ନିଯୁକ୍ତି ପ୍ରତିଶ୍ରୁତି ମୂଲ୍ୟହୀନ

ଯାଜପୁର ଅଫିସ,୨ା୬: ଯାଜପୁର ଜିଲା କର୍ମ ନିୟୋଜନ ସଂସ୍ଥା ଥାଇ ବି ମୂଲ୍ୟହୀନ। ବିଗତ ବର୍ଷଗୁଡ଼ିକରେ ପଞ୍ଜିକୃତ ଶିକ୍ଷିତ ଯୁବତୀଯୁବକଙ୍କୁ ଏହି ସଂସ୍ଥା ମାଧ୍ୟମରେ ନିଯୁକ୍ତି ନ ମିଳିବା ଏହି ଅଭିଯୋଗକୁ ସ୍ପଷ୍ଟ କରିଛି। ଜିଲା କର୍ମ ନିୟୋଜନ ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୧ରୁ ୨୦୨୩ ଏପ୍ରିଲ ପର୍ଯ୍ୟନ୍ତ ସମୁଦାୟ ୧୮,୫୫୩ ଜଣ ପଞ୍ଜିକୃତ କରିଛନ୍ତି। ହେଲେ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ଏଥିରୁ ଜଣଙ୍କୁ ବି ନିଯୁକ୍ତି ମିଳିନାହିଁ। ଏହା ଲଜ୍ଜାକର ଏବଂ ବିଡମ୍ବନା ଛଡା ଅନ୍ୟ କିଛି ନୁହେଁ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ଯାଜପୁରର ଶିକ୍ଷିତ ଯୁବତୀଯୁବକମାନେ ନିଯୁକ୍ତି ପଛରେ ଧାଇଁବେ ନାହିଁ, ବରଂ ସେମାନେ ନିଯୁକ୍ତି ଦେବେ ବୋଲି ବିଭିନ୍ନ ସଭାସମିତିରେ ସ୍ଥାନୀୟ ଲୋକ ପ୍ରତିନିଧି ବଡ଼ବଡ଼ ପ୍ରତିଶ୍ରୁତି ଦେଉଛନ୍ତି। ଅଥଚ ବାହାର ରାଜ୍ୟର ଅଧିକାଂଶ ଠିକାସଂସ୍ଥାଗୁଡିକୁ ଏଠାରେ ନିଯୁକ୍ତି ଦେବାରେ ଲୋକ ପ୍ରତିନିଧିମାନେ ପରୋକ୍ଷରେ ସହଯୋଗ କରି ଓଡିଆ କର୍ମଚାରୀ ଓ ଶ୍ରମିକଙ୍କୁ ଶୋଷଣ କରାଯାଉଛି ବୋଲି ମତପ୍ରକାଶ ପାଇଛି। ଇତିମଧ୍ୟରେ ଖଡଗପୁରରେ ନିଯୁକ୍ତି ପ୍ରକ୍ରିୟାରେ ଓଡ଼ିଆ ଆଶାୟୀଙ୍କୁ ମାଡ ମାରି ତଡି ଦେବା ଘଟଣା ସହ ସ୍ଥାନୀୟ ନିଯୁକ୍ତିରେ ଅଣଦେଖାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।
ଜିଲାରେ ଗୋଟିଏ ପରେ ଗୋଟିଏ ଶିଳ୍ପ କାରଖାନା ଗଢି ଉଠିବାରେ ଲାଗିଛି। ଇତିମଧ୍ୟରେ ନୂଆ କେତେକ ସିମେଣ୍ଟ କାରଖାନା ଏବଂ ଅନ୍ୟାନ୍ୟ ଛୋଟବଡ ଶିଳ୍ପ ପ୍ରତିଷ୍ଠା ହେଉଛି। ଏସବୁ ଶିଳ୍ପ ସଂସ୍ଥା କିନ୍ତୁ ସ୍ଥାନୀୟ ନିଯୁକ୍ତିକୁ ଜାଣିଶୁଣି ଉପେକ୍ଷା କରି ଚାଲିଛନ୍ତି । ଯେଉଁ କେତେଜଣ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା କୁହାଯାଉଛି ତାହା ସଂପୂର୍ଣ୍ଣ ଅସ୍ଥାୟୀ ଓ ଠିକା ନିଯୁକ୍ତି, ଦିନ ମଜୁରିଆ କହିଲେ ଅତ୍ୟୁକ୍ତି ନୁହେଁ । ସ୍ଥାନୀୟ କର୍ମଚାରୀ ଓ ଶ୍ରମିକମାନଙ୍କୁ ନିୟନ୍ତ୍ରଣ କରିବାର କ୍ଷମତା କେବଳ ଅଧିକାଂଶ ଅଣଓଡିଆଙ୍କ ହାତରେ ରହିଛି। କେତେକ ଶିଳ୍ପ ସଂସ୍ଥା ନିଜର ଠିକାସଂସ୍ଥା ଖୋଳି ନିଯୁକ୍ତି ଦେବା ନାମରେ ଶୋଷଣ କରି ଚାଲିଛନ୍ତି। ଉଚ୍ଚ ଶିକ୍ଷିତ ଏବଂ ବୈଷୟିକ ଜ୍ଞାନ କୌଶଳରେ ପାରିଦର୍ଶିତା ଥିବା ଓଡିଆ କର୍ମଚାରୀମାନଙ୍କୁ କମ ଦରମା ଦେଇ ଖରାରେ ଖଟାଉଥିବାବେଳେ ସେହି ଦକ୍ଷତା ଓ ଶିକ୍ଷାଗତ ଯୋଗ୍ୟତା ଥିବା ଅଣଓଡିଆଙ୍କୁ ଶୀତତାପ ନିୟନ୍ତ୍ରଣ କୋଠରୀରେ ନିଯୁକ୍ତି ଦିଆଯାଉଛି ବୋଲି ଅଭିଯୋଗ ହେଉଛି। ସ୍ଥାୟୀ ନିଯୁକ୍ତି ପାଇଁ ଜିଲା କର୍ମ ନିୟୋଜନ ସଂସ୍ଥା ମାଧ୍ୟମରେ କମ୍ପଲସରି ନୋଟିଫିକେଶନ ଅଫ ଭେକେନ୍ସି ଆକ୍ଟ ୧୯୫୯ ଅନୁଯାୟୀ ଖାଲି ପଦବୀରେ ନିଯୁକ୍ତି ବ୍ୟବସ୍ଥାକୁ ଉଦ୍ଦେଶ୍ୟମୂଳକ ଭାବେ ଶିଳ୍ପ ସଂସ୍ଥାଗୁଡିକ ଉଲ୍ଲଂଘନ କରି ଚାଲିଛନ୍ତି । ଏଥିରୁ ସ୍ପଷ୍ଟ ଯେ, ଆଇନ କାନୁନ ଓ ନୀତି, ନିୟମ ପ୍ରତି ମଧ୍ୟ ଶିଳ୍ପସଂସ୍ଥାଙ୍କ ବେଖାତିର ମନୋଭାବ ରହି ଆସିଛି । ତଥାପି ଶିକ୍ଷିତ ଯୁବତୀଯୁବକ କର୍ମ ନିୟୋଜନ ସଂସ୍ଥାରେ ପଞ୍ଜିକୃତ କରି ନିଯୁକ୍ତି ଆଶା ଛାଡୁ ନାହାନ୍ତି। ୨୦୨୧ରେ ପୁରୁଷ ୨୯୭୬ ଓ ମହିଳା ୧୩୮୧, ୨୦୨୨ରେ ପୁରୁଷ ୩୩୦୧ ଓ ମହିଳା ୧୨୮୬ ଏବଂ ୨୦୨୩ ଏପ୍ରିଲ ପର୍ଯ୍ୟନ୍ତ ପୁରୁଷ ୫୬୩୧ ଓ ମହିଳା ୩୯୭୮ ଜଣ ପଞ୍ଜିକୃତ କରିଛନ୍ତି। ଅନ୍ୟପକ୍ଷେ ଗତ ୨ ଆର୍ଥିକ ବର୍ଷରେ ପୃଥକ ଭାବେ ୬ ଦିନ କ୍ଷୁଦ୍ର ନିଯୁକ୍ତି ମେଳାର ଆୟୋଜନ ହୋଇଛି। ହେଲେ ଏହି ନିଯୁକ୍ତିମେଳାଗୁଡିକରେ କଳିଙ୍ଗନଗର ଶିଳ୍ପାଞ୍ଚଳର ବୃହତ୍‌ କାରଖାନାଗୁଡିକ ଭାଗ ନେଇ ନାହାନ୍ତି। ଏଭଳି ପ୍ରସଙ୍ଗ ଜିଲାରେ ସର୍ବୋଚ୍ଚ ସ୍ତରରେ ପ୍ରତିନିଧିତ୍ୱ କରୁଥିବା ଜନ ପ୍ରତିନିଧିଙ୍କ ଦୃଷ୍ଟିକୁ ଆସୁନାହିଁ । ବିଧାନସଭା ଓ ସଂସଦରେ ଏଭଳି ଜନ ସମସ୍ୟାକୁ ଉପସ୍ଥାପନ କରି ଜିଲାର ବେକାର ଯୁବତୀ ଯୁବକଙ୍କ ମଙ୍ଗଳ ପାଇଁ ଚିନ୍ତା କରିବା ସମୟ ନାହିଁ । ତଥାପି ଲୋକଙ୍କ ଦରଦି ହେବାର ଅଭିନୟ କରି ଶସ୍ତା ରାଜନୀତିରେ ବ୍ୟସ୍ତ ନେତାଏ ପ୍ରସଙ୍ଗକୁ ଅପ୍ରସଙ୍ଗ ଏବଂ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାରେ ମାତିଛନ୍ତି । ଲୋକଙ୍କ ଆଶା ଅନୁରୂପ ଜନସମସ୍ୟାର ପ୍ରକୃତ ଉପସ୍ଥାପନ ନ ହେବାରୁ ଲୋକ ମଧ୍ୟ ନିରାଶ ହେବାରେ ଲାଗିଛନ୍ତି ।
ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ସ୍ଥାନୀୟ ନିଯୁକ୍ତିକୁ ପ୍ରାଧାନ୍ୟ ଦେବାକୁ ଶିଳ୍ପ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ପରାମର୍ଶ ଦିଆଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri