Categories: ଜାତୀୟ

ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଖୁବ୍‌ଶୀଘ୍ର ହେବ ପୂରଣ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୮।୧୨: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଏହି ନିର୍ଣ୍ଣାୟକ ବିଜୟ ପାଇଁ ହିମାଚଳ ପ୍ରଦେଶର ଲୋକଙ୍କୁ ଧନ୍ୟବାଦ। ସମସ୍ତ କଂଗ୍ରେସ କର୍ମୀ ଓ ନେତାମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ତୁମର କଠିନ ପରିଶ୍ରମ ଏବଂ ନିଷ୍ଠା ଏହି ବିଜୟ ଆଣିଦେଇଛି। ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତ୍ୟେକ ପ୍ରତିଶ୍ରୁତି ଶୀଘ୍ର ପୂରଣ ହେବ।
ହିମାଚଳ ପ୍ରଦେଶରେ ପ୍ରଥା ବଜାୟ ରହିଛି। ପାଞ୍ଚ ବର୍ଷ ପରେ କଂଗ୍ରେସ କ୍ଷମତାକୁ ଫେରିଛି। ଦଳ ମୋଟ ୬୮ଟି ଆସନ ମଧ୍ୟରୁ ୩୨ଟି ଜିତିଛି ଏବଂ ୭ଟିରେ ଆଗୁଆ ରହିଛି। ଭାଜପା ୧୭ଟି ଆସନ ଜିତିଛି ଏବଂ ୯ରେ ଆଗରେ ରହିଛି। ଭାଜପାର ପରାଜୟ ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ନିଜ ପଦରୁ ଇସ୍ତଫା ଦେଇଛନ୍ତି।

Share