ପ୍ରତିଶ୍ରୁତି ମିଳିଲା, ଆନ୍ଦୋଳନ ହଟିଲା: ବିକ୍ରି ଅପେକ୍ଷାରେ ରହିଥିବା ଚାଷୀ

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ):ରବି ଚାଷକାର୍ଯ୍ୟ ସମୟ ଗଡ଼ି ଚାଲିଛି। କିଛି ଚାଷୀ ତଳିପକା କାର୍ଯ୍ୟ ସାରିଥିବାବେଳେ ଆଉ କିଛି ବିଲରେ ଧାନପହ୍ଲା ରୋଇ ସାରିଛନ୍ତି। ମାତ୍ର ଜିଲାରେ ଏବେ ମଧ୍ୟ ଅନେକ ଚାଷୀ ଗତ ଖରିଫ ଧାନକୁ ଏପର୍ଯ୍ୟନ୍ତ ବିକ୍ରି କରି ପାରିନାହାନ୍ତି। ବିଭିନ୍ନ ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ବିକ୍ରି ଅପେକ୍ଷାରେ ରହିଛି। କିଛି ଚାଷୀ ଟୋକନ ସମସ୍ୟା ଯୋଗୁ ସେମାନଙ୍କ ଅମଳ ଧାନ ମଣ୍ଡିକୁ ଆଣି ପାରୁନାହାନ୍ତି। ବରଗଡ଼ ଜିଲାରେ ଏଥର ଖରିଫ୍‌ ଧାନ କିଣାବିକାରେ ଜିଲାର ଚାଷୀମାନଙ୍କୁ ଏଭଳି ସମସ୍ୟାରେ ଛନ୍ଦି ହେବାକୁ ପଡ଼ିଛି ଏବଂ ଏହାକୁ ନେଇ ଅସନ୍ତୋଷ ଲାଗି ରହିଛି। ଏହି କ୍ରମରେ ଗତ ୧୦ତାରିଖରୁ ଜିଲାର ଅମ୍ବାଭୋନା ବ୍ଲକ ବାରପାହାଡ଼ କୃଷକ ସଙ୍ଗଠନ ଏବଂ ଲାଲ୍‌ ବାହାଦୁର ଶାସ୍ତ୍ରୀ କୃଷକ ସଙ୍ଗଠନ ନେତୃତ୍ୱରେ ଧାନବିକ୍ରିରୁ ବଞ୍ଚତ୍ତ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନେ ସ୍ଥାନୀୟ ବିଡ଼ିଓଙ୍କ କାର୍ଯ୍ୟାଳୟ ଆଗରେ ଧାନଗଦା କରି ଧାନବିକ୍ରି ଅବ୍ୟବସ୍ଥାର ପ୍ରତିବାଦ କରିଥିଲେ। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଅମ୍ବାଭୋନା ବ୍ଲକରେ ଏପର୍ଯ୍ୟନ୍ତ କେବଳ ୬୦ପ୍ରତିଶତ ଧାନ ବିକ୍ରି ହୋଇଛି। ଉକ୍ତ ବ୍ଲକର ବରା ମଣ୍ଡିରେ ସର୍ବାଧିକ ୧୧ହଜାର ପ୍ୟାକେଟ୍‌ ଧାନ ବିକ୍ରି ଅପେକ୍ଷାରେ ପଡ଼ି ରହିଛି। ଉକ୍ତ ବ୍ଲକରେ ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ୧୪୪ଜଣ ଚାଷୀଙ୍କ ମଧ୍ୟରୁ କେବଳ ୩୦ଜଣଙ୍କ ଟୋକନ ଆସିଛି। ଆହୁରି ୧୧୪ଜଣ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିପାରିନାହିଁ।
ଏଭଳି ଅଭିଯୋଗ କରି ଚାଷୀମାନେ ବିଡ଼ିଓଙ୍କ କାର୍ଯ୍ୟାଳୟ ଆଗରେ ଧାନ ଗଦା କରି ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଆନ୍ଦୋଳନର ଶୁକ୍ରବାର ଚତୁର୍ଥ ଦିବସରେ ଅତିରିକ୍ତ ଯୋଗାଣ ଅଧିକାରୀ(ଏସିଏସ୍‌ଓ) ବ୍ୟୋମକେଶ ମାଝି, ସମବାୟ ଉପନିବନ୍ଧକ (ଡିଆର୍‌ସିଏସ୍‌) ଯୁଗଳ କିଶୋର ଦାଶ, ତହସିଲଦାର ରଘୁନାଥ ପାଣିଗ୍ରାହୀ ସେଠାକୁ ଯାଇ ଚାଷୀ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ। ଆନ୍ଦୋଳନସ୍ଥଳରେ ଗଦା ହୋଇଥିବା ପ୍ରାୟ ୭୦୦ ପ୍ୟାକେଟ୍‌ ଧାନକୁ ସମ୍ପୃକ୍ତ ଅଧିକାରୀମାନେ ନିଜ ହେପାଜତକୁ ନେଇ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ରଖିଥିଲେ ଏବଂ ତାହା ଯେଭଳି ତ୍ୱରିତ ବିକ୍ରି ହୋଇପାରିବ ସେ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରି ଟୋକନ ସମସ୍ୟାର ତୁରନ୍ତ ସମାଧାନ କରାଯିବ ଏବଂ ବିକ୍ରି ଅପେକ୍ଷାରେ ରହିଥିବା ଚାଷୀଙ୍କ ସମସ୍ତ ଧାନ କିଣାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନ ହଟିଥିଲା। ଆଲୋଚନା ସମୟରେ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ସମେତ ବାରପାହାଡ଼ କୃଷକ ସଙ୍ଗଠନ ଏବଂ ଲାଲ ବାହାଦୁର କୃଷକ ସଙ୍ଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ତେବେ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ମୁତାବକ ଧାନ ଉଠାଣ କରା ନ ଗଲେ ଚାଷୀମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri