ଫଟୋ ସହ ଦୈନିକ ରିପୋର୍ଟ ଦେବାକୁ ତାଗିଦ

ଭୁବନେଶ୍ୱର, ୨୩।୯(ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଡେଙ୍ଗୁ ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ। ଗତ କିଛିବର୍ଷ ହେବ ଡେଙ୍ଗୁ ପାଇଁ ଭୁବନେଶ୍ୱର ହଟ୍‌ସ୍ପଟ୍‌ ପାଲଟିଥିବାବେଳେ ଚଳିତ ବର୍ଷ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି। ଆକ୍ରାନ୍ତଙ୍କ ସଂଖ୍ୟାରେ ରୋକ୍‌ ଲଗାଇ ପାରୁ ନ ଥିବା ବିଏମ୍‌ସି ଅଧିକାରୀ ପ୍ରକୃତ ସମସ୍ୟାର ସମାଧାନ ନ କରି ଘନଘନ ବୈଠକ କରି ସମୀକ୍ଷା ଏବଂ କ୍ଷେତ୍ର ପରିଦର୍ଶନରେ ବ୍ୟସ୍ତ ରହୁଛନ୍ତି। ସେପ୍ଟେମ୍ବର ସୁଦ୍ଧା ସହରରେ ଡେଙ୍ଗୁ ସଂକ୍ରମଣ ୩ହଜାର ପାର୍‌ କରିଥିବାବେଳେ ଶୁକ୍ରବାର ବିଏମ୍‌ସି ମୁଖ୍ୟାଳୟରେ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ନିୟନ୍ତ୍ରଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେଉଁ ଡାକ୍ତର କେତେ ଘର, ବିଦ୍ୟାଳୟ ଏବଂ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିଛନ୍ତି ସେ ନେଇ ସମୀକ୍ଷା କରାଯାଇଥିଲା। ଡାକ୍ତର, ୱାର୍ଡ ଅଫିସର, ସାନିଟାରୀ ଇନ୍ସପେକ୍ଟର ପ୍ରମୁଖ କେତେ ଅଞ୍ଚଳ ବୁଲିଲେ ସେବୁର ଦୈନିକ ରିପୋର୍ଟ ଦେବାକୁ କମିଶନର ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ରଙ୍କୁ ଡେଙ୍ଗୁ ସମ୍ପର୍କରେ ସଚେତନ କରାଇବା, ସମସ୍ତ ୱାର୍ଡରେ ରବିବାର ଡ୍ରାଏ ଡେ’ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସମ୍ପୃକ୍ତ ୱାର୍ଡର କର୍ପୋରେଟରଙ୍କ ନେତୃତ୍ୱରେ ଡ୍ରାଏ ଡେ’, ବର୍ଜ୍ୟ ପୃଥକୀକରଣ ଏବଂ ଡେଙ୍ଗୁ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମକୁ ଜୋର୍‌ଦାର କରିବାକୁ ସମସ୍ତ ଜୋନାଲ ଡେପୁଟି କମିଶନର, ୱାର୍ଡ ଅଫିସର ଓ ଏସ୍‌ଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦୈନିକ କେଉଁ ସ୍ଥାନରେ ମଶା ଧୂଆଁ ଦିଆଯାଉଛି ଓ ମଶା ତେଲ ସିଞ୍ଚନ କରାଯାଉଛି, ବୁଶ୍‌ କଟିଂ, ବର୍ଜ୍ୟ ଉଠାଇବା ଠିକ ଭାବେ ହେଉଛି କି ନାହିଁ ୱାର୍ଡ ଅଫିସରମାନେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବେ। ଏଣିକି ସହରର ପ୍ରତ୍ୟେକ ୱାର୍ଡରେ ଥିବା ଗଛ, ଖୁଣ୍ଟ ବା ପୋଲ୍‌ ତଳେ ଅଳିଆ କିମ୍ବା ବୁଦା ରହିବ ନାହିଁ। ଏହାର ନିରୀକ୍ଷଣ ପାଇଁ ଓ୍ବାର୍ଡ ଅଫିସର ଓ ଏସ୍‌ଆଇମାନେ ସକାଳ ସନ୍ଧ୍ୟାରେ କ୍ଷେତ୍ର ପରିଦର୍ଶନ କରି ସମ୍ପୃକ୍ତ ସ୍ଥାନର ପୂର୍ବ ଏବଂ ପର ଅବସ୍ଥାର ଫଟୋଚିତ୍ର ସଫା ଭୁବନେଶ୍ୱର ଆପ୍‌ରେ ଅପଲୋଡ୍‌ କରିବେ। ସେହିପରି ପ୍ରତ୍ୟେକ କର୍ମଚାରୀ ନିଜ ୱାର୍ଡକୁ ଡେଙ୍ଗୁ ଫ୍ରି ୱାର୍ଡ କରିବାକୁ ଉଦ୍ୟମ କରିବାକୁ କମିଶନର ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଏଡିୟୁ ପିଏଚଓ ଇନଚାର୍ଜ ଡା. ସୁମନ ସୁନ୍ଦରାୟ,ଚିଫ ମୁନି୍ୟସିପାଲ୍‌ ମେଡିକାଲ ଅଫିସର୍‌ ଡା. ସତ୍ୟବ୍ରତ ଛୋଟରାୟ, ନଗର ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ ବିଶୋଇ, ଜୋନାଲ ଡେପୁଟି କମିଶନର, ସମସ୍ତ ୱାର୍ଡ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri