ଫଟୋ ସହ ଦୈନିକ ରିପୋର୍ଟ ଦେବାକୁ ତାଗିଦ

ଭୁବନେଶ୍ୱର, ୨୩।୯(ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଡେଙ୍ଗୁ ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ। ଗତ କିଛିବର୍ଷ ହେବ ଡେଙ୍ଗୁ ପାଇଁ ଭୁବନେଶ୍ୱର ହଟ୍‌ସ୍ପଟ୍‌ ପାଲଟିଥିବାବେଳେ ଚଳିତ ବର୍ଷ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି। ଆକ୍ରାନ୍ତଙ୍କ ସଂଖ୍ୟାରେ ରୋକ୍‌ ଲଗାଇ ପାରୁ ନ ଥିବା ବିଏମ୍‌ସି ଅଧିକାରୀ ପ୍ରକୃତ ସମସ୍ୟାର ସମାଧାନ ନ କରି ଘନଘନ ବୈଠକ କରି ସମୀକ୍ଷା ଏବଂ କ୍ଷେତ୍ର ପରିଦର୍ଶନରେ ବ୍ୟସ୍ତ ରହୁଛନ୍ତି। ସେପ୍ଟେମ୍ବର ସୁଦ୍ଧା ସହରରେ ଡେଙ୍ଗୁ ସଂକ୍ରମଣ ୩ହଜାର ପାର୍‌ କରିଥିବାବେଳେ ଶୁକ୍ରବାର ବିଏମ୍‌ସି ମୁଖ୍ୟାଳୟରେ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ନିୟନ୍ତ୍ରଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେଉଁ ଡାକ୍ତର କେତେ ଘର, ବିଦ୍ୟାଳୟ ଏବଂ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିଛନ୍ତି ସେ ନେଇ ସମୀକ୍ଷା କରାଯାଇଥିଲା। ଡାକ୍ତର, ୱାର୍ଡ ଅଫିସର, ସାନିଟାରୀ ଇନ୍ସପେକ୍ଟର ପ୍ରମୁଖ କେତେ ଅଞ୍ଚଳ ବୁଲିଲେ ସେବୁର ଦୈନିକ ରିପୋର୍ଟ ଦେବାକୁ କମିଶନର ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ରଙ୍କୁ ଡେଙ୍ଗୁ ସମ୍ପର୍କରେ ସଚେତନ କରାଇବା, ସମସ୍ତ ୱାର୍ଡରେ ରବିବାର ଡ୍ରାଏ ଡେ’ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସମ୍ପୃକ୍ତ ୱାର୍ଡର କର୍ପୋରେଟରଙ୍କ ନେତୃତ୍ୱରେ ଡ୍ରାଏ ଡେ’, ବର୍ଜ୍ୟ ପୃଥକୀକରଣ ଏବଂ ଡେଙ୍ଗୁ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମକୁ ଜୋର୍‌ଦାର କରିବାକୁ ସମସ୍ତ ଜୋନାଲ ଡେପୁଟି କମିଶନର, ୱାର୍ଡ ଅଫିସର ଓ ଏସ୍‌ଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦୈନିକ କେଉଁ ସ୍ଥାନରେ ମଶା ଧୂଆଁ ଦିଆଯାଉଛି ଓ ମଶା ତେଲ ସିଞ୍ଚନ କରାଯାଉଛି, ବୁଶ୍‌ କଟିଂ, ବର୍ଜ୍ୟ ଉଠାଇବା ଠିକ ଭାବେ ହେଉଛି କି ନାହିଁ ୱାର୍ଡ ଅଫିସରମାନେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବେ। ଏଣିକି ସହରର ପ୍ରତ୍ୟେକ ୱାର୍ଡରେ ଥିବା ଗଛ, ଖୁଣ୍ଟ ବା ପୋଲ୍‌ ତଳେ ଅଳିଆ କିମ୍ବା ବୁଦା ରହିବ ନାହିଁ। ଏହାର ନିରୀକ୍ଷଣ ପାଇଁ ଓ୍ବାର୍ଡ ଅଫିସର ଓ ଏସ୍‌ଆଇମାନେ ସକାଳ ସନ୍ଧ୍ୟାରେ କ୍ଷେତ୍ର ପରିଦର୍ଶନ କରି ସମ୍ପୃକ୍ତ ସ୍ଥାନର ପୂର୍ବ ଏବଂ ପର ଅବସ୍ଥାର ଫଟୋଚିତ୍ର ସଫା ଭୁବନେଶ୍ୱର ଆପ୍‌ରେ ଅପଲୋଡ୍‌ କରିବେ। ସେହିପରି ପ୍ରତ୍ୟେକ କର୍ମଚାରୀ ନିଜ ୱାର୍ଡକୁ ଡେଙ୍ଗୁ ଫ୍ରି ୱାର୍ଡ କରିବାକୁ ଉଦ୍ୟମ କରିବାକୁ କମିଶନର ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଏଡିୟୁ ପିଏଚଓ ଇନଚାର୍ଜ ଡା. ସୁମନ ସୁନ୍ଦରାୟ,ଚିଫ ମୁନି୍ୟସିପାଲ୍‌ ମେଡିକାଲ ଅଫିସର୍‌ ଡା. ସତ୍ୟବ୍ରତ ଛୋଟରାୟ, ନଗର ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ ବିଶୋଇ, ଜୋନାଲ ଡେପୁଟି କମିଶନର, ସମସ୍ତ ୱାର୍ଡ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri