନ ୩ଟାରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ଫେବୃୟାରୀ ୨ ସକାଳ ୧୦ଟାରେ ଅବକାରୀ ବିଭାଗ, ଅପରାହ୍ନ ୩ଟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ, ଫେବୃୟାରୀ ୩ ସକାଳ ୧୦ଟାରେ ସମବାୟ ବିଭାଗର ଆବେଦନଗୁଡ଼ିକର ବିଚାର ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। କଳିଙ୍ଗ ଷ୍ଟାଡିୟମ୍‌ର ସମ୍ମିଳନୀ କକ୍ଷରେ ଫେବୃୟାରୀ ୧ ସକାଳ ୧୦ଟାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ, ଅପରାହ୍ନ ୩ଟାରେ ବାଣିଜ୍ୟ ଓ ପରିବହନ ବିଭାଗ, ଫେବୃୟାରୀ ୨ ସକାଳ ୧୦ଟାରେ ଜଳସମ୍ପଦ ବିଭାଗ, ଅପରାହ୍ନ ୩ଟାରେ ପୂର୍ତ୍ତ ବିଭାଗ, ଫେବୃୟାରୀ ୩ ତାରିଖ ସକାଳ ୧୦ଟାରେ ବାଣିଜ୍ୟ ଓ ପରିବହନ ବିଭାଗ, ଅପରାହ୍ନ ୩ଟାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ଆବେଦନକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ବିଚାର କରିବେ ା
ଇଡ୍‌କୋ ଭବନର ୫ମ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ଫେବୃୟାରୀ ୧ ସକାଳ ୧୦ଟାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଅପରାହ୍ନ ୩ଟାରେ ଅର୍ଥ ବିଭାଗ, ଫେବୃୟାରୀ ୨ ସକାଳ ୧୦ଟାରେ ଶକ୍ତି ବିଭାଗ, ଅପରାହ୍ନ ୩ଟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଫେବୃୟାରୀ ୩ ସକାଳ ୧୦ଟାରେ ପର୍ଯ୍ୟଟନ ବିଭାଗ, ଅପରାହ୍ନ ୩ଟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆବେଦନଗୁଡ଼ିକୁ ବିଚାର ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି।
କୃଷି ଭବନରେ ଫେବୃୟାରୀ ୧ ସକାଳ ୧୦ଟାରେ କୃଷି ବିଭାଗ, ଅପରାହ୍ନ ୩ଟାରେ ସଂସଦୀୟ ବ୍ୟାପାର ବିଭାଗ, ଫେବୃୟାରୀ ୨ ତାରିଖ ସକାଳ ୧୦ଟାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅପରାହ୍ନ ୩ଟାରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ଫେବୃୟାରୀ ୩ ସକାଳ ୧୦ଟାରେ ଗୃହ ବିଭାଗ, ଅପରାହ୍ନ ୩ଟାରେ ସାଧାରଣ ଅଭିଯୋଗ ବିଭାଗର ଆବେଦନଗୁଡ଼ିକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଚାର କରିବେ ା
ୟୁନିଟ୍‌ ୮ ସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ(ଏସ୍‌ଆଇଆର୍‌ଡି)ର ସମ୍ମିଳନୀ କକ୍ଷରେ ଫେବୃୟାରୀ ୧ ସକାଳ ୧୦ଟାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଅପରାହ୍ନ ୩ଟାରେ ଆଇନ ବିଭାଗ, ଫେବୃୟାରୀ ୨ ସକାଳ ୧୦ଟାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଅପରାହ୍ନ ୩ଟାରେ ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ବିଭାଗ, ଫେବୃୟାରୀ ୩ ତାରିଖ ସକାଳ ୧୦ଟାରେ ଶିଳ୍ପ ବିଭାଗ, ଅପରାହ୍ନ ୩ଟାରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ଆବେଦନପତ୍ରଗୁଡ଼ିକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଦାଲତରେ ଉପସ୍ଥାପନ କରାଯିବ ା ଆବଶ୍ୟକ ସ୍ଥଳେ ସମୟ ନିର୍ଘଣ୍ଟକୁ ବୃଦ୍ଧି କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri