ପ୍ରକଳ୍ପ ଅଛି, କାର୍ଯ୍ୟରେ ଲାଗୁନି

ନବରଙ୍ଗପୁର,୨୯।୫(ବି.ପ୍ର.): ସରକାରଙ୍କ ମୁଖ୍ୟ ମୌଳିକ ସୁବିଧା ସୁଯୋଗ ବ୍ୟବସ୍ଥା ଭିତରେ ପାନୀୟ ଜଳ ଯୋଗାଣ ରହିଛି। ତେବେ ନବରଙ୍ଗପୁର ଜିଲା ସଦର ମହକୁମ୍ମାରୁ ମାତ୍ର ୮ କିମି ଦୂରରେ ଥିବା ସାନ ମସିଗାଁ ପଞ୍ଚାୟତ ସଦରରେ ପାଇପ ଯୋଗେ ପାନୀୟ ଜଳ ବ୍ୟବସ୍ଥା ସ୍ବପ୍ନ ପାଲଟିଛି। ପାନୀୟ ଜଳ ଯୋଗାଣ ପାଇଁ ଟାଙ୍କି ନିର୍ମାଣ ହୋଇ ପାଇପ ବିଛା ଯାଇଛି। ତେବେ ଜନ ସାଧାରଣ ଟୋପାଏ ପାଣି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଅଭିଯୋଗ ହେଉଛି ତଥାପି ବିଭାଗ ଏହାର ସମାଧାନ କରିବା ପରିବର୍ତ୍ତେ ରକ୍ଷଣାବେକ୍ଷଣ ଓ ଟାଙ୍କିକୁ ରଙ୍ଗ ଦେଇ ହାତ ଚିକ୍କଣ କରି ବସିଛି। ଏପଟେ ପାଣିପାଇଁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି।
ନବରଙ୍ଗପୁର ବ୍ଲକ ସାନ ମସିଗାଁ ପଞ୍ଚାୟତ ସଦର ମହକକୁମା ୪ଟି ୱାର୍ଡରେ ବିଭକ୍ତ ହୋଇଛି। ଜନସଂଖ୍ୟା ୫ ହଜାରରୁ ଉର୍ଦ୍ଧ ହେବ। ମାଝି ସାହି, ଉପରସାହି, ଆଦିବାସୀ ସାହି, ଚାଲାଣ ସାହି, ଗୌଡ଼ ସାହି, ତନ୍ତି ସାହି , ଇନ୍ଦ୍ରା କଲୋନୀ ପ୍ରମୁଖ ସାହି ରହିଛି। ୫ ହଜାର ଲୋକଙ୍କ ପାଇଁ ଗାଁରେ ରହିଛି ମାତ୍ର ୯ ଗୋଟି ନଳକୂପ। ସେଥି ମଧ୍ୟରୁ ୨ ଟି ନଳକୂପ ଅଚଳ ଅବସ୍ଥାରେ ରହିଛି। ଗାଁରେ ପାଇପ ପାଣି ଯୋଗାଇବା ପାଇଁ ଆଂଶିକ ଭାବେ ପାଇପ ବିଛା ଯାଇଛି। ତାହା ମଧ୍ୟ ଅତି ନିମ୍ନମାନର। ଅଧାଅଧିକ ପାଇପ ଫାଟି ଗଲାଣି। ଦୁଇଟି ପିଣ୍ଡି କରାଯାଇଛି। ପିଣ୍ଡିକୁ ମଧ୍ୟ ପାଣି ଆସୁନାହିଁ। ଗାଁ ଉପର ମୁଣ୍ଡରେ ବସୁନ୍ଧରା ଯୋଜନାରେ ପାଣି ମଟର ଓ ଟାଙ୍କି କରାଯାଇଛି। ପାଣି ଟାଙ୍କି ହୋଇ ୧୫ ବର୍ଷ ହେଲାଣି। ଟାଙ୍କିରୁ ଟୋପାଏ ପାଣି ଗାଁ ଲୋକେ ପାଇଲେ ନାହିଁ। ଟାଙ୍କି ଉପରେ ବଡ଼ବଡ଼ ଅକ୍ଷରରେ ଲେଖା ଯାଇଛି ପ୍ରତେକ ଘରକୁ ପାଣି। ଗାଁରେ ପାଇପ ପାଣି ଆସୁ ନ ଥିବା ବେଳେ ପ୍ରତେକ ଘରକୁ ପାନୀୟ ଜଳ ବ୍ୟବସ୍ଥା କଥା ସ୍ବପ୍ନ ହୋଇ ରହିଯାଇଛି। ଗାଁରେ ମାତ୍ର ୮ଟି ସଚଳ ନଳକୂପ ରହିଛି। ଜନସଂଖ୍ୟା ଦୃଷ୍ଟିରୁ ପାଣି ପାଇଁ ଗାଁରେ ବିଭିନ୍ନ ସମୟରେ ଲୋକେ ପାଟିତୁଣ୍ଡ ହେଉଛନ୍ତି। ଗୃହପାଳିତ ପ୍ରାଣୀଙ୍କ ପାଇଁ ପାଣିର ମଧ୍ୟ ଘୋର ଅଭାବ । ଗାଁ ନିକଟରେ ୨ଟି ପୋଖରୀ ରହିଛି। ଗୋଟିଏ ପୋଖରୀରେ ପାଣି ରହୁଥିବାରୁ ଗାଁ ଲୋକେ ଗାଧୋଇବା, ଶୌଚ ଓ ଗୃହପାଳିତ ଗାଈ, ଛେଳି ମେଣ୍ଢା ପାଇଁ ବ୍ୟବହାର କରୁଛନ୍ତି। ଗାଁରେ ସ୍ବଚ୍ଛ ଭାରତ ମିଶନ ନାଁରେ ପାଇଖାନା ନାହିଁ। କିନ୍ତୁ ବାହ୍ୟ ମଳ ମୁକ୍ତ ଗାଁ ଭାବେ ପ୍ରଶାସନ ପ୍ରଚାର କରୁଛି। ଏନେଇ ସରପଞ୍ଚ ପୁଷ୍ପଳତା ମାଝିଙ୍କୁ ପଚାରିବାରୁ ପାନୀୟ ଜଳ ସମସ୍ୟା ନେଇ ଜିଲାପାଳ, ସମିତି ବୈଠକ, ଓ ଜିଲା ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗକୁ ଅନେକ ଥର ଚିଠି କରି ଜଣାଇବା ସହ ଅଭିଯୋଗ ମଧ୍ୟ କରାଯାଇଛି। ୨୦ ବର୍ଷ ହେବ ପାଣି ସମସ୍ୟା ଗାଁର ସମାଧାନ ହେଉନାହିଁ। ପଞ୍ଚାୟତକୁ ଆସିଥିବା ଅନୁଦାନ ୫-ଟି ବିଦ୍ୟାଳୟ ପାଇଁ ନେଇଗଲେ। ଉକ୍ତ ଅନୁଦାନ ଥିଲେ ଜନସାଧାରଣଙ୍କ ମୌଳିକ ସୁବିଧା ପାଇଁ ଖର୍ଚ୍ଚ ହୋଇପାରନ୍ତା। କିଛି ନଳକୂପ ଖନନ ହୋଇପାରନ୍ତା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri