ଇଣ୍ଡୋ-ୟୁଏସ୍‌ ବାଣିଜ୍ୟରେ ନୂଆ ଆଶା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାବେ ବାଇଡେନଙ୍କ ବିଜୟକୁ ଭାରତୀୟ ଶିଳ୍ପ ଜଗତ ପକ୍ଷରୁ ସ୍ବାଗତ କରାଯାଇଛି। ବାଇଡେନଙ୍କ ନେତୃତ୍ୱ ଭାରତ-ଆମେରିକା ଅର୍ଥନୈତିକ ଏବଂ ବାଣିଜ୍ୟ ସମ୍ପର୍କକୁ ଏକ ନୂଆ ଦିଗ ପ୍ରଦାନ କରିବା ନେଇ ଆଶା କରାଯାଉଛି। ତାଙ୍କ ସମୟରେ ଭାରତ ସହ ଆମେରିକା ସମ୍ପର୍କ ଆହୁରି ମଜବୁତ ହେବ ବୋଲି କୁହାଯାଉଛି। ବାଇଡେନ ପ୍ରଶାସନଠାରୁ ସମସ୍ତ ପ୍ରକାର ସହଯୋଗ ଆଶା କରାଯାଉଥିବା ଭାରତୀୟ ଶିଳ୍ପ ମହାସଂଘ (ସିଆଆଇର) ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି। କରୋନା ଯୋଗୁ ବର୍ତ୍ତମାନ ସାରା ବିଶ୍ୱ ବଜାର ପ୍ରଭାବିତ ହୋଇ ରହିଛି। ଫଳରେ ଭାରତ- ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ୧୫୦ ବିଲିୟନ ଡଲାର ସ୍ତରକୁ ଖସିଆସିଛି। ବଜାରରେ ବର୍ତ୍ତମାନ ସୁଧାର ଆସୁଥିବା ବେଳେ ଆମେରିକାରେ ଅନୁକୂଳ ନୀତି ଯୋଗୁ ଆଗାମୀ ଦିନରେ ୨ ଦେଶ ମଧ୍ୟରେ ୫୦୦ ବିଲିୟନ ଡଲାରର ବାଣିଜ୍ୟ ଲକ୍ଷ୍ୟ ଦିଗରେ ଅଗ୍ରସର ହେବାକୁ ସିଆଇଆଇ ଗୁରୁତ୍ୱାରୋପ କରିଛି। ବାଇଡେନ ଏବଂ କମଲା ହାରିସ ଭାରତ ଲାଗି ଅନୁକୂଳ ନୀତି ଆଣିବେ ବୋଲି ଆଲୋଚନା ଜୋର ଧରିଛି। ସେହିଭଳି ଦ୍ୱିପାକ୍ଷିକ କାରବାର ବଢିବା ନେଇ ମଧ୍ୟ ବିଶେଷଜ୍ଞ ଆଶାବାଦୀ ରହିଛନ୍ତି।
ଆମେରିକା-ଭାରତ ବାଣିଜ୍ୟ ପରିଷଦ(ୟୁବିଆଇସି)ପକ୍ଷରୁ କୁହାଯାଇଛି ଯେ, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟରେ ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବଢ଼ାଇବା ଦିଗରେ ବାଇଡେନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏଣୁ ବାଇଡେନ ଏବଂ କମଲା ହାରିସଙ୍କ କାର୍ଯ୍ୟ ଦ୍ୱାରା ୨ ଦେଶର ଆର୍ଥତ୍କ ସହଭାଗିତା ପୂର୍ଣ୍ଣକ୍ଷମତା ହାସଲ କରିବ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ପରିବର୍ତ୍ତନକୁ ବିଚାର କରି ଆମେରିକାବାସୀ ଭୋଟ ଦେଇଥିବା ଜେଏସ୍‌ଡବ୍ଲ୍ୟୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଟୁଇଟ ଯୋଗେ କହିଛନ୍ତି। ସେହିଭଳି ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି, ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ଆହୁରି ମଜବୁତ ହୋଇପାରିବ। ଭାରତରେ ଅବସ୍ଥାପିତ ଆମେରିକାରେ ଏକ ବାଣିଜି୍ୟକ ସମୂହ ପକ୍ଷରୁ କୁହାଯାଇଛି, ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟରେ ଏକ ନୂଆ ଅଭିବୃଦ୍ଧି ଦେଖିବାକୁ ମିଳିବ। ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ବାଇଡେନଙ୍କର କିଛି ଦଶନ୍ଧିର ଅଭିଜ୍ଞତା ରହିଛି। ଭାରତ-ଆମେରିକା ବାଣିଜି୍ୟକ ପରିଷଦର ଅଧ୍ୟକ୍ଷ ନିଶା ଦେଶାଇ ବିଶ୍ୱାଳ କହିଛନ୍ତି, ବାଇଡେନଙ୍କ ନେତୃତ୍ୱରେ ଭାରତକୁ ଆମେରିକାର ସହଯୋଗରେ ବୃଦ୍ଧି ନେଇ ଆଶା ରହିଛି। ଦୁଇ ଦେଶ ମଧ୍ୟରେ ରଣନୈତିକ, ପ୍ରତିରକ୍ଷା ଏବଂ ଆର୍ଥତ୍କ ପ୍ରସଙ୍ଗ ସମେତ ଜଳବାୟୁ, ସ୍ବାସ୍ଥ୍ୟ, ଶିକ୍ଷା, ବିଜ୍ଞାନ ଏବଂ ଔଦ୍ୟୋଗିକ କ୍ଷେତ୍ରର ବିକାଶକୁ ଧ୍ୟାନରେ ରଖାଯିବ। ବିଶ୍ୱାଳ ବାରାକ ଓବାମା ପ୍ରଶାସନରେ ଦକ୍ଷିଣ ଏବଂ ମଧ୍ୟ ଏସିଆର ଉପ ବିଦେଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କକୁ ଆଗକୁ ବଢାଇବା ଦିଗରେ ତାଙ୍କର ଅଭିଜ୍ଞତା ରହିଛି।
ଏଚ୍‌-୧ବି ଭିଜା ସୀମା ବଢ଼ିପାରେ
ଏଚ୍‌-୧ବି ଭିଜା ସମେତ ଅନ୍ୟ ଉଚ୍ଚ କୁଶଳୀ ଭିଜାର ସୀମାକୁ ବାଇଡେନ ବଢାଇବା ନେଇ ଆଶା କରାଯାଉଛି। ସେହିଭଳି ବିଭିନ୍ନ ଦେଶ ଲାଗି ରହିଥିବା ରୋଜଗାର ଆଧାରିତ ଭିଜା କୋଟାକୁ ସମାପ୍ତ କରିବା ଦିଗରେ ମଧ୍ୟ ସେ ପଦକ୍ଷେପ ନେଇପାରନ୍ତି। ଏଭଳି ପଦକ୍ଷେପ ଆସିଲେ ଭାରତୀୟମାନେ ସବୁଠାରୁ ବେଶି ଲାଭବାନ ହେବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭିଜା କଟକଣା ଯୋଗୁ ଭାରତୀୟମାନେ ବେଶି ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଏ କ୍ଷେତ୍ରରେ ବର୍ତ୍ତମାନ ନୂଆ ଆଶା ଜନ୍ମିଛି। କମଲା ହାରିସ ଆମେରିକାର ନୂଆ ଉପରାଷ୍ଟ୍ରପତି ହେବେ। ଏଚ୍‌-୧ବି ଭିଜାଧାରୀଙ୍କ ଜୀବନସାଥୀଙ୍କ ଲାଗି ଓ୍ବାର୍କ ପରମିଟ ଭିଜା ରଦ୍ଦ କରିବା ନେଇ ପୂର୍ବର ଟ୍ରମ୍ପ ପ୍ରଶାସନ ନେଇଥିବା ନିଷ୍ପତ୍ତିକୁ ମଧ୍ୟ ବାଇଡେନ ପରିବର୍ତ୍ତନ କରିପାରନ୍ତି। ଏହା ହେଲେ ଭାରତୀୟଙ୍କ ଲାଗି ଖୁସି ଖବର ଆସିବ। ଟ୍ରମ୍ପଙ୍କ ଏଭଳି ପଦକ୍ଷେପ ଯୋଗୁ ଆମେରିକାରେ ରହୁଥିବା ଭାରତୀୟ ପରିବାରଗୁଡିକ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିଭଳି ୫ ଲକ୍ଷ ଭାରତୀୟଙ୍କୁ ଆମେରିକାରେ ନାଗରିକତ୍ୱ ପ୍ରଦାନ ଏବଂ ଗ୍ରୀନ କାର୍ଡ କୋଟା ଉଚ୍ଛେଦ ହୋଇପାରେ।
ଆଗାମୀ ଦିନରେ ଭାରତ-ଆମେରିକା ବାଣିଜି୍ୟକ ସମ୍ପର୍କ ଆହୁରି ଦୃଢ ହେବା ନେଇ ଆସୋସିଏଟେଡ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ(ଆସୋଚାମ) ପକ୍ଷରୁ ମତ ପ୍ରକାଶ ପାଇଛି। ବାଇଡେନ ଏବଂ ହାରିସଙ୍କ ନେତୃତ୍ୱରେ ଦୁଇ ଦେଶ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଲାଗି ମିଳିତ ହୋଇ କାମ କରିବେ ବୋଲି ଆସୋଚାମ ମହାସଚିବ
ଦୀପକ ସୁଦ କହିଛନ୍ତି। କରୋନା ମହାମାରୀ ବିରୋଧରେ ଲଢ଼ିବା ଲାଗି ମୋଦି-ବାଇଡେନ ମିଳିତ ହୋଇ କାମ କରିବେ ବୋଲି ସୁଦ ଆଶାବାଦୀ ରହିଛନ୍ତି। ୨ ଦେଶ ଭ୍ୟାକସିନ ବିକାଶ ତଥା ଅନ୍ୟ କାମ କ୍ଷେତ୍ରରେ କାମ କରିବାକୁ ଶିଳ୍ପସଂଘ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri