ସାଧାରଣଙ୍କୁ ବାରଣ, ମଦ୍ୟପଙ୍କୁ ଶରଣ

ଅନୁଗୋଳ ଅଫିସ, ୯।୧୧- କରୋନା ପାଇଁ କଟକଣା ମଧ୍ୟରେ ରହିଛି ଅନୁଗୋଳ ସହର। କେବଳ ହାଟ, ବଜାରକୁ ଛାଡ଼ିଦେଲେ ମନ୍ଦିର, ମଞ୍ଚ, ସିନେମାହଲ୍‌ ଆଦିକୁ ଏବେ ବି ବନ୍ଦ ରଖାଯାଇଛି। ଏପରି କି ଆମୋଦପ୍ରମୋଦ ପାଇଁ ଥିବା ପାର୍କଗୁଡ଼ିକରେ ମଧ୍ୟ ତାଲା ପକାଇ ଦିଆଯାଇଛି। କିନ୍ତୁ ଇକୋ ପାର୍କରେ ଅସାମାଜିକ, ମଦ୍ୟପମାନେ ନିୟମିତ ଭୋଜିଭାତ କରିବା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ପାର୍କ ଯିବାକୁ ସହରବାସୀଙ୍କୁ ବାରଣ କରାଯାଇଥିବା ବେଳେ ନିଶାଡ଼ିମାନଙ୍କୁ କିପରି ସେଠାରେ ଶରଣ ଦିଆଯାଉଛି, ତାହା ବରିଷ୍ଠ ନାଗରିକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରଶାସନର ଡ୍ରିମ୍‌ ପ୍ରୋଜେକ୍ଟ ହେଉଛି ଇକୋ ପାର୍କ। ଏହା ମଧ୍ୟରେ ବାୟାମ, ବୋଟିଂଠାରୁ ଆରମ୍ଭ କରି ମନୋରଞ୍ଜନ ପାଇଁ ବିଭିନ୍ନ ସୁବିଧା ରହିଛି। ଜିଲା ବାହାର ଲୋକଙ୍କୁ ଆକର୍ଷିତ କରିବା ଭଳି ଏହାର ନିର୍ମାଣ କରାଯାଇଛି। କିନ୍ତୁ କରୋନା ସଂକ୍ରମଣ ପରଠାରୁ ପାର୍କକୁ ବନ୍ଦ ରଖାଯାଇଛି। ପ୍ରାତଃ ଭ୍ରମଣ ପାଇଁ ଏହାକୁ କିଛି ସମୟ ଖୋଲିବାକୁ ସହରବାସୀଙ୍କ ଅନୁରୋଧକୁ ମଧ୍ୟ ପ୍ରଶାସନ ପ୍ରତ୍ୟାଖ୍ୟାନ କରିଆସିଛି। ପରିସ୍ଥିତି ସୁଧୁରିବା ପରେ ଏହା ଖୋଲାଯିବ ବୋଲି କୁହାଯାଇଛି। ହେଲେ ଇକୋ ପାର୍କ ମଧ୍ୟରେ ଅସାମାଜିକଙ୍କ ନିୟମିତ ଆସର ଜମୁଥିବା ଏବେ ଅନେକେଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି, ଦୈନିକ ସଞ୍ଜ ନଇଁଲେ କେତେଜଣ ଲୋକ ହାତରେ ମଦ ବୋତଲ ଓ କଳା ପଲିଥିନରେ ଥିବା ମାଛ, ମାଂସ ଧରି ଭିତରକୁ ଯାଉଛନ୍ତି। ସେଠାରେ ରୋଷେଇ କରି ଖାଇପିଇ ବିଳମ୍ବିତ ରାତିରେ ଫେରୁଛନ୍ତି। ପାର୍କ ଭିତରେ ମଧ୍ୟ ଏହାର ପ୍ରମାଣ ଦେଖିବାକୁ ମିଳୁଛି। କ୍ୟାଣ୍ଟିନ୍‌ରେ ବଡ଼ ବଡ଼ ହଣ୍ଡା ସହିତ ତେଲ, ଲୁଣ, ଚାଉଳ, ମସଲା ଆଦି ରଖାଯାଇଛି। ଭଳିକି ଭଳି ମଦ ବୋତଲ, ଖଲି ଆଦି ପାର୍କ ପିଣ୍ଡିପାର୍ଶ୍ୱରେ ଗଡ଼ୁଛି। କିନ୍ତୁ ସବୁ ଜାଣିଶୁଣି ମଧ୍ୟ ପୌର ପ୍ରଶାସନ ନୀରବ ରହିଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ତେବେ ପାର୍କ ପରିଚାଳନାର ଠିକା ନେଇଥିବା ସଂସ୍ଥା କର୍ତ୍ତୃପକ୍ଷ କହିଛନ୍ତି, ସଫେଇ କର୍ମଚାରୀଙ୍କ ପାଇଁ କ୍ୟାଣ୍ଟିନରେ ରୋଷେଇ ହେଉଛି। ତେଣୁ ସେଠାରେ ତେଲ ଓ ଲୁଣ ଆଦି ରଖାଯାଇଛି। ହେଲେ ଗଦା ହୋଇଥିବା ମଦ ବୋତଲ ନେଇ ସମ୍ପୃକ୍ତ ସଂସ୍ଥା କର୍ତ୍ତୃପକ୍ଷ କିଛି କହିନାହାନ୍ତି।

ନିଶା ଆସର ନିନ୍ଦନୀୟ
ବନ୍ଦ ହେବା ପରଠାରୁ ଇକୋ ପାର୍କର ରକ୍ଷଣାବେକ୍ଷଣ ଠିକ୍‌ଭାବେ କରାଯାଉନାହିଁ। ପାର୍କ ଖୋଲିବାକୁ ବରିଷ୍ଠ ନାଗରିକଙ୍କ ଗୁହାରିକୁ ଏଡ଼ାଇ ଦିଆଯାଇଥିବା ବେଳେ ସେଠାରେ ମଦ, ମାଂସର ଆସର ଜମିଥିବା ଅଭିଯୋଗ ଯଦି ସତ୍ୟ ହୋଇଥାଏ ତାହେଲେ ଏହା ନିନ୍ଦନୀୟ।
-ଅକ୍ଷୟ କୁମାର ସାମନ୍ତ, ପୂର୍ବତନ ନଗରପାଳ

କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ
ଜନସାଧାରଣଙ୍କ ପାଇଁ ପାର୍କ ଖୋଲାଯାଉନାହିଁ। ଏପରି କି ଯେଉଁମାନେ ବର୍ଷକ ପାଇଁ ସଦସ୍ୟ ହୋଇଛନ୍ତି ସେମାନଙ୍କୁ ମଧ୍ୟ ବାରଣ କରାଯାଇଛି। କିନ୍ତୁ ପାର୍କ ଭିତରେ ମଦ୍ୟପାନ ଚାଲିଥିବାରୁ ଦାୟିତ୍ୱରେ ଥିବା ଅଧିକାରୀମାନେ ଦାୟୀ। ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।
-ରାଧାକାନ୍ତ ମହାନ୍ତି, ବରିଷ୍ଠ ନାଗରିକ, ଅନୁଗୋଳ

ଶ୍ରମିକମାନେ ଏପରି କରିଥିବେ
ପାର୍କରେ ଶ୍ରମିକମାନେ କାମ କରୁଛନ୍ତି। ସେଠାରେ ରୋଷେଇ କରି ଖାଉଛନ୍ତି। ଶୁକ୍ରବାର ମଧ୍ୟ ମୋ ସହ ୫ ଜଣଙ୍କ ପାଇଁ ରୋଷେଇ ହୋଇଥିଲା। ସେ ଦିନ କେହି ମଦ୍ୟପାନ କରିନାହାନ୍ତି। ଯଦି କୌଣସି ଶ୍ରମିକ ଏପରି କାର୍ଯ୍ୟ କରିଥାନ୍ତି ତାଙ୍କୁ ତାଗିଦ୍‌ କରାଯିବ।
-ରଣଜିତ କୁମାର ଜେନା, ଠିକାଦାର

ଖରାପ ବାତାବରଣ ସୃଷ୍ଟି କରୁଛି
ଗେଟ୍‌ରେ ତାଲା ପଡ଼ୁଥିବାବେଳେ ପାର୍କ ଭିତରେ କିଭଳି ମଦ ମାଂସର ଆସର ଜମୁଛି ତାହାର ତଦନ୍ତ ତୁରନ୍ତ କର୍ତ୍ତୃପକ୍ଷ କରିବା ଦରକାର। ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏହି ସ୍ଥାନରେ ଏପରି ଖରାପ ବାତାବରଣ ସୃଷ୍ଟି କରାଯିବା ଆଦୌ ଉଚିତ ନୁହେଁ। ଏହାକୁ ଯଥାଶୀଘ୍ର ରୋକାଯିବା ଦରକାର।
-ସମୀର ପରିଡ଼ା, ଅନୁଗୋଳବାସୀ

ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ
ଏଭଳି ଘଟଣା ନଜରକୁ ଆସିନାହିଁ। ତଥାପି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବି। ଯଦି ସେପରି କିଛି ହେଉଥିବାର ପ୍ରମାଣ ମିଳେ ତାହେଲେ ତୁରନ୍ତ ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ଲାଇସେନ୍ସ ବାତିଲ କରିବାକୁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ।
-ବିନୋଦ ଚନ୍ଦ୍ର ପଣ୍ଡା, ପୌର ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri